୨୫ ଦିନରୁ ଉର୍ଦ୍ଧ ସମୟ ବିଏସଏନଏଲ ମୋବାଇଲ ସେବା ଅଚଳ: ତାତିଲେ ସିମନବାଡିର ଉପଭୋକ୍ତା

ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଗତ ୨୫ ଦିନରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ମୋବାଇଲ ନେଟୱାର୍କ ସେବା ଅଚଳ ହୋଇପଡିଛି। ଫଳରେ ଉପଭୋକ୍ତା ମାନେ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ଗୁରୁବାର ବିଏସଏନଏଲ ଏକ୍ସଚେଞ୍ଜ ସମ୍ମୁଖରେ କିଛି ସମୟ ଉତ୍ତେଜନା ଦେଖାଯାଇଥିଲା। ଦୀର୍ଘ ଦିନ ହେଲା ଏହି ସେବାରୁ ବଞ୍ଚିତ ଉପଭୋକ୍ତାମାନେ ପ୍ରତିମାସରେ ଭାଉଚର ପକାଇ କ୍ଷତି ସହୁଛନ୍ତି ବୋଲି ରମାକାନ୍ତ ଦେହୁରୀ, ଅମରେନ୍ଦ୍ର ପ୍ରଧାନ ସିମନ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।

ମୋବାଇଲ ଓ ଇଣ୍ଟରନେଟ ସେବା ଅଚଳଯୋଗୁଁ ଗ୍ରାହକ ସେବାକେନ୍ଦ୍ର ସମେତ କ୍ଷୁଦ୍ର ବ୍ୟାଙ୍କ, ଅନଲାଇନ କାର୍ଯ୍ୟ ସମେତ ଲୋକଙ୍କ ଯୋଗାଯୋଗ ଅନ୍ୟଙ୍କ ସହ ବିଛିନ୍ନ ହୋଇପଡିଛି। ଏମିତିକି ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଅନଲାଇନ ହେଉଥିବାରୁ ଲୋକଙ୍କ ଓଟିପି ଆସୁ ନ ଥିବାରୁ ଟଙ୍କା ନେଣ ଦେଣ ହେଉକି ଆଧାର ଅପଡେଟ ହେଉ ଗର୍ଭବତୀଙ୍କ ଅନଲାଇନ ଡାଟା ଅପଲୋଡ଼ ବେଳେ ହଇରାଣ ହେଉଛନ୍ତି। ଗତ ୨୦୦୮ ରୁ ସ୍ଥାପନ ହୋଇଥିବା ଏହି ସେବା ଏବେ ପୂର୍ବପେକ୍ଷା ଅଧିକା ସମୟ ଅଚଳ ହୋଇପଡୁଛି ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ଜେନେନେଟର ଅଚଳ ହୋଇପଡ଼ିଥିବା ବେଳେ ତାକୁ ମରାମତି କରାଯାଉନାହିଁ କି ନୂତନ ଜେନେନେଟର ସ୍ଥାପନ କରାଯାଉନଥିବା ଅଭିଯୋଗ ହୋଇଛି। ଏହି ସମସ୍ୟା ସମ୍ପର୍କରେ ଅଧିକାରୀଙ୍କୁ ଜଣାଇବାକୁ ଉପଭୋକ୍ତା ଫୋନ କଲେ କେହି ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି। ବାଲିଗୁଡା ରେ ବିଏସଏନଏଲ ର ଉପଖଣ୍ଡ କାର୍ଯ୍ୟାଳୟ ଓ ଫୁଲବାଣୀ ରେ ଜିଲ୍ଲା କାର୍ଯ୍ୟାଳୟ ରହିଛି କର୍ମଚାରି ଅଭାବ ଯୋଗୁଁ ଲୋକଙ୍କୁ ସେବା ଯୋଗାଇବାରେ ବିଭାଗ ଫେଲ ବୋଲି ଅଭିଯୋଗ ହେଉଛି। ଏନେଇ ବିଭାଗର କନ୍ଧମାଳ ଡିଜିଏମ ବୃନ୍ଦାବନ ମାଝୀ ଙ୍କ ସହ ଯୋଗାଯୋଗ କରାଯିବାରୁ ଶୁକ୍ରବାର ସକାଳ ସୁଦ୍ଧା ଏହି ସେବା ଯୋଗାଇଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri