ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌, ପରବର୍ତ୍ତୀ କିସ୍ତିରେ ଏମାନଙ୍କୁ ମିଳିବନି ଟଙ୍କା!

ଭୁବନେଶ୍ୱର,୮।୪: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ଼ ସୂଚନା । ପରବର୍ତ୍ତୀ କିସ୍ତି ଟଙ୍କା ପାଇଁ ହିତାଧିକାରୀମାନେ ଅପେକ୍ଷା କରିଥିବା ବେଳେ ଆସିିଛି ଜରୁରୀ ସୂଚନା । ଏଭଳି ଏକ ଘୋଷଣା ପରେ ଅନେକ ହିତାଧିକାରୀଙ୍କୁ ଆଶ୍ବସ୍ତି ମିଳିବାକୁ ଯାଉଛି । ତେବେ ସରକାର ଏହି ଟଙ୍କା କେବେ ପ୍ରଦାନ କରିବେ ? ଟଙ୍କା କାହା ଆକାଉଣ୍ଟକୁ ଯିବ ?

Subhadra Yojana:ଦ୍ୱିତୀୟ କିସ୍ତି ସୁଭଦ୍ରା ଯୋଜନାରେ ଟଙ୍କା ପ୍ରଦାନ ପରେ ଏକାଥରେ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ବେଳକୁ ଟଙ୍କା ମିଳିବ ବୋଲି ଅନେକ ଆଶା କରୁଥିଲେ । ଏହାରି ଭିତରେ ପୁଣି ଟଙ୍କା ଆସିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।

Subhadra Yojana: ଏହାରି ଭିତରେ ତୃତୀୟ ପର୍ଯ୍ୟାୟ ଟଙ୍କା ବାବଦରେ ବଡ ଅପଡେଟ ଆସିଛି । ପ୍ରଭାତୀଙ୍କ ସୂଚନାନୁସାରେ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ମିିଳିବ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Subhadra Yojana: ଅର୍ଥାତ ଯେଉଁମାନଙ୍କୁ ବର୍ତ୍ତମାନ ଯାଏଁ ସୁଭଦ୍ରା ଟଙ୍କା ମିଳିନାହିଁ, ସେମାନଙ୍କୁ ଏକାସହ ୨ଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ମିଳିବ । ଯେଉଁମାନେ ଏହି ଯୋଜନାରେ ପଞ୍ଜିକୃତ ହୋଇ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଖୁବଶୀଘ୍ର ଏହି ଟଙ୍କା ପ୍ରଦାନ କରାଯିବ । ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ।

Subhadra Yojana: ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି। କହିଛନ୍ତି,ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା। ରବିବାର ସୁଦ୍ଧା ଯାହା ରିପୋର୍ଟ ଆସିଛି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି। ଜିଲ୍ଲା ୱାରି ସେ ଆବେଦନର ସର୍ଭେ କରାଯିବ। ଜିଲ୍ଲାରୁ ରିପୋର୍ଟ ଦେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ସଠିକ ହିତାଧିକାରୀ କି ନାହିଁ।

Subhadra Yojana: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସୁଭଦ୍ରାକୁ ସହଜ ଉପଲବ୍ଧ କରିବା ପାଇଁ ସର୍ଭେ ହେବ। ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। ତାଙ୍କ ପାଇଁ ପୁଣି ସୁଭଦ୍ରା ପୋର୍ଟାଲ ଖୋଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri