ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଆଇନଜୀବୀ ହରପ୍ରସାଦ ରଥଙ୍କ ସଂଯୋଜନା ଏବଂ ଏନ୍ଏସି ନଗରପାଳ ପ୍ରଫୁଲ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରାକ୍ତନ ସଭାପତି ହରିକୃଷ୍ଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ପୁରୀ ଶ୍ରୀରାମଦୟା ପରିଷଦର ମହାମଣ୍ଡଳେଶ୍ବର ମହନ୍ତ ଗଙ୍ଗାରାମ ଦାସଜୀ ମହାରାଜ ଶିବପାର୍ବତୀଙ୍କ ବିବାହ ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ସୂଚନା ଦେବାପରେ ପଣ୍ଡିତ ଉମାକାନ୍ତ ମହାପାତ୍ର ଅତି ସରଳ ଏବଂ ବୋଧଗମ୍ୟ ପ୍ରବଚନ ପ୍ରଦାନ କରି ରାମରସ ପିପାସୁ ଭକ୍ତଗଣଙ୍କ ହୃଦୟ ଜିଣିବାକୁ ସକ୍ଷମ ହୋଇଥିଲେ। ମାନସ ପାରାୟଣ କାର୍ଯ୍ୟକ୍ରମ ପରିଚାଳନା କମିଟି କର୍ମକର୍ତ୍ତା ଭାଗିରଥି ଚୌଧୁରୀ, ସୂର୍ଯ୍ୟନାରାୟଣ ଦାଶ, ହରିକୃଷ୍ଣ ସାହୁ, କାଳୁଚରଣ ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାର୍ଥା, ହେମନ୍ତ କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପାଢ଼ୀ, ପି. ଗୋବିନ୍ଦ ପାତ୍ର, ବିନୋଦ ଚନ୍ଦ୍ର ଦାଶ, ସୁରେନ୍ଦ୍ର ପଟ୍ଟନାୟକ, ଗୌରଚନ୍ଦ୍ର ପୂଜାରୀ, ଏମ. ବାଇନାଥ ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ୨୬ ତାରିଖ ସନ୍ଧ୍ୟାରେ ଉଦଯାପିତ୍ ହେବ ବୋଲି ସୂଚନା ମିଳିଛି।


