ଅପରେଶନ ‘ସିନ୍ଦୂର’: ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୫: ଅପରେଶନ ‘ସିନ୍ଦୂର’ ନେଇ ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଏକ୍ସ ଯୋଗେ ସେ ଲେଖିଛନ୍ତି,ଭାରତ ଏକତାର ସହ ଛିଡ଼ା ହୋଇଛି । ଆମ ସାହସୀ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ॥ ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା ଦେବ। ଆମ ସାର୍ବଭୌମତ୍ବକୁ ଆକ୍ରମଣ ସହ୍ୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ଲେଖିଛନ୍ତି

ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତି ଆକ୍ରମଣ। ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ ଲେକେ ଖୁସି ମନାବଇବା ସହ କହିଛନ୍ତି ‘ଆମ ସହ ପଙ୍ଗା ନେଲେ, ଆମେ ଛାଡ଼ିବୁନି, ତମ ଦେଶ ଭିତରେ ପଶିକି ମାରିବୁ’। ପାକିସ୍ତାନରେ ଭାରତୀୟ ସେନାର ଏହି ରାତିଅଧିଆ ଆକ୍ରମଣ ପରେ ସବୁ ମହଲରେ ଭାରତକୁ ପ୍ରଶଂସା କରାଯାଉଛି।

ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ସେନାର ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ । ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri