୯୯% ସମ୍ପତ୍ତି ଦାନ କରିବାକୁ ଘୋଷଣା କଲେ ବିଲ ଗେଟ୍ସ: ଜାଣନ୍ତୁ ବାକି ୧% କରିବେ କ’ଣ

ଓ୍ବାଶିଂଟନ୍‌,୧୨।୪: ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଲ ଗେଟ୍ସ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଗେଟ୍ସଙ୍କ ଘୋଷଣା ଅନୁଯାୟୀ, ସେ ତାଙ୍କ ସନ୍ତାନମାନଙ୍କ ପାଇଁ କେବଳ ୧ ପ୍ରତିଶତ ସମ୍ପତ୍ତି ଛାଡିବେ ଏବଂ ବାକି ସମ୍ପତ୍ତି ଦାନ କରାଯିବ। ଏବେ ବଡ଼ ପ୍ରଶ୍ନ ହେଉଛି, ବିଲ ଗେଟ୍ସ ତାଙ୍କ ପିଲାମାନଙ୍କ ପାଇଁ ଯେଉଁ ୧ ପ୍ରତିଶତ ସମ୍ପତ୍ତି ଛାଡିଯିବେ ତାହାର ପ୍ରକୃତ ମୂଲ୍ୟ କ’ଣ ହେବ? ବିଲ ଗେଟ୍ସ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ, ତେଣୁ ତାଙ୍କର ୧ ପ୍ରତିଶତ ସମ୍ପତ୍ତି ତାଙ୍କ ପିଲାମାନଙ୍କୁ କୋଟିପତି କରିପାରିବ।

ବିଲ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ୨୭ ବର୍ଷ ଧରି ଏକାଠି ରହିବା ପରେ ୨୦୨୧ ମସିହାରେ ଛାଡପତ୍ର ନେଇଥିଲେ ଏବଂ ଉଭୟ ଅଲଗା ହୋଇଯାଇଥିଲେ। ଏହି ଦମ୍ପତିଙ୍କ ଔରସରୁ ତିନୋଟି ସନ୍ତାନ ଅଛନ୍ତି; ଝିଅ ଜେନିଫର କ୍ୟାଥରିନ ଗେଟ୍ସ (୨୮), ପୁଅ ରୋରି ଜନ ଗେଟ୍ସ (୨୭) ଏବଂ ଫୋବି ଆଡେଲ ଗେଟ୍ସ (୨୨)। ବିଲ ଗେଟ୍ସ କହିଛନ୍ତି, ସେ ଚାହାଁନ୍ତି ଯେ ତାଙ୍କ ପିଲାମାନେ ତାଙ୍କ ସମ୍ପତ୍ତି ମୋହରେ ନ ରୁହନ୍ତୁ। ନିଜେ କିଛି କରନ୍ତୁ ଏବଂ ନିଜର ପରିଚୟ ତିଆରି କରନ୍ତୁ। ସେଥିପାଇଁ ସେ ତାଙ୍କର ୯୯ ପ୍ରତିଶତ ସମ୍ପତ୍ତି ଦାନ କରିବେ ଏବଂ ତାଙ୍କ ସମ୍ପତ୍ତିର କେବଳ ୧ ପ୍ରତିଶତ ତାଙ୍କ ପିଲାମାନଙ୍କ ପାଖକୁ ଯିବ।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ରାଜତ୍ୱ କରିଆସୁଥିଲେ। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୬୨ ବିଲିୟନ ଡଲାର, ଯାହା ଭାରତୀୟ ଟଙ୍କାରେ ପ୍ରାୟ ୧୩,୯୦୦ ବିଲିୟନ ଟଙ୍କା। ବିଲ ଗେଟ୍ସ ପୂର୍ବରୁ ହିଁ ତାଙ୍କ ଫାଉଣ୍ଡେସନ ମାଧ୍ୟମରେ ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ଦାନ କରିଆସୁଛନ୍ତି, ଯାହା ମାନବ କଲ୍ୟାଣ କାର୍ଯ୍ୟରେ ବ୍ୟବହୃତ ହୁଏ।

ଯଦି ସେ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରନ୍ତି, ତେବେ ଏହାର ୧ ପ୍ରତିଶତ, ଅର୍ଥାତ୍‌ ୧.୬୨ ବିଲିୟନ ଡଲାର, ତାଙ୍କ ପିଲାମାନଙ୍କୁ ଯିବ। ଯଦି ଭାରତୀୟ ଟଙ୍କାରେ ଗଣନା କରାଯାଏ, ତେବେ ଏହି ସମ୍ପତ୍ତିର ମୂଲ୍ୟ କୋଟି କୋଟି ହେବ। ଏହିପରି, ମାତ୍ର ୧ ପ୍ରତିଶତ ସମ୍ପତ୍ତି ପାଇବା ପରେ ମଧ୍ୟ, ତାଙ୍କର ତିନିଜଣ ପିଲା ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri