Posted inଜାତୀୟ

ଏଡିଆର୍‌ ରିପୋର୍ଟ: ଭାଜପା ପାଇଛି ସର୍ବାଧିକ ୨,୨୪୩ କୋଟି ଚାନ୍ଦା

ନୂଆଦିଲ୍ଲୀ,୭।୪: ୨୦୨୩-୨୪ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ମଧ୍ୟରେ ଭାଜପା ମୋଟ ୮,୩୫୮ଟି ଚାନ୍ଦାରୁ ସର୍ବାଧିକ ୨,୨୪୩ କୋଟିରୁ ଊର୍ଦ୍ଧ୍ୱ ସଂଗ୍ରହ କରିଥିବା ଘୋଷଣା କରିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ଛି।

ନିର୍ବାଚନ କମିଶନରେ ଦାଖଲ ହୋଇଥିବା ତଥ୍ୟ ଆଧାରରେ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟ ଅନୁଯାୟୀ, ଜାତୀୟ ଦଳଗୁଡ଼ିକ ମୋଟ ୧୨,୫୪୭ଟି ଚାନ୍ଦାରୁ ମୋଟ ୨,୫୪୪.୨୮ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୧୯୯ ପ୍ରତିଶତ ଅଧିକ। ମୋଟ ଚାନ୍ଦାରୁ କେବଳ ଭାଜପା ଭାଗ ୮୮ ପ୍ରତିଶତ ହୋଇଥିବାବେଳେ କଂଗ୍ରେସ ୧,୯୯୪ଟି ଦାନରୁ ୨୮୧.୪୮ କୋଟି ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟ ଜାତୀୟ ଦଳ ମଧ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ସିପିଆଇ(ଏମ୍‌), ନ୍ୟାଶନାଲ ପିପୁଲ୍ସ ପାର୍ଟି ସ୍ବଳ୍ପ ପରିମାଣର ଚାନ୍ଦା ପାଇଛନ୍ତି। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କୌଣସି ଚାନ୍ଦା ପାଇନାହିଁ।

୨୦୨୨-୨୩ ଆର୍ଥତ୍କ ବର୍ଷରେ ଭାଜପା ୭୧୯.୮୫୮ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ୨୦୨୩-୨୪ରେ ୨,୨୪୩.୯୪ କୋଟି ଟଙ୍କା ପାଇଛି। ଅର୍ଥାତ୍‌ ପୂର୍ବବର୍ଷ ତୁଳନାରେ ୨୦୨୩-୨୪ ବର୍ଷରେ ଗୈରିକ ଦଳର ଚାନ୍ଦା ପରିମାଣ ୨୧୧.୭୨ ପ୍ରତିଶତ ବୃଦ୍ଧି ପାଇଛି। କଂଗ୍ରେସକୁ ୨୦୨୨-୨୩ରେ ୭୯.୯୨୪ କୋଟି ଟଙ୍କା ମିଳିଥିବାବେଳେ ୨୦୨୩-୨୪ରେ ୨୫୨.୧୮ ପ୍ରତିଶତ ବଢ଼ି ୨୮୧.୪୮ କୋଟି ଟଙ୍କା ହୋଇଛି।

ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଆପ୍‌ର ଚାନ୍ଦା ପରିମାଣ ୭୦.୧୮ ପ୍ରତତଶତ ହ୍ରାସ ପାଇ ୨୬.୦୩୮ କୋଟି ଟଙ୍କା ହୋଇଥିବାବେଳେ ଏନ୍‌ପିଇପିର ଚାନ୍ଦା ୯୮.୦୨ ପ୍ରତିଶତ କମି ୭.୩୩୧ କୋଟି ଟଙ୍କା ରହିଛି। ଚାନ୍ଦା ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ବାଚନ କମିଶନ ୨୦୨୪ ସେପ୍ଟେମ୍ବର ୩୦କୁ ଶେଷ ତାରିଖ ଘୋଷଣା କରିଥିବାବେଳେ କେବଳ ବିଏସ୍‌ପି ଏବଂ ଆପ୍‌ ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିଥିଲେ।

ଭାଜପା ୪୨ ଦିନ ବିଳମ୍ବରେ ରିପୋର୍ଟ ଦେଇଥିବାବେଳେ ସିପିଆଇ(ଏମ୍‌), କଂଗ୍ରେସ ଏବଂ ଏନ୍‌ପିଇପି ଯଥାକ୍ରମେ ୪୩, ୨୭ ଏବଂ ୨୩ ଦିନ ପରେ ରିପୋର୍ଟ ଦାଖଲ କରିଛନ୍ତି। ଜାତୀୟ ଦଳଗୁଡ଼ିକ କର୍ପୋରେଟ ବା ବ୍ୟବସାୟ ସେକ୍ଟରରୁ ମୋଟ ୨,୨୬୨.୫୫ କୋଟି ଟଙ୍କା ଏବଂ ବ୍ୟକ୍ତିଗତ ଦାତାଙ୍କଠାରୁ ୨୭୦.୮୭୨ କୋଟି ଟଙ୍କା ପାଇଛନ୍ତି। ଭାଜପା ୩,୪୭୮ଟି କର୍ପୋରେଟ ସେକ୍ଟର ଚାନ୍ଦାରୁ ୨,୦୬୪.୫୮ କୋଟି ଏବଂ ୪,୬୨୮ ବ୍ୟକ୍ତିଗତ ଦାତାଙ୍କଠାରୁ ୧୬୯.୧୨୬ କୋଟି ଟଙ୍କା ପାଇଛି। ସେହିପରି କଂଗ୍ରେସ ୧୦୨ଟି କର୍ପୋରେଟ/ବ୍ୟବସାୟ ସେକ୍ଟର ଚାନ୍ଦାରୁ ୧୯୦.୩୨୬୩ କୋଟି ଏବଂ ୧,୮୮୨ ବ୍ୟକ୍ତିବିଶେଷଙ୍କଠାରୁ ୯୦.୮୯୯ କୋଟି ଟଙ୍କା ପାଇଥିବା ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri