ପାଣ୍ଡିଆନଙ୍କ ଗୁମର ଖୋଲିଦେଲେ ପ୍ରଭାତ, କହିଲେ ଭୟଙ୍କର ଷଡଯନ୍ତ୍ର

ଭୁବନେଶ୍ୱର,୧୦।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ପରେ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଓ୍ବକଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲିି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରଭାତ ଦଳର କେହି ନୁହନ୍ତି ବୋଲି କହିବା ସହ ଚିଟଫଣ୍ଡ ମାମଲାରେ ସେ ଜେଲ ଯିବା କଥା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ। ବାସ୍ତବରେ ପ୍ରଭାତଙ୍କ ନିଲମ୍ବନ କଥା ବିଜେଡି ସୁପ୍ରିମୋ ଜାଣିଛନ୍ତି କି ନା ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସଭା ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ନେଇ ଯେଉଁ ଆକ୍ଷେପ କରିଛନ୍ତି ସେନେଇ ତାଙ୍କ ଉପରେ ଦଳ ପକ୍ଷରୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।

ତେବେ ଗୁରୁବାର ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀ କାଉଣ୍ଟର ଜବାବ ରଖିଛନ୍ତି। ସେ କହିଛନ୍ତି, ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରି ନ ଥିଲି। ଚିଟଫଣ୍ଡ କେସ ବିଚାରାଧୀନ ଅଛି। ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି। ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି।

ସେହିପରି ପ୍ରେସମିଟ କରି ନବୀନଙ୍କ ସହ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି କାଲିଯାଏଁ ଖୋଦ ନବୀନ ଏବଂ ଦଳର ନମ୍ବର ଟୁ ମୁଖିଆ ସାଜିଥିବା ବ୍ୟକ୍ତି ମୋତେ ପ୍ରଶଂସା କରୁଥିବାବେଳେ ହଠାତ ମୋତେ ଦଳରୁ କାଢିଦେଲେ । ମୁଁ ଦଳରେ ଆଉ ନାହିଁ ବୋଲି ଭାରି ସହଜରେ କହିଦେଲେ । ପ୍ରକୃତ କଥା ହେଲା ଦଳର ଭିତିରି ମୁଖିଆ ସାଜିଥିବା ବ୍ୟକ୍ତି ଜଣକୁ ନିଜକୁ ବଞ୍ଚାଇବାକୁ ଏଭଳି ନବୀନ ପଟ୍ଟନାୟକୁ ଢାଲ ସଜାଇ ଏଭଳି ଷଡଯନ୍ତ୍ର ରଚିଛନ୍ତି ବୋଲି କହିଛନ୍ତି ପ୍ରଭାତ ।

ପ୍ରଭାତ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋ ବିରୋଧରେ ଯାହା ଚିଟଫଣ୍ଡ ଦୁର୍ନୀତି ମାମଲା ଥିଲା, ତାହା ହାଇକୋର୍ଟ ଏବେ ବି ବିଚାରାଧିନ ରହିଛି । ଏଯାଏଁ ଏନେଇ କିଛି ବି ନିଷ୍ପତ୍ତି ଶୁଣାଇନାହାଁନ୍ତି କୋର୍ଟ । ମୁଁ ଦୋଷୀ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ । ଫଳରେ ବିଜେଡି ୨୦୧୭ରେ ମୋ ଉପରେ ଲାଗିଥିବା ସସପେନ୍ସସନକୁ ପ୍ରତ୍ୟାହାର କରିଥିଲା । ସେବେଠୋରୁ ୨୦୨୪ ନିର୍ବାଚନ ଭିତରେ ମୁଁ ବାଙ୍କୀ ହେଉ କି ପୂରା କଟକ ଜିଲାରେ ବିଭିନ୍ନ ସ୍ଥାନରେ ହୋଇଥିବା ସଭା ସମିତିରେ ଉପସ୍ଥିତ ଥିଲି । ୨୦୨୪ ନିର୍ବାଚନ ବେଳେ ମୋର କାମକୁ ନେଇ ଖୋଦ ଦଳର ଦୁଇ ନମ୍ବର ମୁଖିଆ ମୋତେ ମଞ୍ଚ ଉପରେ ପ୍ରଶଂସା କରିଥିଲେ । ଏହାବାଦ ଦଳର ରାଜ୍ୟ ସଭାପତି ମଧ୍ୟ ମୋତେ ଲୋକଙ୍କ ଆଗରେ ପ୍ରଶଂସା କରିଛନ୍ତି । ହେଲେ କାଲି ହଠାତ ମୋତେ ଦଳରୁ କାଢିଦେଲେ ? ମୁଁ ଦଳରେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ କହିଦେଲେ ।

ନିଜକୁ ଦୁଇ ନମ୍ବର ମୁଖିଆ କହୁଥିବା ବ୍ୟକ୍ତିଙ୍କ ସ୍ଥିତି ଦଳରେ ଟଳମଳ । ଏହାଛ ଡା ରାଜ୍ୟ ସଭାରେ ସସ୍ମିତ ପାତ୍ର କାହା ପ୍ରରୋଚନାରେ ଓ୍ବକଫକୁ ସମର୍ଥନ କଲେ ସେକଥା ଦଳର ସବୁ ନେତା ଜାଣିଥିଲେ ବି ପ୍ରକୃତ ସତ ଲୁଚାଇବାକୁ ସେ ଚକ୍ରାନ୍ତ କରିଛନ୍ତି । ମୋତେ ଲୋକଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତା’ଛଡା ଗଣମାଧ୍ୟମରେ ମୁଁ ଯାହା କହିଛି ବୋଲି ଭାଇରାଲ ହେଉଛି ମୁଁ ତ କାହାକୁ କିଛି କହିନାହିଁ । କିଛି ବିଚାର ନକରି ମୋ ବିରୋଧରେ ଏଭଳି ମହାମିଥ୍ୟା କହିବା ଅନ୍ତତଃ ନବୀନ ପଟ୍ଟନାୟକଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ପାଏନି ବୋଲି କହିଛନ୍ତି ପ୍ରଭାତ ।

ତେବେ ନବୀନଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟି ନିର୍ବାଚନ ୨୦୨୪ର। ଯେଉଁ ସମୟରେ ପାଣ୍ଡିଆନ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀ ବୁଲି ବୁଲି ପ୍ରଚାର କରୁଥିଲେ। ଏହି ସମୟରେ ସେ ମଞ୍ଚରୁ ସମ୍ବୋଧନ କରି କହିଥିଲେ, ଆପଣଙ୍କର ମନେଥିବ ୨୦୧୨ରେ ପ୍ୟାରୀବାବୁଙ୍କ ଘଟଣା ହେଲା। ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ସେ ଷଡଯନ୍ତ୍ର କରିଥିଲେ। ସେହ ସମୟରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଥିଲି। ଏହି ଘଟଣାରେ ମୋତେ କେବଳ ଜଣେ ବ୍ୟକ୍ତି ବହୁତ ସହଯୋଗ କରିଛନ୍ତି। ସେ ହେଉଛନ୍ତି ଏହି ମାଟିର ପ୍ରଭାତ ତ୍ରୀପାଠୀ। ମୁଁ ତାଙ୍କୁ ସବୁବେଳେ ସମ୍ମାନ କରେ। ଏହିଭଳି ବିପଦ ସମୟରେ ପ୍ରଭାତଙ୍କ ବ୍ୟତୀତ ୩-୪ଜଣ ଆମ ସାଙ୍ଗରେ ଥିଲେ। ହେଲେ ପ୍ରଭାତଙ୍କୁ ମଁ ସବୁବେଳେ ମନେ ରଖିବି। ମୋର ବିନମ୍ର ପ୍ରଣାମ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri