ବନ୍ଧାହେଲେ କୋଟିପତି DFO ନିତ୍ୟାନନ୍ଦ ନାୟକ: ୧୧୫ ପ୍ଲଟ୍‌ ସମେତ ଘରୁ ମିଳିଥିଲା ପୁଳାପୁଳା ସୁନା

ଭୁବନେଶ୍ୱର,୨୨।୭:କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକ ଶେଷରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ୩ ଦିନ ହେବ ନିତ୍ୟାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ। ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ ମିଳିଥିଲା। ତାଙ୍କ କ୍ବାର୍ଟର୍ସରୁ ଜବତ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ନିତ୍ୟାନନ୍ଦ ନାୟକଙ୍କ ଘରେ ଭିଜିଲାନ୍ସ ଯେତେ ଯାଞ୍ଚ କରୁଥିଲା ସେତେ ସମ୍ପତ୍ତି ଠାବ ହେଉଥିଲା। ଚଢ଼ାଉବେଳେ ତାଙ୍କର ବହୁ ସମ୍ପତ୍ତି ଠାବ ହୋଇଛି। ଏପରିକି ସମ୍ପତ୍ତି ତାଲିକାରେ ନିତ୍ୟାନନ୍ଦ ଜମି କିଣା ତଥ୍ୟ ଲୁଚାଇଥିଲେ ବୋଲି ଜଣାପଡ଼ିଛି। ନିତ୍ୟାନନ୍ଦଙ୍କୁ ଭିଜିଲାନ୍ସ ଟିମ୍‌ କେନ୍ଦୁଝରସ୍ଥିତ ଫରେଷ୍ଟ କଲୋନୀରେ ଥିବା ସରକାରୀ ବାସଭବନରେ ଯାଞ୍ଚ କରିଥିଲା। କ୍ୱାର୍ଟରରୁ ୮.୫ ଲକ୍ଷ ଟଙ୍କା ଠାବ ହୋଇଛି। ଫଳରେ ମୋଟ ଜବତ ଟଙ୍କାର ପରିମାଣ ୧୦ ଲକ୍ଷରେ ପହଞ୍ଚତ୍ଥିଲା।

ନିତ୍ୟାନନ୍ଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୯ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଥିବାବେଳେ ଏସବୁଥିରେ ୫୦ଲକ୍ଷ ଟଙ୍କା ଜମା ରହିଛି। ଏଥିସହ ତାଙ୍କ ପାଖରୁ ଆହୁରି ଜମି ଦସ୍ତାବିଜ୍‌, ବ୍ୟାଙ୍କ ପାସବୁକ୍‌ ଓ ଜୀବନବୀମା ଜମା ଦସ୍ତାବିଜ୍‌ ଆଦି ଠାବ ହୋଇଥିବାବେଳେ ଏସବୁ ସମ୍ପର୍କରେ ଭିଜିଲାନ୍ସ ଟିମ୍‌ ଅଧିକ ଯାଞ୍ଚ ଚଳାଇଛି। ତେବେ ବଡ଼ କଥା ହେଲା, ନିତ୍ୟାନନ୍ଦ ସରକାରଙ୍କୁ ଦେଇଥିବା ସମ୍ପତ୍ତି ତାଲିକାରେ ମାତ୍ର ୧୨ଟି ପ୍ଲଟ ଥିବା ଦର୍ଶାଇଥିବା ବେଳେ ଅନ୍ୟ ପ୍ଲଟ ସମ୍ପର୍କିତ ତଥ୍ୟ ଲୁଚାଇଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ତାଙ୍କ ଅଫିସ ଚାମ୍ବର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ ହୋଇଥିଲା।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିବାର ନିତ୍ୟାନନ୍ଦଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଯାଞ୍ଚବେଳେ ୧୧୫ଟି ପ୍ଲଟ୍‌, ଅନୁଗୋଳ ଟାଉନରେ ୪ମହଲାର ଏକ ଆଲିଶାନ୍‌ କୋଠା, ଘରୁ ୨୦୦ ଗ୍ରାମ ସୁନା ଅଳଙ୍କାର, କାଠ ନିର୍ମିତ ବିଭିନ୍ନ ଆକର୍ଷଣୀୟ କଳାକୃତି ଓ ତୀର, ବନ୍ଧୁକ, ଟାଙ୍ଗିଆ ଆଦି ଜବତ ହୋଇଛି। ଏଥିସହ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଏବଂ ଦୁଇଟି ଚାରିଚକିଆ ଯାନ ଓ ୪ଟି ଦୁଇଚକିଆ ଯାନ ଠାବ ହୋଇଥିଲା। ମଙ୍ଗଳବାର ଆୟହବିର୍ଭୂତ ସମ୍ପତ୍ତି ଠୁଳ ନେଇ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri