Posted inଖେଳ

ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ, ପୋଲିସ ଈଶ୍ୱର ନୁହେଁ: ଟ୍ରିବ୍ୟୁନାଲ

ବେଙ୍ଗାଲୁରୁ,୧।୭: ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ସିଏଟି) ପକ୍ଷରୁ କୁହାଯାଇଛି ଯେ, ଜୁନ ୪ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଷ୍ଟାମ୍ପେଡ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦାୟୀ, ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।

ଟ୍ରିବ୍ୟୁନାଲ କହିଛି, “ପ୍ରାଥମିକ ଭାବେ ଦେଖାଯାଉଛି ଯେ ଆରସିବି ପାଖାପାଖି ୩ରୁ ୫ ଲକ୍ଷ ଲୋକଙ୍କ ଭିଡ଼ ପାଇଁ ଦାୟୀ। ଆରସିବି ପୋଲିସଙ୍କଠାରୁ ଉଚିତ ଅନୁମତି ନେଇ ନଥିଲେ। ହଠାତ୍ ସୋସିଆଲ ମିଡିଆରେ ପୋଷ୍ଟ କରିବା ଫଳରେ ଏତେ ସଂଖ୍ୟକ ଲୋକ ଜମା ହୋଇଥିଲେ।”

ଆରସିବିର ଆଇପିଏଲ ବିଜୟ ପରେ ଜୁନ ୪ରେ ବିଜୟ ପରେଡ ଘୋଷଣା କରାଯାଇଥିଲା। ଯାହା ଏହି ସମସ୍ୟା ସୃଷ୍ଟି କରିଛି ବୋଲି ଟ୍ରିବ୍ୟୁନାଲ ଅଭିହିତ କରିଛି। ଏହା ଉଲ୍ଲେଖ କରିଛି, “ହଠାତ୍ ଆରସିବି ବିନା ଅନୁମତିରେ ଏଭଳି ଘୋଷଣା ସମସ୍ୟା ସୃଷ୍ଟି କରିଥିଲେ। ପୋଲିସଙ୍କୁ ୧୨ ଘଣ୍ଟା ଭଳି କମ ସମୟ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଆଶା କରାଯାଇ ପାରେ ନାହିଁ।”

ଟ୍ରିବ୍ୟୁନାଲ ପୋଲିସଙ୍କ ସମପକ୍ଷରେ ମତ ପୋଷଣ କରି କହିଛି, “ପୋଲିସ ମଣିଷ ଅଟନ୍ତି, ସେମାନେ ଈଶ୍ୱର କିମ୍ବା ଆଲାଦୀନଙ୍କ ଚିରାଗ ନୁହନ୍ତି।” ଜୁନ ୩ ଓ ୪ ତାରିଖ ରାତିରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ ଏବଂ ଏକକାଳୀନ ଭାବେ ବିଧାନ ସୌଧାରେ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମ ହୋଇଥିଲା, ଯାହା ପୋଲିସଙ୍କୁ ଆହୁରି ଚାପଗ୍ରସ୍ତ କରିଥିଲା।

ଟ୍ରିବ୍ୟୁନାଲ କହିଛି ଯେ ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବ ସୂଚନା ଓ ଯଥେଷ୍ଟ ସମୟ ଆବଶ୍ୟକ, ଯାହା ଏହି ମାମଲାରେ ଦିଆଯାଇ ନଥିଲା। ଜଣେ ବେଙ୍ଗାଲୁରୁ ପୋଲିସ ଅଫିସରଙ୍କ ନିଲମ୍ବନ ବିରୋଧରେ ଆବେଦନ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri