ଚମକାଇବେ ନବୀନ! ଏପ୍ରିଲ ୧୯ରେ କରିବେ ବଡ଼ ଘୋଷଣା

ଭୁବନେଶ୍ୱର,୧୩।୪: କିଛିଦିନ ଧରି ବିଜେଡିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପ୍ରଥମେ ଓ୍ବକଅଫ୍‌ ବିଲ୍‌ ତା’ ପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ବାହାରିବା। ଏହାରି ଭିତରେ ବିଜେଡିର ସାଂଗଠିନକ ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ ହେବା ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି। କୁହାଯାଉଛି ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପ୍ରଥମଥର ପାଇଁ କ୍ଷମତାରେ ନ ଥିବାବେଳେ ବିଜେଡିରେ ସାଂଗଠନିକ ଅଦଳବଦଳ ହେବାକୁ ଯାଉଛି। ସଭାପତି ଭାବେ ନବୀନ ପଟ୍ଟନାୟକ ରହିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପରେ ୨ନଂ ନେତା କିଏ ହେବେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୯ରେ ନିଜ ପରେ ଦଳର ପାଓ୍ବାରଫୁଲ ନେତା ଭାବେ କାହାକୁ ବାଛିବେ ନବୀନ? କିଏ ହେବେ ବିଜେଡିର ନବୀନଙ୍କ ପରେ କ୍ଷମତାକେନ୍ଦ୍ରୀକ ବ୍ୟକ୍ତି। ଏନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

କିଏ ହେବେ ବିଜେଡିରେ ୨ନଂ ନେତା ? କହିବାର ଅର୍ଥ, ନବୀନଙ୍କ ପରେ ଦଳରେ କିଏ ହେବେ ପାୱାରଫୁଲ ? କିଏ ହେବେ ଦ୍ୱିତୀୟ କ୍ଷମତା କେନ୍ଦ୍ର। ରାଜନୀତିରେ ଆମେ ଦ୍ୱିତୀୟ କ୍ଷମତା କେନ୍ଦ୍ର ବିଷୟରେ ସବୁବେଳେ ଶୁଣି ଆସିଛେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା ମଧ୍ୟ ଆମର ନଜିର ରହିଛି। ୨ୟ କ୍ଷମତା କେନ୍ଦ୍ର ଅର୍ଥାତ୍‌ ଦଳର ମୁଖିଆଙ୍କ ପରେ ସବୁଠୁ ଶକ୍ତିଶାଳୀ ନେତା। ଏହାରି ଭିତରେ ବିଜେଡିର ୨ୟ କ୍ଷମତା କେନ୍ଦ୍ର କିଏ ହେବେ ଏନେଇ ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି, ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ଅଫିସିଆଲି ଭାବରେ ସଭାପତି ନବୀନ ପଟ୍ଟନାୟକଙ୍କ ପରେ ସଂଗଠନ ସଂପାଦକ ଥିବା ବବି ଦାସଙ୍କୁ ଦ୍ବିତୀୟ ପ୍ରଭାବଶାଳୀ ନେତା ବୋଲି ବିବେଚନା କରାଯାଉଥିଲା । ନିର୍ବାଚନ ପରାଜୟର ପ୍ରାୟ ୧୦ ମାସ ପରେ ଯେଉଁ ସାଙ୍ଗଠନିକ ପୁନର୍ଗଠନ ହେବାକୁ ଯାଉଛି, ସେଥିରେ ନବୀନଙ୍କ ପରେ କାହାକୁ ପାୱାରଫୁଲ କରାଯିବ, ତାକୁ ନେଇ ସସପେନ୍ସ ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ଯେଉଁ ନେତାଙ୍କ ନାଁ ଆଗକୁ ଆସୁଛି ସେମାନେ ହେଲେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ପ୍ରତାପ ଦେବ, ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ।

ତେବେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କିଏ? ୨୦୨୪ ନିର୍ବାଚନରେ ଯେତେବେଳେ ବିଜେଡିର ଷ୍ଟାର ତାଲିକା ପ୍ରକାଶ ପାଇଲା ସେତେବେଳେ ନବୀନଙ୍କ ପରେ ଭିକେ ପାଣ୍ଡିଆନଙ୍କ ନାଁ ଥିଲା। ଲିଷ୍ଟରେ ୧ ନମ୍ବରରେ ନବୀନ ଥିବାବେଳେ ୨ନଂରେ ପାଣ୍ଡିଆନ ଥିଲେ। ପ୍ରଚାରବେଳେ ନବୀନଙ୍କ ଅନୁପସ୍ଥିତିରେ ଦଳର ବଡ଼ ବଡ଼ ନ ଥିଲାବେଳେ ମଞ୍ଚରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁଥିଲା। ଏକ ପ୍ରକାର ଆମେ ଦେଖିଲେ ଜାଣି ପାରିବା ନବୀନ ନିର୍ବାଚନବେଳେ ହେଉ କି ନିଜ ରାଜନୈତିକ କ୍ୟାରିୟରେ ନିଜର ଦ୍ୱିତୀୟ କ୍ଷମତା କେନ୍ଦ୍ର ଦ୍ୱାରା ଦଳର ସମସ୍ତ କାମ କରିଥାନ୍ତି। କୌଣସି ବଡ଼ ଘୋଷଣା ହେଉ କି ରାଜନୈତିକ ଗୋଟି ଚାଳନା। ତେବେ ଏହାର ଉଦାହରଣ ୨୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା।

ନବୀନ ପଟ୍ଟନାୟକ, ଯିଏ ୧୯୯୭ ମସିହାରୁ ବିଜେଡିର ସଭାପତି ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି, ସେ ଏବେ ବି ଦଳର ଏକମାତ୍ର ପ୍ରମୁଖ ନେତା ଭାବେ ରହିଛନ୍ତି। ନବୀନଙ୍କ ପରେ ଦଳର ନେତୃତ୍ୱ ନେଇ ବିଭିନ୍ନ ନାଁ ଆଲୋଚନାରେ ରହିଛି। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା, କିନ୍ତୁ ୨୦୨୪ରେ ନବୀନ ସ୍ପଷ୍ଟ କରିଥିଲେ ଯେ, “ଓଡ଼ିଶାର ଜନତା ମୋ ପରେ ନେତା ନିର୍ଦ୍ଧାରଣ କରିବେ। ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ଯିଏ ପୂର୍ବରୁ ସାଙ୍ଗଠନିକ ସଚିବ ଥିଲେ, ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ଦେଖାଯାଉଛି। ତେବେ ଏହାରି ଭିତରେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, “ନବୀନ ହିଁ ଏକମାତ୍ର ନେତା, ଏବଂ ଦଳ ବାହାର ଲୋକଙ୍କୁ ନେତୃତ୍ୱ ଦେବାକୁ ଗ୍ରହଣ କରିବ ନାହିଁ।”

ଯାହା ସୂଚନା ମିଳିଛି, ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ୧୯ ତାରିଖରେ ସଭାପତି ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି । ନବୀନ ପୁନର୍ବାର ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେଣୁ ନବୀନଙ୍କ ପରେ ନମ୍ବର ୨ ନେତାଙ୍କୁ ନେଇ ନାନା ଚର୍ଚ୍ଚା ଚାଲିଛି । ପୂର୍ବ ପରି ସଙ୍ଗଠନ ସମ୍ପାଦକ ପଦବୀ ବଳବତ୍ତର ରହିବ ନା ପୂର୍ବରୁ ଉଚ୍ଛେଦ ହୋଇଥିବା ମହାସଚିବ ପଦ ଫେରିବ, ତାହା ରହସ୍ୟଘେରରେ ରହିଛି । ଏଥର ଦଳରେ ରାଜନୈତିକ ବ୍ୟାପାର କମିଟି ରହିପାରେ । କିଛି ବରିଷ୍ଠ ନେତାଙ୍କୁ ନେଇ ଏହି କମିଟି ଗଠନ ହେବ । ଯେଉଁ କମିଟି ଦଳୀୟ ବ୍ୟାପାର ବୁଝି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ବି ଏହି କମିଟିର ହସ୍ତକ୍ଷେପ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri