ରେଳଲାଇନ୍‌ ନିର୍ମାଣକୁ ବିରୋଧ: ପୋଲିସ-ଜନତା ଖଣ୍ଡଯୁଦ୍ଧ

ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଡୁମେର୍ତ୍ତା ରେଳଷ୍ଟେଶନରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଯାଏ ହେଉଥିବା ରେଳ ଲାଇନ୍‌ କାମକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଶନିବାର ପୂର୍ବାହ୍ନ ୧୧ଟାରେ ଏହି କାମ ଆରମ୍ଭବେଳେ ପୋଲିସ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ବରକାନି ଗ୍ରାମର ଏତୋ ଏକ୍କା(୩୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବଂ ପୋଲିସ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଆନ୍ଦୋଳନକାରୀଙ୍କ ସହ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ପରେ ଉତ୍ତେଜନା ଥମିଛି। କିନ୍ତୁ ଜମିହରାଙ୍କୁ ରୋଜଗାର ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନକାରୀମାନେ ମୃତଦେହ ରଖି ଧାରଣା ଦେଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ (ସନ୍ଧ୍ୟା ୭ଟା) ଧାରଣା ଜାରି ରହିଥିଲା। ଅଧିକ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ବନ୍ଧମୁଣ୍ଡା/ ରାଉରକେଲା,୨୦ା୪ (ସୁବ୍ରତ ଡେ/ ସଙ୍ଗୀତା ଜେନା): ଡୁମେର୍ତ୍ତାରୁ ଆର୍‌ଏସ୍‌ପି ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ମାସ ହେଲା ରେଳଲାଇନ୍‌ ବିଛାକାର୍ଯ୍ୟ ଚାଲିଛି। ଏଥିପାଇଁ ୨୦୦୬ରୁ ଜମି ହରାଇଥିବା ସ୍ଥାନୀୟ ଅଞ୍ଚଳବାସୀ କ୍ଷତିପୂରଣ ଏବଂ ରୋଜଗାର ଦାବିରେ ରେଳଲାଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଆସୁଥିଲେ। ଶୁକ୍ରବାର ଜିଲା ପ୍ରଶାସନର ଉପସ୍ଥିତିରେ ବରକାନିରେ ଏକ ନୂତନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଖବର ପାଇ ଅଞ୍ଚଳବାସୀ ଘଟଣାସ୍ଥଳକୁ ଯାଇ କାମ ବନ୍ଦ କରାଇଥିଲେ। ଶନିବାର ପୂର୍ବାହ୍ନ ୧୧ଟାରେ ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାରୁ ଅଞ୍ଚଳବାସୀ ସେଠାରେ ପହଞ୍ଚତ୍ କାର୍ଯ୍ୟ ବନ୍ଦ ପାଇଁ ଦାବି କରିଥିଲେ। ଏହି ସମୟରେ ପୋଲିସ ଏବଂ ଜନତା ମୁହଁାମୁହିଁ ହୋଇଥିଲା। କିଛି ଲୋକ ଜେସିବି ସମ୍ମୁଖରେ ଶୋଇପଡ଼ିଥିଲେ। ଏହି ସମୟରେ ଜେସିବି ଧକ୍କା ଦେବାରୁ ଏତୋ ଏକ୍କାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପରେ ପଥର ମାଡ଼ କରିଥିଲେ। ସେମାନେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ପୋଲିସ ଗାଡିକୁ ଓଲଟାଇ ଦେଇଥିଲେ। ପଥର ମାଡ଼ରେ ବିଶ୍ରା ସହକାରୀ ତହସିଲଦାର ପୁରୁଷୋତ୍ତମ ନାୟକ, ପୋଲିସ କନ୍‌ଷ୍ଟେବଲ ମନୋରଞ୍ଜନ ଦାସ, ରାଜେଶ ମହାରଣା, ଜେସିବି ଚାଳକ ସାମୁଏଲ ମାସିଙ୍କ ସମେତ ପୋଲିସ କର୍ମୀମାନେ ଆହତ ହୋଇଥିଲେ। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଏସ୍‌ପି ନିତେଶ ୱାଧୱାନୀ, ଅତିରିକ୍ତ ଏସ୍‌ପି ରାଜକିଶୋର ମିଶ୍ର ଏବଂ ପାନପୋଷ ଉପଜିଲାପାଳ ବିଜୟ ନାୟକ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ଜେସିବି ଧକ୍କାରେ ଯୁବକଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ଅଧିକ ସଂଖ୍ୟାରେ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ସହ ଧାରଣା ଦେଇଛନ୍ତି। ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ମୃତଦେହ ଉଠିବ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି। ଅନ୍ୟପକ୍ଷରେ ଘଟଣାର ପ୍ରତିବାଦରେ ଅଞ୍ଚଳବାସୀ ରବିବାର ୧୨ ଘଣ୍ଟିଆ ବନ୍ଧମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri