ସୁନ୍ଦରଗଡ଼ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଜେଲ ଗଲେ ମ୍ୟୁନସିପାଲଟି ସାନିଟାରୀ ଅଧିକାରୀ

କୁଆଁରମୁଣ୍ଡା,୨୦।୭(ମହେନ୍ଦ୍ର କୁମାର ସାହୁ): ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ମୋବାଇଲରେ ଭିଡିଓ କରି ଭାଇରାଲ କରିବା ଧମକ ଦେଇ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଠକି ନେବା ଘଟଣାରେ ଗିରଫ ଅଭିଯୁକ୍ତ ଇନ୍ଦ୍ରମଣି ସାମଲ(୫୬)ଙ୍କୁ ବୀରମିତ୍ରପୁର ପୋଲିସ ରବିବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାତଜକୁ ପଠାଇ ଦିଆଯାଇଛି।

ସୂଚନାଥାଉକି ଅଭିଯୁକ୍ତ ଇନ୍ଦ୍ରମଣି ସାମଲ ରାଉରକେଲା ମ୍ୟୁନିସପାଲିଟିରେ ସାନିଟାରୀ ଅଧିକାରୀ ଥିଲା ବେଳେ ଗତ ୩ ବର୍ଷ ହେଲା କୁଆଁରମୁଣ୍ଡାରେ ଡେପୁଟେସନରେ କାର୍ଯ୍ୟ କରୁଥିଲେ। ଏଥିସହ ଯମୁନାନାକିରେ ଏକ ହୋଟେଲ ବ୍ୟବସାୟ କରୁଥିଲେ।

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ରାଉରକେଲାରେ ରହୁଥିଲେ। ପାରିବାରିକ ସମସ୍ୟା ସୃଷ୍ଟି ହେବା ବିଷୟରେ ପୀଡ଼ିତାଙ୍କ ମା’ଙ୍କ ଠାରୁ ଇନ୍ଦ୍ରମଣି ଜାଣି ତାଙ୍କୁ ସାହାଯ୍ୟ କରିବା ପାଇଁ କୁଆଁରମୁଣ୍ଡା ଯମୁନାନାକିରେ ସେମାନଙ୍କ ପାଇଁ ୨୦୨୩ ସେପ୍ଟେମ୍ବର ୬ ତାରିଖରେ ଘରଭଡ଼ା ବୁଝିଥିଲେ। ପରେ ପରିବାର ସହ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା। ଏପରିକି ପୀଡ଼ିତାଙ୍କ ଉପରେ ତାଙ୍କର ଆଖି ପଡ଼ିଥିଲା। ପୀଡ଼ିତା ଜଣଙ୍କ କୁଆଁରମୁଣ୍ଡାର ଏକ ଘରୋଇ ସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିଲେ। ୨୦୨୪ ମେ ୩ରେ ସ୍କୁଲ ଛୁଟି ହେବା ପରେ ଇନ୍ଦ୍ରମଣି ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ହୋଟେଲକୁ ନେଇ ବଳାତ୍କାର କରିବା ସହ ଭିଡିଓ କରିଥିଲେ। ପରେ ଭିଡିଓ ଭାଇରାଲ କରିବାର ଭୟ ଦେଖାଇ ପୀଡ଼ିତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।

ଏନେଇ ପୀଡିତା ପରିବାର ଲୋକଙ୍କୁ କହିଥିଲେ। ପ୍ରଥମେ ଇନ୍ଦ୍ରମଣି ପୀଡ଼ିତାଙ୍କଠାରୁ ୫ ଲକ୍ଷ ଟଙ୍କା ସହ ୩ ହଳ ସୁନା କାନଫୁଲ,୨ଟି ସୁନା ମୁଦି ଓ ଗହଣା ନେଇଥିଲେ। ହେଲେ ଇନ୍ଦ୍ରମଣି ଭିଡିଓ ଡିଲିଟ କରି ନ ଥିଲେ। ପୀଡିତାଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରି ଭିଡିଓ ଡିଲିଟ କରିବାକୁ କହିବାରୁ ସେ ଆହୁରି ଟଙ୍କା ମାଗିଥିଲେ। ଶେଷରେ ପରିବାର ଲୋକେ ଶୁକ୍ରବାର ବୀରମିତ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ପୋଲିସ ଇନ୍ଦ୍ରମଣିଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତ ଇନ୍ଦ୍ରମଣି ପୂର୍ବରୁ ରାଉରକେଲା ମ୍ୟୁନସିପାଲଟି ସାନିଟାରୀ ଅଧିକାରୀ ଥିବା ବେଳେ ବର୍ତ୍ତମାନ କୁଆଁରମୁଣ୍ଡାରେ ଡେପୁଟେସନରେ କାମ କରୁଛନ୍ତି। ଏଥିସହ ଯମୁନାନାକି ନିକଟରେ ଏକ ହୋଟେଲ ବ୍ୟବସାୟ କରୁଥିବା ଜଣାପଡିଛି। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri