କ୍ଷମା ମାଗ, ନଚେତ୍‌ ନବୀନ ନିବାସ ଘେରିବୁ : ଭକ୍ତ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ବିଜେଡି ପକ୍ଷରୁ ପଣ୍ଡିତ ଜବାହର ଲାଲ୍‌ ନେହେରୁଙ୍କ ସହ ଭି.କେ. ପାଣ୍ଡିଆନଙ୍କୁ ତୁଳନା କରାଯିବାକୁ ନେଇ କଂଗ୍ରେସ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ଷମାପ୍ରାର୍ଥନା ନ କଲେ ନବୀନ ନିବାସ ଘେରାଉ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ଭବାନୀପାଟଣାଠାରେ ଖବରଦାତାଙ୍କ ଏକ କାର୍ଯ୍ୟକ୍ରମରେ ଭକ୍ତ କହିଛନ୍ତି, ବିଜେଡିର କଟକ ଲୋକ ସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଜଣେ କମ୍ପାନୀ ଚାକିରିଆ। ତାଙ୍କ ମୁହଁରେ ନବୀନବାବୁ ପାଣ୍ଡିଆନଙ୍କ ପ୍ରଶଂସା କରାଉଛନ୍ତି, ଯିଏକି ଦଳରେ ନାହାନ୍ତି। ନେହେରୁଙ୍କ ସହ ବିଜୁ ପଟ୍ଟନାୟକ କାମ କରିଥିଲେ। ହାତକୁ ହାତ ମିଶାଇ ସେ ବହୁତ ବଡ଼ ବଡ଼ କାର୍ଯ୍ୟ କରିଛନ୍ତି। ଆଜି ତାଙ୍କ ପୁଅ ନବୀନବାବୁ ସନ୍ତୃପ୍ତ ମିଶ୍ରଙ୍କ ଜରିଆରେ କେବଳ ଯେ ନେହେରୁଙ୍କୁ ଅପମାନିତ କରିଛନ୍ତି ତା’ ନୁହେଁ, ବିଜୁବାବୁଙ୍କୁ ମଧ୍ୟ ଅପମାନିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସଂତୃପ୍ତ କହିଥିଲେ ନେହେରୁ ଯେଭଳି ରାଷ୍ଟ୍ରର ହିତ କରି ମଧ୍ୟ ସମାଲୋଚିତ ହୋଇଥିଲେ ସେହିଭଳି ପାଣ୍ଡିଆନ୍‌ ରାଜ୍ୟର ବିକାଶ କରିଥିବା ସତ୍ତ୍ୱେ ତାଙ୍କୁ ସମାଲୋଚନା କରାଯାଉଛି। ତେଣୁ ରାଜ୍ୟବାସୀଙ୍କ ସାମ୍ନାରେ ନବୀନବାବୁ କ୍ଷମା ମାଗନ୍ତୁ, ଜବାବ ଦିଅନ୍ତୁ, ନଚେତ୍‌ ପ୍ରତିଧ୍ୱନି ଶୁଣିବେ। ନବୀନ ନିବାସ ଘେରାଉ କରାଯିବ ବୋଲି ଭକ୍ତ ଚେତାଇ ଦେଇଛନ୍ତି।
ପୁଣି କହିଛନ୍ତି, ପୂର୍ବର ବିଜେଡି ସରକାର ଯେଭଳି ଗଣମାଧ୍ୟମର କଣ୍ଠରୋଧ କରିଥିଲା, ଠିକ୍‌ ସେହିପରି ଭାଜପା ସରକାର ଖବରଦାତାଙ୍କ ଉପରେ ଅଙ୍କୁଶ ଲଗାଇଛି, ଯାହାଫଳରେ ଖବରଦାତାଙ୍କୁ ସେମାନଙ୍କ ଉଚିତ୍‌ ହକ୍‌ ମିଳିପାରୁନାହିଁ। ମାତ୍ର କଂଗ୍ରେସ ସେମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲା। ଯଦି ରାଜ୍ୟ ସରକାର ତୁରନ୍ତ ଖବରଦାତାଙ୍କ ଦାବି ପୂରଣ ନ କରନ୍ତି ତେବେ କଂଗ୍ରେସ ଏଥିପାଇଁ ଲଢ଼େଇ କରିବ।
କହିଥିଲେ ଯେ, ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହେଲା ବିଜେଡି। ହେଲେ ସେମାନେ ଭାଜପାର ତୋଷାମଦ କରୁଛନ୍ତି। ବିଜେଡି ଯେଭଳି ଖବରଦାତାଙ୍କ ଅଧିକାରକୁ ବିଧାନସଭାରେ ନିୟନ୍ତ୍ରଣରେ ରଖିଥିଲା, ଭାଜପା ମଧ୍ୟ ସମାନ ନୀତି ଅନୁସରଣ କରୁଛି। ଓ୍ବକ୍‌ଫ ବିଲ୍‌କୁ ନେଇ ନବୀନବାବୁ ପ୍ରଥମେ ବିରୋଧ କରିବାକୁ ନିଷ୍ପତ୍ତି ନେଲେ ଏବଂ ବିଜୁବାବୁଙ୍କ ଏହା ସ୍ବର ବୋଲି କହିଲେ, ହେଲେ ପରେ ସେ ସ୍ବର ବଦଳାଇଦେଲେ। ଏହି ପ୍ରସଙ୍ଗରେ ଏତେ ତଳକୁ ନବୀନବାବୁ ଚାଲିଯାଇଛନ୍ତି ଯେ, ତାଙ୍କ ଦଳର ଲୋକେ ଏବେ ତାଙ୍କ ବିରୋଧରେ କହିବାକୁ ଜଣକ ପରେ ଜଣେ ଖୋଲାଖୋଲି ବାହାରୁଛନ୍ତି। ଏଥିରୁ ନବୀନଙ୍କ ଡରୁଆପଣ ସ୍ପଷ୍ଟ ହେଉଛି। ନବୀନ ରାଜନୀତିର ମାନ ରଖନ୍ତୁ ବୋଲି ଭକ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri