ସନସ୍ୟୁର ଏନର୍ଜି ସହ ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ର ବୁଝାମଣା

ଭୁବନେଶ୍ୱର,୧୧।୪ (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍‌ଲେସର ଗାଜିଆବାଦସ୍ଥିତ ସହାୟକ କମ୍ପାନୀ ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ ଏବଂ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥା ୧୧ ମେଗାୱାଟର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି (ପିପିଏ) ସ୍ବାକ୍ଷର କରିଛି। ବୁଝାମଣା ଅନୁଯାୟୀ ଉତର ପ୍ରଦେଶର ଅଗସାଇଠାରେ ଥିବା ୪୯ ମେଗାୱାଟ୍‌ ପିକ୍‌ ସୌର ପ୍ରକଳ୍ପରୁ ଏହା ୧୧ ମେଗାୱାଟ୍‌ ସୌର ଶକ୍ତି ଗ୍ରହଣ କରିବ ଏବଂ ଏହାର ପ୍ଲାଣ୍ଟରେ ପ୍ରାୟ ୫୦% ସ୍ବଚ୍ଛ ଶକ୍ତି ଉପଯୋଗ କରିବ। ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି କୁହାଯାଉଛି।
ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ ଜଗମୋହନ ସୁଦ୍‌ କହିଛନ୍ତି, ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ର ଏହି ଭାଗୀଦାରି ଆମର ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ ଏବଂ ୨୦୩୫ ସୁଦ୍ଧା ୫୦% କାର୍ବନ ନିର୍ଗମନ ହ୍ରାସ କରିବାର ଆମର ସ୍ବଳ୍ପକାଳୀନ ଲକ୍ଷ୍ୟର ଏକ ଅଂଶ । ଆମର ଉତ୍ପାଦନ ପ୍ରକ୍ରିୟାରେ ଅକ୍ଷୟ ଶକ୍ତିକୁ ସମନ୍ବିତ କରି ଆମେ କେବଳ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରୁନାହୁଁ ବରଂ ଭାରତରେ ଧାତୁ ଶିଳ୍ପ ପାଇଁ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛୁ। ଷ୍ଟେନ୍‌ଲେସ୍‌ ଷ୍ଟିଲ ଶିଳ୍ପରେ ଏକ ଅଗ୍ରଣୀ କମ୍ପାନୀ ହିସାବରେ ସବୁଜ ହାଇଡ୍ରୋଜେନ ବ୍ୟବହାର, ଜୈବ ଇନ୍ଧନର ବ୍ୟବହାର, ଗ୍ରିଡରୁ ଅକ୍ଷୟ ଶକ୍ତି ଅଂଶ ବୃଦ୍ଧି ଇତ୍ୟାଦି ମାଧ୍ୟମରେ ସ୍ବଚ୍ଛ ଉପାୟ ଅବଲମ୍ବନ କରିବା ଏକ ଦାୟିତ୍ୱ ବୋଲି ଆମେ ବିଚାର କରୁଅଛୁ। ସେହିଭଳି ସନସ୍ୟୁର ଏନର୍ଜିର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ସିଇଓ ଶଶାଙ୍କ ଶର୍ମା କହିଛନ୍ତି, ଶିଳ୍ପ କ୍ଷେତ୍ର ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ସହ ଯୋଡ଼ି ହୋଇଥିବାରୁ ଏଭଳି ସହଯୋଗ ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଚୁକ୍ତି ମାଧ୍ୟମରେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ ଅକ୍ଷୟ ଉତ୍ସରୁ ଶକ୍ତି ସଂଗ୍ରହ କରି ଉତର ପ୍ରଦେଶରେ ଧାତୁ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସାଜିଛି। ଏହା ଦର୍ଶାଉଛି ଯେ ସ୍ବଚ୍ଛ ଶକ୍ତି କେବଳ ଏକ ବିକଳ୍ପ ନୁହେଁ, ବରଂ ଶିଳ୍ପ ପ୍ରଗତିର ଭବିଷ୍ୟତ। ନିରନ୍ତର ବିକାଶ ପଦକ୍ଷେପ ପାଇଁ ଜେଏସ୍‌ଏଲ୍‌ର ସୁପରିଚିତ ଏବଂ ସେମାନଙ୍କୁ ଆମର ଗ୍ରାହକ ପରିବାରରେ ସ୍ବାଗତ କରି ଆମେ ଗର୍ବ ଅନୁଭବ କରୁଛୁ।
ଅପରପକ୍ଷରେ ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ ସହ ସନସ୍ୟୁର ଏନର୍ଜିର ବୁଝାମଣା (ଭାଗୀଦାରି) ଭାରତର ବାଣିଜି୍ୟକ ଏବଂ ଶିଳ୍ପ କ୍ଷେତ୍ରରେ ଅକ୍ଷୟ ଶକ୍ତିକୁ ଆଗକୁ ବଢ଼ାଇବାର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ। ଏହି ଭାଗୀଦାରି ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌କୁ ବାର୍ଷିକ ୧୬.୫ ମିଲିୟନ ୟୁନିଟ୍‌ (ଏମୟୁ) ସ୍ବଚ୍ଛ ଶକ୍ତି ପାଇବାରେ ସକ୍ଷମ କରିବ ଏବଂ କମ୍ପାନୀକୁ ବାର୍ଷିକ ୧୨ ମିଲିୟନ କିଲୋଗ୍ରାମ କାର୍ବନ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ୫ ଲକ୍ଷ ୪୫ ହଜାରରୁ ଅଧିକ ଗଛ ଲଗାଇବା ସହିତ ସମାନ। ଏହି ପଦକ୍ଷେପ ସବୁଜ ଇସ୍ପାତ ଉତ୍ପାଦନ ପାଇଁ ଭାରତର ପ୍ରୟାସକୁ ସୁଦୃଢ଼ କରିବ ଏବଂ ଏକ ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଆଣିବ, ଯାହାର ଉଦ୍ଦେଶ୍ୟ ହେଉଛି ଶକ୍ତି ଭିତିକ ଶିଳ୍ପ କ୍ଷେତ୍ରରେ କାର୍ବନ ନିର୍ଗମନକୁ ରୋକିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri