ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ ହେଉଛନ୍ତି। ଧାନ ସଂଗ୍ରହ ବାବଦକୁ ପ୍ରତି ଆର୍‌ଏମ୍‌ସି କୋଟି କୋଟି ଟଙ୍କା ଫି ଆଦାୟ କରୁଛନ୍ତି। ମାତ୍ର ଆର୍‌ଏମ୍‌ସି ଅଧୀନରେ ରହିଥିବା ଧାନକ୍ରୟ କେନ୍ଦ୍ର ତଥା ମଣ୍ଡି ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସେହି ଟଙ୍କା ବିନିମୟରେ ହେଉ ନାହିଁ। ଅନ୍ୟପକ୍ଷରେ ଅବ୍ୟବସ୍ଥିତ ମଣ୍ଡିଗୁଡ଼ିକୁ ଧାନ ବିକିବାକୁ ଆସି ଚାଷୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେଉଁ ମଣ୍ଡିରେ ଗଛତଳେ ଧାନ କିଣାବିକା ଚାଲିଛି ତ ଆଉ କେଉଁଠି ପର୍ଯ୍ୟାପ୍ତ ଗୋଦାମ ଗୃହ ନ ଥିବାରୁ ବର୍ଷା ହେଲେ ମଣ୍ଡିରେ ଧାନ ଭିଜୁଛି। କେବଳ ସେତିକି ନୁହେଁ, ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ସମୟରେ କେତେକ ମଣ୍ଡିରେ ଧାନଚୋରି ହେବାର ମଧ୍ୟ ନଜିର ରହିଛି। ସେହିପରି ବିଭିନ୍ନ ମଣ୍ଡିରେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଉପଯୁକ୍ତ ଆଶ୍ରୟ ସ୍ଥଳୀ, ପାନୀୟଜଳ ପ୍ରକଳ୍ପ କିମ୍ବା ଆବଶ୍ୟକ ସ୍ଥଳେ ଧାନ ଗଦା କରି ଶୁଖାଇବା ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିବା ଚାଷୀମାନଙ୍କୁ ବହୁ ହଟହଟା ହେବାକୁ ପଡ଼ିଛି।
ଶୁକ୍ରବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ଧାନ ସଂଗ୍ରହ ଫି ବାବଦକୁ ସଂଗୃହୀତ ଟଙ୍କାର ଠିକ ବିନିଯୋଗ କରି ଜିଲାରେ ରହିଥିବା ସମସ୍ତ ମଣ୍ଡି ଗୁଡ଼ିକର ବିକାଶ ଏବଂ ବିଭିନ୍ନ ଧାନବିକ୍ରି ସମସ୍ୟାର ସମାଧାନ କରିବା ପାଇଁ ଦାବି ହୋଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଜିଲାରେ ଧାନ ସଂଗ୍ରହ ଫି ବାବଦକୁ ସଂଗୃହୀତ ଟଙ୍କା ମଧ୍ୟରୁ ଅତାବିରା ଆରଏମସିରେ ୧୦୪କୋଟି, ବରଗଡ଼ ଆର୍‌ଏମ୍‌ସିରେ ୬୫କୋଟି ଏବଂ ପଦ୍ମପୁର ଆରଏମ୍‌ସିରେ ୩୩କୋଟି ଟଙ୍କା ପଡ଼ି ରହିଛି। ଏଭଳି ସମୁଦାୟ ଟଙ୍କା ଆର୍‌ଏମ୍‌ସିରେ ପଡ଼ି ରହିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ଅବହେଳା ଯୋଗୁ ତାହା ବିନିଯୋଗ ହୋଇ ପାରି ନାହିଁ। ଅନ୍ୟପଟେ ଚାଷୀମାନେ ଗଛମୂଳେ ଧାନ ବିକ୍ରି କରୁଛନ୍ତି। ଅନେକ ମଣ୍ଡିରେ ଅତ୍ୟାବଶ୍ୟକ ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀମାନେ ମଣ୍ଡି ପ୍ରତି ମୁହଁ ଫେରାଇ ନେଉଛନ୍ତି। ଫଳରେ ଆର୍‌ଏମ୍‌ସିରେ ପଡ଼ି ରହିଥିବା ଟଙ୍କାର ସୁବିନିଯୋଗ କରି ମଣ୍ଡି ଭିତ୍ତଭୂମି ନିର୍ମାଣ କରିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଚାଷୀମାନଙ୍କୁ ବିଭିନ୍ନ ଆଳ ଦେଖାଇ ହଟହଟା କରାଯାଇଥାଏ। ଆସନ୍ତା ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀମାନଙ୍କୁ ସେଭଳି ହଇରାଣ ହରକତ ନ କରିବା ପାଇଁ ଦାବି ହୋଇଛି। ଏଫଏକ୍ୟୁ ଆଳରେ କଟନୀଛଟନୀ ବନ୍ଦ, ମଣ୍ଡିକୁ ଦଲାଲମୁକ୍ତ କରାଯିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ମଣ୍ଡିରେ ରାଇସ ମିଲରମାନେ ଧାନ କିଣାବିକାକୁ ନିୟନ୍ତ୍ରଣ କରୁଥିବା ପରିଲକ୍ଷିତ ହୁଏ। ଫଳରେ ପ୍ରତ୍ୟେକ ମଣ୍ଡିରେ ରାଇସ ମିଲର୍‌ମାନଙ୍କୁ ପ୍ରତ୍ୟେକ୍ଷ ନିୟନ୍ତ୍ରଣରୁ ବାଦ ଦେବା, ମଣ୍ଡି ପରିଚାଳନା ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ପ୍ରତି ୨ବର୍ଷରେ ବଦଳି କରାଯିବା, ମଣ୍ଡି ପରିଚାଳନା ଦାୟିତ୍ୱ ମିଲରମାନଙ୍କୁ ନ ଦେଇ ଧାନକ୍ରୟ ସଂସ୍ଥାକୁ ଦିଆଯାଉ ବୋଲି ମଧ୍ୟ ଦାବି ହୋଇଛି। ସାଟେଲାଇଟ଼ ସର୍ଭେ ଆଳ ଦେଖାଇ ପଞ୍ଜିକରଣରେ ଟୋକନରେ ଚାଷୀଙ୍କ ଜମି ପରିମାଣ ହ୍ରାସ କରି ଦିଆଯାଉଛି । ତାକୁ ବାଦ ଦେଇ ଚାଷ ଅନୁସାରେ ପଞ୍ଜିକରଣ ଭିତ୍ତିରେ ଧାନ କାର୍ଡ ଦିଆଯାଉ ବୋଲି ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ସୁବଳ ପଧାନ, ଏକାଦଶିଆ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri