Posted inRasifala

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୨ ତାରିଖ – Daily Horoscope

ମେଷ
ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
ବୃଷ
ବୃଷ
ଘରେ ମୂଲ୍ୟବାନ ଦବ୍ର୍ୟ ନଷ୍ଟଜନିତ ଉଚ୍ଚବାଚ୍ଚ ଘଟିପାରେ । ଅଯାଚିତ ଭାବରେ ପଡ଼ୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କଳା, କାରିଗରି, ଶିଳ୍ପ, ବାଣିଜ୍ୟ ତଥା ସାହିତ୍ୟ ଓ ସଙ୍ଗୀତାଦିରେ ସୁନାମ ଅର୍ଜନ କରିପାରନ୍ତି। ଆପଣଙ୍କ ରଚନାତ୍ମକ କାର୍ଯ୍ୟ ବହୁଜନ ପ୍ରଶଂସିତ ହେବାର ଯୋଗ ରହିଛି।
ମିଥୁନ
ମିଥୁନ
ପୂର୍ବ ନିର୍ଦ୍ଧାରିତ ଯୋଜନାନୁସାରେ ବନ୍ଧୁମିଳନ ସାଙ୍ଗକୁ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଖୋରାକ ପାଇବେ। ସ୍ଥଗିତ କାମ କରିବା ପାଇଁ ନିଷ୍ପତ୍ତି ନେବେ। ଗତକାଲିର କୌଣସି ଘଟଣା ସକାଶେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ବେଶ୍‍ ଫଳପ୍ରଦ ହେବ।
କର୍କଟ
କର୍କଟ
କର୍ମଜଞ୍ଜାଳର ବହୁଳତା ଆପଣଙ୍କୁ କୌଣସି ସ୍ଥାନରେ ସ୍ଥିରଭାବରେ ରଖାଇ ଦେବନାହିଁ। ଯେଉଁ ଆଶା ନେଇ ଅନ୍ୟମାନଙ୍କ ପାଇଁ କିଛି କରିବେ ପ୍ରତିବଦଳରେ କିଛି ପାଇବା କଷ୍ଟକର ହେବ। ବନ୍ଧୁଙ୍କ ମାଧ୍ୟମରେ ଶୁଭ ଖବର ମନକୁ ଆମୋଦିତ କରିବ। ପ୍ରତ୍ୟୁଷ ସମୟରେ ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ସି˚ହ
ସି˚ହ
ବିଶିଷ୍ଟବ୍ୟକ୍ତିଙ୍କ ସହୃଦୟତା ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ। ଆମତ୍ୀୟମାନେ ସମାଲୋଚନା କରିପାରନ୍ତି। ଯାତ୍ରା,ନୂତନ କର୍ମାରମ୍ଭ, ଶିଳ୍ପ, ବାଣିଜ୍ୟ ପରିବହନ, ବ୍ୟବସାୟ ସକାଶେ ଦିନଟି ମନ୍ଦ ନୁହେଁ। ନୂତନ ବନ୍ଧୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି।
କନ୍ୟା
ଆଜି ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନପାରେ। ପରିବାରରେ ବିତର୍କ କିମ୍ବା ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଆସନ୍ତାକାଲି ଖୋଜୁଥିବା ଜିନିଷଟି ଆଜି ଅପରାହ୍ନରେ ପାଇଯିବେ। ପ୍ରଶାସନ, ଅର୍ଥ ସମ୍ପର୍କ, ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଉଠାପକା ମଧ୍ୟଦେଇ ଚାଲିପାରେ।
ତୁଳା
ତୁଳା
ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ସାଧାରଣ କଥାକୁ ନେଇ ତର୍କବିତର୍କ ଲାଗିପାରେ। ବ୍ୟବସାୟରେ ମନର ବଳ ଖୁବ୍‍ ଟାଣ ରହିବ ଏବଂ ଲାଭବାନ୍‍ ମଧ୍ୟ ହେବେ। ବନ୍ଧୁମାନଙ୍କ ସାହାଯ୍ୟ ଏବଂ ସହଯୋଗ କାରଣରୁ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି ା
ବିଛା
ବିଛା
ଆଜିର ଗ୍ରହସ୍ଥିତି ଅନୁକୂଳ ନ ଥିବାରୁ ସତର୍କତା ଅବଲମ୍ବନ କରିବା ଭଲ। ପ୍ରତିଟି ପଦକ୍ଷେପରେ ଆଖିରେ ନ ଦେଖିଥତ୍ବା କିମ୍ବା କାନରେ ଶୁଣି ନ ଥିବା କଥାକୁ ବିଶ୍ୱାସ କଲେ କ୍ଷତିରେ ପଡ଼ିବେ। ସାହାଯ୍ୟ ମନୋବୃତ୍ତିରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ । ରୋଗ, ଋଣରୁ ରକ୍ଷା ପାଇବାର ପରିକଳ୍ପନା କରିବେ।
ଧନୁ
ଧନୁ
ଶୁଭଯୋଗ ପ୍ରଭାବରୁ କର୍ମକ୍ଷେତ୍ର ସାଙ୍ଗକୁ ପାରିବାରିକ କ୍ଷେତ୍ରରେ ସମସ୍ୟା ରହିବନାହିଁ। ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପରିସ୍ଥିତିର ତାଡ଼ନାରେ ମନକୁ ନ ପାଇଲେ ମଧ୍ୟ ପରିବାର ସଦସ୍ୟଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରଶାସନ, ଆଇନ ତଥା ବାଣିଜ୍ୟ ଓ ପରିବହନରେ ସୁଫଳ ପାଇବେ।
ମକର
ମକର
ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଆଜିର ଯାତ୍ରା ବ୍ୟୟବହୁଳ ହେବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଗୁଜବ ଶୁଣି ମନରେ ଦୁଶ୍ଚିନ୍ତା ସୃଷ୍ଟିହେବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣକରି ଠିକଣା ସମୟରେ ଉଚିତ ପଦକ୍ଷେପ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମ, ଭ୍ରମଣ, ବନ୍ଧୁମିଳନ ଓ ନୂତନ ଯୋଜନାରମ୍ଭ କ୍ଷେତ୍ରରେ ଆଶା ପୂରଣ ହୋଇପାରିବ।
କୁମ୍ଭ
କୁମ୍ଭ
ଆଜି ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ସକାଳୁ ସମ୍ପର୍କୀୟ ଜଣେ ବନ୍ଧୁ ଆଜି ମଧ୍ୟାହ୍ନରେ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳତା ଦୂରେଇଯିବା ସହ ଆଶା ଓ ଅଭିଳାଷ ପୂରଣ ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ଚିନ୍ତା କରିବାକୁ ପଡ଼ିପାରେ। ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ପାରିବାରିକ ସ୍ତରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri