Posted inଖେଳ

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ନୀତିଶ ରେଡ୍ଡୀ, ଅର୍ଶଦୀପ ସିଂହ ବାଦ

ଲଣ୍ଡନ,୨୦।୭: ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ନୀତିଶ ରେଡ୍ଡୀ ରବିବାର (ଜୁଲାଇ ୨୦) ଜିମ୍‌ ସେସନ ସମୟରେ ଗୋଡ଼ରେ ଗମ୍ଭୀର ଆଘାତ ପାଇଛନ୍ତି। ତାଙ୍କର ଲିଗାମେଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି, ଯାହା ଫଳରେ ସେ ଏହି ସିରିଜରୁ ସମ୍ପୂର୍ଣ୍ଣ ବାଦ ପଡ଼ିଛନ୍ତି।

ଅନ୍ୟପକ୍ଷରେ, ଟେଷ୍ଟ ଡେବ୍ୟୁ ପାଇଁ ଅପେକ୍ଷା କରିଥିବା ଅର୍ଶଦୀପ ସିଂହ ମଧ୍ୟ ପ୍ରାକ୍ଟିସ ସମୟରେ ହାତରେ ଆଘାତ ପାଇବା ଯୋଗୁଁ ମାଞ୍ଚେଷ୍ଟର ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏହା ସହିତ ବାର୍ମିଂହାମରେ ମ୍ୟାଚ ଜିତାଉ ପ୍ରଦର୍ଶନ କରିଥିବା ଆକାଶ ଦୀପଙ୍କ ମଧ୍ୟ ଖେଳିବା ସମ୍ଭାବନା କମ ରହିଛି।

ନୀତିଶ ରେଡ୍ଡୀଙ୍କ ଆଘାତ ଦଳର ସନ୍ତୁଳନକୁ ବିଗାଡ଼ି ପାରେ। ସେ ଦ୍ୱିତୀୟ ଟେଷ୍ଟରେ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଖେଳିଥିଲେ। ବାର୍ମିଂହାମରେ ସେ ବିଶେଷ ପ୍ରଭାବ ପକାଇ ନଥିଲେ, କିନ୍ତୁ ୩ୟ ଟେଷ୍ଟରେ ବୋଲିଂରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି ଇଂଲଣ୍ଡର ଟପ୍‌ ଅର୍ଡରକୁ ଧ୍ୱସ୍ତ କରିଥିଲେ।

ଭାରତୀୟ ଦଳ ପୂର୍ବରୁ ଆଘାତ ସମସ୍ୟାରେ ଜର୍ଜରିତ। ଲର୍ଡସ ଟେଷ୍ଟର ପ୍ରଥମ ଦିନରେ ଋଷଭ ପନ୍ତଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ଏବେ ଉଇକେଟ୍‌ କିପିଂ କରୁ ନାହାନ୍ତି। ମାଞ୍ଚେଷ୍ଟର ଟେଷ୍ଟରେ ଧ୍ରୁବ ଜୁରେଲ ଉଇକେଟ୍‌ କିପିଂ କରିବେ ଏବଂ ପନ୍ତ କେବଳ ବ୍ୟାଟ୍ସମ୍ୟାନ ଭାବେ ଖେଳିବେ ବୋଲି ଜଣାପଡ଼ିଛି।

ଏହି ପରିବର୍ତ୍ତନ ଦଳର ବୋଲିଂ ଶକ୍ତିକୁ ଦୁର୍ବଳ କରିପାରେ। ନୀତିଶ ରେଡ୍ଡୀଙ୍କ ଅନୁପସ୍ଥିତି ଦଳକୁ ଆହୁରି ଅସୁବିଧାରେ ପକାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ଦଳରେ ଅନ୍ଶୁଲ କାମ୍ବୋଜଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, ଯଦିଓ ଏ ନେଇ ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ। କାମ୍ବୋଜ ‘ଏ’ ମ୍ୟାଚରେ ନିଖୁଣ ଲାଇନ ଓ ଲେନ୍ଥରେ ବୋଲିଂ କରି ପ୍ରଭାବିତ କରିଥିଲେ।

ଯଦି ଆକାଶ ଦୀପ ଖେଳି ନ ପାରନ୍ତି, ତେବେ ଜୁଲାଇ ୨୩ରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ସମ୍ଭାବ୍ୟ ଲାଇନଅପ୍‌ ହେଉଛି: କେଏଲ ରାହୁଲ, ୟଶସ୍ୱୀ ଜୟସୱାଲ, କରୁଣ ନାୟାର/ସାଇ ସୁଦର୍ଶନ, ଶୁଭମନ ଗିଲ, ଋଷଭ ପନ୍ତ, ଧ୍ରୁବ ଜୁରେଲ (ଉଇକେଟ୍‌ କିପର), କୁଲଦୀପ ୟାଦବ/ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ/ଶାର୍ଦୁଲ ଠାକୁର।

ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପାଇଁ ଅଦ୍ୟତନ ସ୍କ୍ୱାଡ:
ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉଇକେଟ୍‌ କିପର, ଉପ-ଅଧିନାୟକ), ୟଶସ୍ୱୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱରନ, କରୁଣ ନାୟାର, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ଉଇକେଟ୍‌ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ, ଅର୍ଶଦୀପ ସିଂହ, ଅନ୍ଶୁଲ କାମ୍ବୋଜ, କୁଲଦୀପ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri