ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ ବେଥଲ ସମ୍ମୁଖରେ ବାଇକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ଅନ୍ୟ ଏକ ଦୁର୍ଘଟଣା କନବାଗିରି ଗ୍ରାମ ନିକଟରେ ଥିବା ହମ୍ପସରେ ହୋଇଥିବା ବେଳେ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି ।

ସୂଚନା ଅନୁସାରେ, ଜି.ଉଦୟଗିରି ବ୍ଲକ ରାଇକଲା ପଞ୍ଚାୟତ ଖାରିଆପଡା ଗ୍ରାମ ନିବାସୀ ଅନିଲ କୁମାର ପ୍ରଧାନ ସ୍ଥାନୀୟ ଏମ୍‌ଏମ୍‌ସି ମେଡିକାଲରେ କାମ କରନ୍ତି। ସା ସମୟ ପ୍ରାୟ ୭.୩୦ ସମୟରେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ସେ ନିଜ ବସାକୁ ଚାଲି ଚାଲି ଆସି ଫେରୁଥିବା ବେଳେ କତୀଙ୍ଗିଆ ପଞ୍ଚାୟତ ବେଟିକଲା ଗ୍ରାମ ନିବାସୀ ଲୁଲୁ ପ୍ରଧାନ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲେ। ଯାହା ଫଳରେ ଅନିଲଙ୍କ ମୃତ୍ୟୁ ହୋଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ବାଇକ ଚାଳକ ଗୁରୁତର ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଅନ୍ୟ ଏକ ଦୁର୍ଘଟଣାରେ ଦେବାଶିଷ ପାଣି (୧୮ କୁଲାଡ,ରୁଦ୍ରପ୍ରସାଦ ପାଢ଼ୀ (୧୮) ଭଞ୍ଜନଗର ଅଞ୍ଚଳର ଦୁଇ ଯୁବକ ଗୁରୁତର ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ଘୁ ଉଦୟଗିରି ଅଞ୍ଚଳକୁ ଆସି ଫେରୁଥିବା ସମୟରେ କନବାଗିରି ପ୍ରଥମ ହମ୍ପସ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛନ୍ତି। ଯାହା ସୂଚନା ରହିଛି ବିଗତ ଦିନ ମାନଙ୍କରେ ଏହି ପରି ଅନେକ ଦୁର୍ଘଟଣା ସେହି ହମ୍ପସରେ ଘଟିଛି ଓ ଲୋକ ମରିବା ସହ ଗୁରୁତର ଆହତ ହୋଇଛନ୍ତି। ତେବେ ମୁଖ୍ୟ ରାସ୍ତାରେ ଏହିପରି ବଡ଼ ବଡ଼ ହମ୍ପସ ରଖିବା ଦ୍ବାରା ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ଏହାର ପ୍ରତିକାର କରିବା ନିମନ୍ତେ ଜନ ସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଏଡ଼ା ସିଇଓ ବହିଷ୍କୃତ

ଲକ୍ଷ୍ନୌ,୨୦ା୧(ପି.ଟି.): ନଏଡ଼ା ସେକ୍ଟର ୧୫୦ସ୍ଥିତ ଏକ ନିର୍ମାଣ ସ୍ଥଳରେ ଜଳଭର୍ତ୍ତି ଗର୍ତ୍ତ ମଧ୍ୟକୁ କାର୍‌ ଖସି ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନଏଡ଼ା...

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି।...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri