ବହୁଚର୍ଚ୍ଚିତ ସୁରେଶ ଶବର ହତ୍ୟା ଘଟଣା: ୧୫ ଦିନ ପରେ ଅଭିଯୁକ୍ତ ଗିରଫ

ଦେବଗଡ,୧୬।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ ତାରିଖ ରାତ୍ରୀରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯)ହତ୍ୟା ଘଟଣାର ଅଭିଯୁକ୍ତକୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହତ୍ୟାକାରୀ ମର୍ହା ଗ୍ରାମର ଭାଗୁଡୁ ପ୍ରଧାନ ଓରଫ ବୁଦ୍ଧରାମ ପ୍ରଧାନ(୩୫) ବୋଲି ଜଣାପଡିଛି । ଘଟଣାର ଦୀର୍ଘ ୧୫ ଦିନ ପରେ ପୋଲିସ ହତ୍ୟାକାରୀ ଭାଗୁଡୁକୁ ଗିରଫ କରିଥିବା ବେଳେ ସୁରେଶଙ୍କ ଦୋକାନରୁ ନେଇଥିବା ସାମଗ୍ରୀର ବକେୟା ପ୍ରାପ୍ୟ ପ୍ରଦାନକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ମର୍ହା ଗ୍ରାମରେ କୁଖ୍ୟାତ ଜନ୍ତୁ ଶିକାରୀ ସୁରେଶ ଶବରଙ୍କ ଏକ ରାସନ ଦୋକାନ ରହିଥିବା ବେଳେ ଉକ୍ତ ଗ୍ରାମର ଭାଗୁଡୁ ଓରଫ ବୁଦ୍ଧରାମ ପ୍ରଧାନ(୩୫)ତାଙ୍କ ନିକଟରୁ ୮୦୦ ଟଙ୍କାର ସାମଗ୍ରୀ ଧାର ସୂତ୍ରରେ ନେଇଥିଲା । ମାତ୍ର ସୁରେଶ ଏକାଧିକ ବାର ବକେୟା ଟଙ୍କା ଫେରସ୍ତ ମାଗିଥିଲେ ହେଁ ଭାଗୁଡୁ ଏହି ଟଙ୍କା ପରିଶୋଧ ନକରି ଦିନ ଗଡାଇ ଚାଲିଥିଲା । ସୁରେଶ ଗତ ୩୦ ତାରିଖ ରାତି ପ୍ରାୟ ୮ଟା ସମୟରେ ଶ୍ରମିକ ଯୋଗାଡ ପାଇଁ ଏକ ବାଇକ ଯୋଗେ ୨ କି.ମି. ଦୂରବର୍ତୀ ଔତଳ ଗ୍ରାମକୁ ଯାଇ ଫେରୁଥିବା ବେଳେ ଔତଳ ରାସ୍ତାରେ ଥିବା ଏକ ନାଳ ନିକଟରେ ଭାଗୁଡୁ ସହିତ ଦେଖାହୋଇଥିଲା। ଏହି ସମୟରେ ସୁରେଶ ବାଇକଟିକୁ ନାଳକଡରେ ରଖିଦେଇ ଭାଗୁଡୁକୁ ଅଟକାଇବା ସହ ବକେୟା ଥିବା ୮ ଶହ ଟଙ୍କା ଫେରସ୍ତ ମାଗିଥିଲେ । ମାତ୍ର ଭାଗୁଡୁ ନିଜର ଅକ୍ଷମତା ପ୍ରକାଶ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ସୁରେଶ ନିଜ ପାଖରେ ଏକ ବନ୍ଧୁକ ଏକ ଟାଙ୍ଗିଆ(କୁରାଢୀ) ରଖିଥିବା ବେଳେ ବନ୍ଧୁକ ଦେଖାଇ ଭାଗୁଡୁକୁ ନାନା ଧମକ ଚମକ ଦେଇଥିଲା । ଫଳରେ ଭାଗୁଡୁ ଭୟଭୀତ ହୋଇ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲା । ସୁରେଶ ସେଠାରୁ ଭାଗୁଡୁକୁ ଜଙ୍ଗଲ ରାସ୍ତାରେ ଗୋଡାଇ ଗୋଡାଇ ମର୍ହା ଗ୍ରାମର ପୋଖରୀ ନିକଟରେ ପହଂଚିବା ବେଳକୁ ଭାଗୁଡୁ ସୁଯୋଗ ଦେଖି ଏକ ଠେଙ୍ଗା ସାହାଯ୍ୟରେ ସୁରେଶଙ୍କ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲା । ଫଳରେ ସୁରେଶ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ଏହାଦେଖି ଭାଗୁଡୁ ସୁରେଶଙ୍କ ହାତରୁ ଟାଙ୍ଗିଆଟିକୁ ଛଡାଇ ଆଣିବାସହ ଏହା ସାହାଯ୍ୟରେ ସୁରେଶଙ୍କ ବେକ ଓ ମୁଣ୍ଡ ଆଦି ଶରୀରର ବିଭିନ୍ନ ଅଂଶରେ ଚୋଟ ପକାଇଥିଲା । ଫଳରେ ଘଟଣା ସ୍ଥଳରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା ଓ ଭାଗୁଡୁ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ ଭାଗୁଡୁକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ସେହିପରି ଭାଗୁଡୁକୁ କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri