ରାଇକିଆ,୨।୫(ପ୍ରଦୀପ ବେହେରା): ଶୁକ୍ରବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଇକିଆ ବ୍ଲକରେ ସଫଳତା ହାର ୯୮.୭% ରହିଛି । ସମୁଦାୟ ୭୯୪ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୮୦ କୃତକାର୍ଯ୍ୟ ହୋଇଛନ୍ତି ।
ଇନ୍ଦ୍ରଗଡ ମା ବାପାଙ୍ଗି ହାଇସ୍କୁଲର ଦୁଷ୍ମନ୍ତ ବିଶ୍ୱାଳ ସର୍ବାଧିକ ୫୦୫ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । ବ୍ଲକରେ ସମୁଦାୟ ୧୪ଟି ହାଇସ୍କୁଲ ମଧ୍ୟରୁ ୧୧ଟି ହାଇସ୍କୁଲରେ ଶତ ପ୍ରତିଶତ ଫଳାଫଳ ହୋଇଛି । A1ରେ କେହି ପାସ ହୋଇନଥିବା ବେଳେ A2ରେ ଦୁଇ ଜଣ ପାସ ହୋଇଛନ୍ତି।


