ଓଡ଼ିଶାର ୨୮% ଶିଶୁ ଶାରୀରିକ ଅବିକଶିତ

ଓଡ଼ିଶାର ୬ ବର୍ଷରୁ କମ୍‌ ପ୍ରାୟ ୨୮ ପ୍ରତିଶତ ଶିଶୁ ଅବିକଶିତ ବା ଶାରୀରିକ ଭାବେ ଦୁର୍ବଳ ହୋଇଥିବାବେଳେ ୧୨ ପ୍ରତିଶତ କୁପୋଷଣର ଶିକାର। ସେହିପରି ଶୂନରୁ ୫ ବର୍ଷ ବୟସ ମଧ୍ୟରେ ୩.୨୧ ପ୍ରତିଶତ ପିଲା ଉଚ୍ଚତା ତୁଳନାରେ ପତଳା ହୋଇଥିବାବେଳେ ୧୧.୬୩ ପ୍ରତିଶତଙ୍କ ଓଜନ ବହୁତ କମ୍‌ ବୋଲି କେନ୍ଦ୍ର ସରକାରଙ୍କ ଜୁନ୍‌ ମାସର ପୋଷଣ ଟ୍ରାକର ତଥ୍ୟରୁ ଜଣାପଡ଼ିଛି, ଯାହାକି ଦୀର୍ଘକାଳୀନ କୁପୋଷଣକୁ ସୂଚିତ କରୁଛି। ତେବେ ରାଜ୍ୟ ତୁଳନାରେ ସାରା ଦେଶର ସ୍ଥିତି ଅଧିକ ଚିନ୍ତାଜନକ ରହିଛି। ଏ କ୍ଷେତ୍ରରେ ସମଗ୍ର ଦେଶର ସ୍ଥିତିକୁ ଦେଖିଲେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ନାମ ଲେଖାଇଥିବା ୫ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରୁ ୩୮.୯% ଶାରୀରିକ ଭାବେ ଦୁର୍ବଳ ଏବଂ ୧୭% କୁପୋଷଣର ଶିକାର। ୫.୨% ପିଲା ଉଚ୍ଚତା ତୁଳନାରେ ପତଳା।

ନୂଆଦିଲ୍ଲୀ,୨୪ା୭: ପୋଷଣ ଟ୍ରାକର ହେଉଛି ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏକ ମୋବାଇଲ ଭିତ୍ତିକ ଆପ୍ଲିକେଶନ। ଏଥିରେ ବ୍ୟବହୃତ ପ୍ରଯୁକ୍ତି ପିଲାମାନଙ୍କ ମଧ୍ୟରେ ଶାରୀରିକ ଦୁର୍ବଳ, କୁପୋଷଣ ଏବଂ କମ୍‌ ଓଜନ ପିଲାଙ୍କୁ ଚିହ୍ନଟ କରିଥାଏ। ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ, ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ କୁମାରୀମାନେ ଏହାର ହିତାଧିକାରୀ। ସୁପରଭାଇଜର, ସିଡିପିଓ ଏବଂ ଡିପିଓଙ୍କ ଜରିଆରେ ହିତାଧିକାରୀମାନଙ୍କ ବିକାଶର ପର୍ଯ୍ୟବେକ୍ଷଣ କରାଯିବା ସହ ମାସିକ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ପୋଷଣ ଟ୍ରାକରରୁ ଉପଲବ୍ଧ କମ୍‌ ଓଜନ ଓ ଅତି ଦୁର୍ବଳ ପିଲାମାନଙ୍କ ସ୍ତର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ, ୨୦୧୯-୨୦ (ଏନ୍‌ଏଫ୍‌ଏଚ୍‌ଏସ୍‌୫)ରେ ପୂର୍ବାନୁମାନ କରାଯାଇଥିବା ସ୍ତରଠାରୁ ଯଥେଷ୍ଟ କମ୍‌।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଶିଶୁ ଅଭିବୃଦ୍ଧି ମାନକ ଅନୁଯାୟୀ, ବିକାଶ ନ ହେବା ଦ୍ୱାରା ପିଲାର ଶାରୀରିକ ଏବଂ ମାନସିକ କ୍ଷତି ଘଟିଥାଏ। ଜଣେ ଅବିକଶିତ ଶିଶୁର ବୟସ ତୁଳନାରେ ଉଚ୍ଚତା କମ୍‌ ହୋଇଥାଏ, ଉପଯୁକ୍ତ ବିକାଶିତ ହୋଇ ନ ଥାଏ ଏବଂ ବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ସମୟ ବା ଶୈଶବାବସ୍ଥାରେ ଦୀର୍ଘସମୟ କୁପୋଷଣରେ ରହିଥାଏ ବୋଲି ଶିଶୁରୋଗ ବିଶେଷଜ୍ଞମାନେ କହିଛନ୍ତି। ଅଣ୍ଡରଓ୍ବେଟ୍‌ ଶିଶୁମାନଙ୍କ ଉଚ୍ଚତା ତୁଳନାରେ ଓଜନ ବହୁତ କମ୍‌ ହୋଇଥାଏ। ମୁଖ୍ୟତଃ କୁପୋଷଣ ଏବଂ ଅସ୍ବାସ୍ଥ୍ୟକର ସ୍ଥିତି ପାଇଁ ୫ ବର୍ଷରୁ କମ୍‌ ବୟସର ପିଲାଙ୍କଠାରେ ଏହା ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri