ଆଦିବାସୀଙ୍କ ମହାମେଳି

ନୂଆପଡ଼ା,୧୩।୭(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ନେଗୀପାଲି ଗାଁ ଠାରେ ରବିବାର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହାମେଳି ଅନୁଷ୍ଠିତ ହୋଇଯାଇଛି। ସଂଘ ଜିଲା ସଭାପତି ଭାନୁ ପ୍ରତାପ ସିଂ ମାଝିଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା। ଏଥିରେ ଆଦିବାସୀ କଲ୍ୟାଣ ସଂଘ ରାଜ୍ୟ ସଭାପତି ବାଳକୃଷ୍ଣ ଶବର, ଅଖିଳ ଭାରତୀୟ ଗଣ୍ଡୱାନା ଉପ ସଭାପତି ଖାମସିଂ ମାଝି, ଜିଲା ଉପ ସଭାପତି କମଲେଶ ଠାକୁର, ସିନାପାଲି ବ୍ଲକ ସଭାପତି ଯଦୁନାଥ ମାଝି, କୋମନା ବ୍ଲକ ସଭାପତି ଜ୍ଞାନେଶ୍ୱର ମାଝି, ବଂଜାରା ସମାଜ ଜିଲା ସଭାପତି ଈଶ୍ୱର ନାଏକ, ଦଳ ସମାଜ ଜିଲା ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ, ଶବର ସମାଜ ସଞ୍ଚାଳକ ଲୋହିତ ଶବର, ନନ୍ଦ ଶବର, ଘାସିରାମ ମାଝ, ରାଜଗୌଡ ସଭାପତି ଲାଲସିଂ ମାଝିି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

ଆଦିବାସୀ ସମ୍ପ୍ରଦାୟର ବିକାଶ ଉପରେ ଆଲୋକପାତ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନର ଉନ୍ନତି, ନାରୀ ଶିକ୍ଷା, ଅନ୍ଧ ବିଶ୍ୱାସ, କୁସଂସ୍କାର, ନାରୀ ନିର୍ଯାତନା ଦୂର, ଯୌତୁକ ପ୍ରଥା ବିଲୋପ, ସଂସ୍କୃତି, ପରମ୍ପରା ଓ ଚାଳିଚଳନ ଉପରେ ଗୁରୁତ୍ୱ ଦେଇଥିଲେ। ସମସ୍ତ ଆଦିବାସୀ ଏକତ୍ରିତ ହେଲେ ଅର୍ଥନୀତି, ରାଜନୀତିରେ ଆଗେଇ ପାରିବେ ବୋଲି ମତପ୍ରକାଶ ପାଇଥିଲା।

ଅନ୍ଧ ବିଶ୍ୱାସ, କୁସଂସ୍କାର ଠାରୁ ଦୂରେଇ ରହି ବୃତ୍ତିଗତ ପରମ୍ପରାକୁ ଆପଣେଇଲେ ସମାଜ ଆଗକୁ ବଢିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଦିବାସୀମାନେ ସରଳ ଓ ନିଷ୍କପଟ ବୋଲି ତାଙ୍କର ମାଟି ଓ ବେଟିକୁ ଅପହରଣ କରି ଚାଲିଛନ୍ତି। ସମସ୍ତ ଆଦିବାସୀ ଏକ ହୋଇ ମାଟି ଓ ବେଟି ବଚାଓ ଅଭିଯାନ ଜାରି ରଖିବେ।

ଆଦିବାସୀମାନଙ୍କ ମାଟିକୁ ଅନ୍ୟ ସମ୍ପ୍ରଦାୟର ଲୋକେ ଜୋର ଜବରଦସ୍ତ ଜବରଦଖଲ କରୁଥିବା ବେଳେ ବେଟି (ଝିଅ)ଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ଆଦିବାସୀ ସମାଜ କେବେ ବରଦାସ୍ତ କରିବ ନାହିଁ ବୋଲି ସମସ୍ତେ ଏକ ହୋଇ ମେଳି କରୁଛନ୍ତି।

ଆଗାମୀ ଦିନରେ ମାଟି ଓ ବେଟି ଚୋରି ହେଉଥିବା ବା ଶୋଷଣ ଉପରେ ଅଭିଯୋଗ ଆସିଲେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏକ ନାରା ଦେଇଥିଲେ। ଏକ ତୀର ଏକ କାମାଣ୍ଡ, ସବ୍‌ ଆଦିବାସୀ ଏକ ସମାନ ବୋଲି ନାରାରେ ନେଗୀପାଲି ଗାଁ ପ୍ରକମ୍ପିତ ହୋଇ ଉଠିଥିଲା ା ଆଦିବାସୀ କଲ୍ୟାଣ ସଂଘ ଜିଲା ସମ୍ପାଦକ ଭକ୍ତବନ୍ଧୁ ଧରୁଆ ସଭା ପରିଚାଳନା କରିଥିଲେ। ଏହି ଆଦିବାସୀ ମହାମେଳିରେ ଜିଲାର ସହସ୍ରାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ମାଗଣାରେ ହେବ ନାମଲେଖା, ପରୀକ୍ଷା

ଭୁବନେଶ୍ୱର,୨୧।୧: ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri