କାଳସାଜିଲା କାଳବୈଶାଖୀ: ରାତିସାରା ତାଣ୍ଡବ ରଚିଲା, ଭାଙ୍ଗିଲା ବଡ଼ ବଡ଼ ଗଛ, ଯାତାୟାତ ଠପ୍‌

କୃଷ୍ଣପ୍ରସାଦ,୧।୫ (କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ। ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ ସାଙ୍ଗକୁ ଖୁବ୍‌ ଜୋର୍‌ରେ ଝଡତୋଫାନ ହୋଇଥିଲା। ରାତ୍ରୀ ୧୦ ଟାରୁ ଝିପି ଝିପି ବର୍ଷା, ବିଜୁଳି,ପବନ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ମଧ୍ୟ ରାତ୍ରିରେ ତାଣ୍ଡବ ରଚିଛି। ମାଲୁଦରୁ କୃଷ୍ଣପ୍ରସାଦ, ଏବଂ ମାଲୁଦରୁ ମୋରଡା ଦେଇ ଜହ୍ନିକୁଦା ଯାଏ ରାସ୍ତାରେ ବଡ ବଡ ଗଛ ଭାଙ୍ଗି ପଡିଛି । ଯାହା ଫାଇଲିନ ବାତ୍ୟାକୁ ମନେ ପକାଇଦେଇଛି। ବର୍ତ୍ତମାନ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ, ଏବଂ ଜିଲା ମୁଖ୍ୟ କାର୍ଯ୍ୟାଳୟ ପୁରୀ ଯାତାୟାତ ରାସ୍ତା ଠପ୍‌ ହୋଇଯାଇଛି। ସେହିଭଳି ବାଲୁଗାଁ ଠାରୁ କୃଷ୍ଣପ୍ରସାଦ ଯାତାୟାତ କରୁଥିବା ଲଞ୍ଚ ବନ୍ଦ ହୋଇଥିବା ବେଳେ ସାତପଡ଼ା ଜହ୍ନିକୁଦାକୁ ଯାତାୟାତ କରୁଥିବା ଭସାପୋଲ ଚଳାଚଳକୁ ବନ୍ଦ କରାଯାଇଛି। ଯାହାଦ୍ୱାରା କୃଷ୍ଣପ୍ରସାଦ ଅଂଚଳବାସୀ ବାହ୍ୟଜଗତ ଯାତାୟାତରୁ ବିଚ୍ଛିନ୍ନ ହୋଇଛି। ସେହିଭଳି କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ଗ୍ରାମ ପଞ୍ଚାୟତ ପ୍ରଧାନଗାଁରେ ଏକ ବିରାଟକାୟ ବର ଗଛ ଉପୁଡି ଗୋଟିଏ ଛାତ ଘର, ଚାଳ ଛପର ଘର, ଗୋଟିଏ କ୍ୟାଭିନ ଭାଙ୍ଗି ପଡିଛି। ବଜ୍ରାଘାତ ଯୋଗୁ ପ୍ରଧାନଗାଁର ଗୋଟିଏ ଛାତ ଘର କାନ୍ଥ ଭାଙ୍ଗି ଯାଇଥିବା ଜଣାଯାଇଛି। ଖବରପାଇ କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସର ଏଭଳି କାର୍ଯ୍ୟ କୁ ଜନସାଧାରଣରେ ପ୍ରଶଂସା କରାଯାଇଛି। ଖବରପାଇ ମାଲୁଦ ଅଗ୍ନିଶମ ବିଭାଗ ମୁଖ୍ୟ ଅଗ୍ନିକ ଦିବ୍ୟ ସୁନ୍ଦର କୁଅଁରଙ୍କ ନିର୍ଦ୍ଦେଶରେ , ଅଗ୍ନିକ ଜୟନ୍ତ ଥାଟୋଇ, ଅଗ୍ନିକ ଭୀମସେନ ସେଠୀ, ଅଗ୍ନିକ ବନମାଳୀ ବେହେରା, ଅଗ୍ନିକ ଗୌର ପ୍ରସାଦ ଦଳେଇ,ଅଗ୍ନିକ ଏସକେ ନମନ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ଲୋକଙ୍କୁ ଉଦ୍ଧାର କରିଥିଲେ। ଗଛ ପଡି ପ୍ରଧାନ ଗାଁର ବଂଶୀଧର ପ୍ରଧାନ, ପ୍ରଭାତ କୁମାର ପ୍ରଧାନ, ମେଘନାଦ ପ୍ରଧାନ, ଆରତ ପ୍ରଧାନ ବିପିନ ପ୍ରଧାନଙ୍କ ଘର ଭାଙ୍ଗି ପଡ଼ିଥିବା ଜଣାଯାଇଛି। ତେବେ କ୍ଷତିପୂରଣ ଅଟକଳ ପାଇଁ ଏଯା ରାଜସ୍ବ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନ ଥିବା ଜଣାପଡିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?