ପାଟଣା,୨୬୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଡୁମୁରିଆ ଘାଟରୁ ଶନିବାର ସକାଳୁ ବେଆଇନ ଭାବେ ଚୋରାବାଲି ଉତ୍ତୋଳନ କରି ଚାଲାଣ ସମୟରେ ବନବିଭାଗ ଚଢ଼ାଉ କରିଛି। ଚଢାଉ ସମୟରେ ଦୁଇଟି ବାଲି ବୋଝେଇ ହାଇୱାକୁ ଜବତ କରିବା ସହ ନୂଆପଡ଼ା ନିକଟରୁ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ମଧ୍ୟ ଜବତ କରିଛି।
ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ବନବିଭାଗ ପକ୍ଷରୁ ରେଞ୍ଜର ବନ ବିହାରୀ ସର୍ଦ୍ଦାର, ପାଟଣା ବନ ପାଳ ପିଅନ ନାଏକ, ସାହାର ପଡ଼ା ବନ ପାଳ ଭୂପତି ସେଠୀ , ମାଛ ଗଡ ଗାର୍ଡ ଦୀପକ ରଣା, ତଣ୍ଡୋ ଗାର୍ଡ ଦେବଯାନୀ ମାହାନ୍ତ ଓ ମୋବାଇଲ ସ୍କୁଆର୍ଡ ଏହି ଚଢାଉରେ ସାମିଲ ହୋଇଥିଲେ। ଚଢ଼ାଉ ଦେଖି ଘଟଣାସ୍ଥଳରୁ ବାଲି ମାଫିଆ ଫେରାର ହୋଇଯାଇଥିଲେ। ତେବେ ପାଟଣା ଓ ସାହାର ପଡ଼ା ତହସିଲ ଅଞ୍ଚଳର ବିଭିନ୍ନ ନଦୀ ଓ ନାଳ ଗୁଡିକରୁ ବେଧଡକ ଭାବେ ବାଲି ଚୋରା ଚାଲାଣ ହେଉଥିବାବେଳେ ରାଜସ୍ବ ଓ ଖଣି ବିଭାଗ ନୀରବ ଦ୍ରଷ୍ଟା ସାଜିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।


