ଜବରଦଖଲ: ଜଳ ନିଷ୍କାସନରେ ବାଧା, ଫସଲହାନି

ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡ଼ି ବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡ଼ି ରହୁଛି। ଅଳଭା ଘେରିରୁ ଜଳ ନିଷ୍କାସନ ପାଇଁ ବ୍ରିଟିଶ ଅମଳରୁ ହୋଇଥିବା ସାଇଫନ ଜବରଦଖଲ ହୋଇଯାଇଛି। ଅଳଭାଠାରେ ଥିବା ଜଳ ବିଶୋଧନ କାରଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇ ନ ପାରି ବିଲ ବାଡିରେ ମାଡୁଛି। ଫଳରେ ଅଳଭା ଗ୍ରାମରେ ବସବାସ କରୁଥିବା ଶତାଧିକ ପରିବାର ନାହଁି ନ ଥିବା ଅସୁବିଧା ଭୋଗ କରୁଛନ୍ତି। ସଦାବେଳେ ବାଡିବଗିଚା ସନ୍ତସନ୍ତିଆ ରହିଥିବାରୁ ସଂକ୍ରମଣ ଆଶଙ୍କା ରହୁଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ତହସିଲ କି ଜଳନିକାଶ ବିଭାଗ କର୍ଣ୍ଣପାତ କରୁ ନାହାନ୍ତି, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଆଇନଜୀବୀ ସୁଶୀଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୬ ନଂ. ଓାର୍ଡ ଅଳଭା ଗ୍ରାମ ଚତୁଃପାର୍ଶ୍ୱରେ ବ୍ରିଟିଶ ଅମଳରୁ ବ୍ରାହ୍ମଣୀ ଘେରିବନ୍ଧ ଓ ଗୋବରୀ କେନାଲ ଏବଂ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଘେରି ରହିଛି। ଏହି ଘେରିର ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ପାଇଁ ବ୍ରିଟିଶ ସରକାର ଗୋବରୀ କେନାଲ ତଳେ ଏକ ସାଇଫନ ନିର୍ମାଣ କରିଥିଲେ। ଉଦ୍‌ବୃତ୍ତ ଜଳ ଏହି ସାଇଫନରେ ନୟନ ଯୋରି ଦେଇ ନିଷ୍କାସିତ ହେଉଥିଲା। ମାତ୍ର କିଛିବର୍ଷ ହେବ କେତେଜଣ ବ୍ୟକ୍ତି ଉକ୍ତ ଯୋର ଉପରେ ମାଟି ପକାଇ ଘର ନିର୍ମାଣ କରି ରହୁଥିବାରୁ ସାଇଫନ ଜଳ ନିଷ୍କାସନ ପଥ ବନ୍ଦ ପଡିଛି। ଫଳରେ ଗ୍ରାମର ବହୁ ଏକର ଜମିବାଡ଼ି ପାଣିରେ ବୁଡ଼ି ନଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ଉକ୍ତ ଯୋର ଜବରଦଖଲ ଯୋଗୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଶିକ୍ଷାବିତ୍‌ ଗୋଲେଖ ଜେନା କହିଛନ୍ତି, ଯୋରଟି ଜଳସେଚନ ବିଭାଗ ଅଧୀନରେ ରହିଥିବା ବେଳେ ଏହାର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କାଳକ୍ରମେ ଜବରଦଖଲ ହୋଇଗଲାଣି। ଫଳରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ସେହିପରି ରାଜ୍ୟ ସରକାର ୨୦୧୮-୨୦୧୯ରେ ଏହି ଘେରି ମଧ୍ୟରେ ଜଳ ବିଶୋଧନ କାରଖାନା ନିର୍ମାଣ କରିଛନ୍ତି। ସେଠାରୁ ବାହାରୁଥିବା ବର୍ଜ୍ୟଜଳ ନିଷ୍କାସନ ହୋଇ ନ ପାରି ବିଲବାଡିରେ ମାଡୁଛି। ବର୍ଷାଦିନେ ସାଇଫନରେ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ବର୍ଷା ଜଳ ଘରେ ପଶୁଛି। ଖରାଦିନିଆ ପନିପରିବା ଫସଲ ହେଉନାହଁି। ବର୍ଷାଦିନରେ ଗ୍ରାମବାସୀଙ୍କ ଦୁଃଖର କାରଣ ପାଲଟିଛି। ଯୋର ଜବରଦଖଲରେ ପୋତି ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପୁନରୁଦ୍ଧାର କରାଗଲେ ବିଶେଷ କରି ଚାଷୀମାନେ ଉପକୃତ ହୋଇପାରିବେ। ସାମାଜିକ କର୍ମୀ ବିଜ୍ଞାନ ମିହିର ଜେନା କହିଛନ୍ତି, ପଟ୍ଟାମୁଣ୍ଡାଇ ସଦର ରାଜସ୍ବ ଅଧିକାରୀଙ୍କ ଅଧୀନ କେନାଲ ବନ୍ଧ ରାସ୍ତାପାର୍ଶ୍ୱରେ ଥିବା ଜଳ ନିଷ୍କାସନ ନୟନଯୋରିକୁ ବହୁ ଅବରୋଧକାରୀ ଅବରୋଧ କରି ରଖିଛନ୍ତି। ଅଳଭା ଗ୍ରାମର ଅବ୍ୟବହୃତ ଜଳ ଏବଂ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟର ୱେଷ୍ଟେଜ ପାଣି ସାଇଫନ ଦେଇ ନିଷ୍କାସିତ ହୋଇ ନ ପାରି ବିଲବାଡିରେ ଜମୁଛି। ଅଳ୍ପ ବର୍ଷାରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଉଛି। ବର୍ଷାଦିନେ ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡ଼ିକୁ କୋମଳମତି ପିଲାମାନେ ଶିକ୍ଷାଦାନ ପାଇଁ ପାଣିରେ ପଶି ଯାଉଛନ୍ତି। ସବୁବେଳେ ପାଣି ଜମି ସନ୍ତସନ୍ତିଆ ରହିବା ଫଳରେ ବହୁ ସମୟରେ ଲୋକେ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ନୟନଯୋରିକୁ ଜବରଦଖଲକାରୀଙ୍କ କବଳରୁ ହଟାଇବା ପାଇଁ ଅଳଭା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳନିକାଶ ବିଭାଗ ଯନ୍ତ୍ରୀ ନୀହାର ରାଉତରାୟଙ୍କୁ ପଚାରିବାରେ ଯୋରଟିର ପୁନରୁଦ୍ଧାର କରିବା ଆବଶ୍ୟକତା ରହିଛି। କିନ୍ତୁ ଜବରଦଖଲ ଯୋଗୁ କିଛି କରି ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri