ଟାଇକୋଣ୍ଡୋରେ ଗୋଲ୍ଡ ସହ ମିଳିଲା ୩ ପଦକ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି। ଏକାଦଶ ଶ୍ରେଣୀ ଛାତ୍ରୀ ପ୍ରତ୍ୟୁଷା ରଥ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି।

ନବମ ଶ୍ରେଣୀର ଲୋକେଶ ପରିଡ଼ା ରଜତ ପଦକ ଏବଂ ଅଷ୍ଟମ ଶ୍ରେଣୀର କ୍ରିତେଶ କାଂସ୍ୟ ପଦକ ଜିତିଛନ୍ତି। କେ. ଦିପ୍ତିମାନ ରେଡ୍ଡି ଜାତୀୟସ୍ତର ପାଇଁ ଟ୍ରାଏଲ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ
ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଧିକ ସଫଳତା କାମନା କରିଛନ୍ତି। ଶିକ୍ଷା, କ୍ରୀଡ଼ା ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି।

ସୂଚନା ଯୋଗ୍ୟ, ଗତ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ୫ରେ ରିଜିଅନାଲ ସ୍ପୋର୍ଟସ ମିଟ୍‌ ୨୦୨୬ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ଛାତ୍ରୀଛାତ୍ରମାନେ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଖୁଣ୍ଟିଆଙ୍କ ନେତୃତ୍ୱରେ ଭାଗ ନେଇ ଏହି ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ହେବ ପୁଣିଥରେ ନିର୍ବାଚନ? EVM ଖରାପ ହେବାର ଆସିଲାଣି ୭୭ ଅଭିଯୋଗ, ତଦନ୍ତ ଆରମ୍ଭ କଲେ ଇସି

କୋଲକାତା,୩୦।୪: ବଙ୍ଗଳାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଡାଇମଣ୍ଡ ହାର୍ବର ସମେତ ଅନେକ ମତଦାନ କେନ୍ଦ୍ରରେ ଇଭିଏମର ସୁରକ୍ଷା ଏବଂ ସ୍ବଚ୍ଛତା ଉପରେ ଉଠିଥିବା ପ୍ରଶ୍ନ ମଧ୍ୟରେ…

Exit Pollକୁ ନେଇ ମୁହଁ ଖୋଲିଲେ ମମତା, କହିଲେ…

କୋଲକାତା,୩୦।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକଜିଟ ପୋଲ ପୂର୍ବାନୁମାନକୁ ଖାରଜ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ‘ମା, ମାଟି, ମାନୁଷ’ ସରକାର ଗଠନ…

ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ନନ୍ଦପୁର,୩୦।୪(ତୁଷାର କାନ୍ତ ମହାନ୍ତି): ବାପ ଘର ବୁଲି ଆସି ଫେରିବା ବାଟରେ ଗଙ୍ଗାନାଳ କଡ଼ରୁ ଘର ଲିପା ପାଇଁ ମାଟି ସଂଗ୍ରହ କରୁଥିବା ବେଳେ ମାଟି ଅତଡ଼ା…

ଭଉଣୀଙ୍କ କଙ୍କାଳକୁ ନେଇ ବ୍ୟାଙ୍କ ଆସିଥିବା ଜିତୁଙ୍କ ଆକାଉଣ୍ଟକୁ ଆସିଲା ୧୦ଲକ୍ଷ! ସାହାଯ୍ୟ କଲେ ଫିଜିକ୍ସ ଓ୍ବାଲାର…

ନୂଆଦିଲ୍ଲୀ,୩୦।୪: ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତ୍ତମାନ…

ଆମେରିକା ଭାରତକୁ ଫେରାଇଲା ୬୫୭ ଅମୂଲ୍ୟ ବସ୍ତୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୪: ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୧୪ ନିୟୁତ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି, ଏହା କହି ଯେ ଚୋରି ହୋଇଥିବା କଳାକୃତିକୁ…

୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା

ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। କୌଣସି ବର୍ଷା…

‘ଆମେରିକାର ବିଫଳତା ସହ ହର୍ମୁଜରେ ଏକ ନୂତନ ଅଧ୍ୟାୟ…,’ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଇରାନର ସର୍ବୋଚ୍ଚ ନେତା

ତେହରାନ,୩୦।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁବାର ଏକ ଲିଖିତ ବିବୃତ୍ତିରେ ଆମେରିକା ଉପରେ ଏକ କଠୋର ଆକ୍ରମଣ ଜାରି କରିଛନ୍ତି। ଇରାନର ସରକାରୀ ଟେଲିଭିଜନରେ…

ଅବସର ଦିନ ହିଁ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ସମସ୍ତ ପ୍ରାପ୍ୟ, ବିଇଓଙ୍କ ପକ୍ଷକ୍ଷେପକୁ ପ୍ରଶଂସା

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅବସର ଦିନ ହିଁ ଶିକ୍ଷକ ହେଉ କି କର୍ମଚାରୀ ସମସ୍ତଙ୍କୁ ବକେୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri