ବିଜେଡି: ବୈଠକ ପରେ ବୈଠକ

ଭୁବନେଶ୍ୱର,୧୦ା୪(ରବିନାରାୟଣ ଜେନା): ସଂସଦର ଉଭୟ ସଦନରେ ଓ୍ବକ୍‌ଫ ବିଲ୍‌ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନାଁ ଧରୁନାହିଁ। ଗତ ୪ ଦିନ ଧରି ବିଜେଡିର ରାଜ୍ୟ ସଭା ସଦସ୍ୟ, କେତେଜଣ ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ଆଉ ଏହାକୁ ନେଇ କେତେବେଳେ ହୋଟେଲରେ ବରିଷ୍ଠ ନେତାଙ୍କ ବୈଠକ ବସୁଛି ତ ଆଉ କେତେବେଳେ ବିଧାୟକଙ୍କ ଘରେ ମେଳି ହେଉଛି। ବିଜେଡିରେ ଏଭଳି ସ୍ଥିତିକୁ ନେଇ ତୃଣମୂଳସ୍ତରରୁ ଆରମ୍ଭକରି ଶୀର୍ଷସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଟିଆସ୍ଥିତ ଏକ ଘରୋଇ ହୋଟେଲରେ ବିଜେଡି ନେତାଙ୍କ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନେତା ଶଶିଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଚନ୍ଦ୍ରସାରଥି ବେହେରା, ନୃସିଂହ ସାହୁ, ଭୂପିନ୍ଦର ସିଂ, ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଶଶିଭୂଷଣ କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଦଳ। ଆମର ନେତା ନବୀନ ପଟ୍ଟନାୟକ। ଯଦି ବାହ୍ୟଶକ୍ତି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟାକରନ୍ତି, ସୁପ୍ରିମୋ ଏହାକୁ ବରଦାସ୍ତ କରିବେ ନାହିଁ। ସେ ଆହୁରି କହିଛନ୍ତି, ବିଜେଡି ଏକ ବୃହତ୍‌ ଆଞ୍ଚଳିକ ଦଳ। ରାଜ୍ୟରେ ଦୀର୍ଘବର୍ଷ ଧରି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିଣିଆସିଛି। କୌଣସି ପରିସ୍ଥିତିରେ ବିଜେଡି ପ୍ରତି ଆଞ୍ଚ ଆଣିବାକୁ ଦିଆଯିବନାହିଁ। ନବୀନଙ୍କ ଉପରକୁ ଯିଏ ଆକ୍ଷେପ କରିବ ତାକୁ ଛଡ଼ାଯିବ ନାହିଁ। ଯେଉଁମାନେ ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯିବ ବୋଲି ଶଶୀ କହିଛନ୍ତି।

ସେହିପରି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ବୁଧବାର ମଧ୍ୟାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ବିଜେଡି କିଭଳି ଅଧିକ ଶକ୍ତିଶାଳୀ ହେବ ସେନେଇ ଆଲୋଚନା ଚାଲିଛି। ଯେଉଁମାନେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ସମ୍ପର୍କରେ ଦଳର ସୁପ୍ରିମୋଙ୍କୁ ଅବଗତ କରାଯିବ। ଆଗକୁ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଅରୁଣ କହିଛନ୍ତି।

ପରିପ୍ରେକ୍ଷୀରେ ବୁଧବାର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ଦେବୀରଞ୍ଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ସମ୍ବିତ୍‌ ରାଉତରାୟ, ରୁଦ୍ରପ୍ରତାପ ମହାରଥୀ ଓ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଦେଇଛନ୍ତି। ସେଥିରେ ଦଳର ନୀତି ଆଦର୍ଶକୁ କେଉଁମାନେ, କାହିଁକି ଏବଂ କେଉଁ କାରଣରୁ ବିଚ୍ୟୁତ୍‌ କଲେ ତାହାର ସମୀକ୍ଷାପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ବିଜେଡି ନେତାଙ୍କ ବୈଠକ ପରେ ବୈଠକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପ୍ରସଙ୍ଗରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡିରେ ଯେଉଁ ବିଶୃଙ୍ଖଳା ଦେଖାଦେଇଛିି ତାହା କେବଳ କ୍ଷମତା ପାଇଁ। କ୍ଷମତା ଥିବା ପର୍ଯ୍ୟନ୍ତ ଦଳ ଶୃଙ୍ଖଳିତ ଥିଲା, ଏବେ କ୍ଷମତା ନାହିଁ ତେଣୁ ବାଡ଼ାପିଟା ଚାଲିଛି।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେଡି ଏବେ ବିଜୁଙ୍କ ଚିନ୍ତାଧାରାରୁ ବିଚ୍ୟୁତ ହୋଇସାରିଲାଣି। ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ। ତେଣୁ ବିଶୃଙ୍ଖଳା ବଢ଼ିଚାଲିଛି। ଯେଉଁମାନେ ଦଳକୁ ପାଣ୍ଡିଆନଙ୍କ କବଳରୁ ରକ୍ଷା କରିବାକୁ ଚାହୁଁଛନ୍ତି ସେମାନେ ସ୍ବର ଉଠାଉଛନ୍ତି।

ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲିି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରଭାତ ଦଳର କେହି ନୁହନ୍ତି ବୋଲି କହିବା ସହ ଚିଟ୍‌ଫଣ୍ଡ ମାମଲାରେ ସେ ଜେଲ୍‌ ଯିବା କଥା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ। ବାସ୍ତବରେ ପ୍ରଭାତଙ୍କ ନିଲମ୍ବନ କଥା ବିଜେଡି ସୁପ୍ରିମୋ ଜାଣିଛନ୍ତି କି ନା ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସଭା ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ନେଇ ଯେଉଁ ଆକ୍ଷେପ କରିଛନ୍ତି ସେନେଇ ତାଙ୍କ ଉପରେ ଦଳ ପକ୍ଷରୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।

ୱକଫ୍‌ ବିଲ୍‌ରେ ବିଜେଡିର ଭୋଟିଂ ପରେ ଶଙ୍ଖ ଦଳରେ ଏବେ ପୂରା ଗୋଳମାଳିଆ ସ୍ଥିତି ଦେଖାଦେଇଛି। ବୁଧବାର ବିଜେଡିର ଯୁବ ଓ ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ସମୟରେ ମୁହଁ ଖୋଲିଛନ୍ତି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ। ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ ଦେବାଶିଷ ଉଲ୍ଲେଖ କରିଛନ୍ତି, ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଦଳର ଇତିହାସ ବିଷୟରେ ଜଣାନାହିଁ। ଦଳ ପ୍ରତିଷ୍ଠା ହେବା ଦିନଠାରୁ ଲକ୍ଷାଧିକ କର୍ମୀ, ବରିଷ୍ଠ ନେତା ବହୁ ସଂଗ୍ରାମ କରି ଏକ ଆଞ୍ଚଳିକ ଦଳକୁ ଜାତୀୟ ସ୍ତରରେ ପହଞ୍ଚାଇପାରିଥିଲେ। ମାତ୍ର ଏବେର କେତେଜଣ ନେତା ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଏବଂ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ସହ ଅପରିଚିତ। ସେମାନେ ଆଉ କାହା ଇସାରାରେ ପରିଚାଳିତ। ସ୍ବାଭିମାନ ନ ଥିବା ସ୍ବାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହାଯାଇପାରେ, ସେମାନେ ଦଳ, ଓଡ଼ିଶା କିମ୍ବା ନବୀନ ପଟ୍ଟନାୟକଙ୍କର ନୁହନ୍ତି। ଗତ ନିର୍ବାଚନରେ ବିଜେଡିର ପରାଜୟ ଓଡ଼ିଆ ଅସ୍ମିତା ପାଇଁ ହୋଇଥିଲା। ଆମେ ଜଗନ୍ନାଥ ଦେଶର ଲୋକ। ଆମ ଅସ୍ମିତା ରକ୍ଷା କରିବା ଆମର ମୂଳଲକ୍ଷ୍ୟ ବୋଲି ଦେବାଶିଷ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri