ନୂଆଦିଲ୍ଲୀ/ଇସଲାମାବାଦ,୭।୫: ଥରି ଉଠିଛି ପାକିସ୍ତାନ। ପହଲଗାମେ ଆତଙ୍କବାଦୀ ଆକ୍ରମଣର ମାତ୍ର ୧୪ ଦିନ ପରେ ପଡୋଶୀ ଦେଶଠାରୁ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଏମିତି ଏକ ବଡ଼ ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଏଥିରେ ଟାର୍ଗେଟ କରାଯାଇନି । ଅପରେସନ ସିନ୍ଦୁରରେ ଆତଙ୍କବାଦୀ ମାସୁଦ ଆଝାରଙ୍କ ବହାବଲପୁର ଠିକଣାରେ ହୋଇଛି ହମଲା ।
-ସୁଖୋଇ ଓ ରାଫେଲରୁ ଆତଙ୍କୀ ଶିବିରରେ ଆଟାକ
-ଏୟାରଷ୍ଟ୍ରାଇକରେ ୮ ସୁଖୋଇ, ୪ ରାଫେଲ ସାମିଲ
-ବ୍ରହ୍ମୋସ ମିସାଇଲରେ ଆତଙ୍କୀ ଆଡ୍ଡା ଛାରଖାର
-ଭାରତର ହମଲା ପରେ ପାକିସ୍ତାନରେ ହଲଚଲ
-ପାକିସ୍ତାନର ବହାଓ୍ବଲପୁର, ମୁରିଦକେରେ ଆକ୍ରମଣ
-ସିଆଲକୋଟ, ଚକଅମରୁରେ ଏୟାର ଷ୍ଟ୍ରାଇକ
-ଲାହୋର ଏୟାରପୋର୍ଟକୁ ଏମର୍ଜେନ୍ସୀ ଘୋଷଣା
-୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡ଼ାଣ ବନ୍ଦ
-ଆତଙ୍କୀ ଆଡ୍ଡା ଉପରେ ଭାରତର
-ପାକସ୍ତାନର ୪, ପିଓକେର ୫ ସ୍ଥାନରେ ଆକ୍ରମଣ
ଭାରତର ଏହି ଆକ୍ରମଣକୁ ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ତେବେ ଦେଶରେ ଏନେଇ ଖୁସି ପ୍ରକାଶ ପାଇଛି। ବିଶେଷକରି ପହଲଗାମ ଆତଙ୍କବାଦୀ ଆକମ୍ରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଆଶ୍ୱସ୍ତି ଲାଭ କରିଛନ୍ତି।

