ଦୁଇଫାଳ ହେଲା ବିଜେଡି: ଦଳେ ପାଣ୍ଡିଆନଙ୍କ ସପକ୍ଷରେ, ଦଳେ ବିପକ୍ଷରେ

ଭୁବନେଶ୍ୱର,୭ା୪: ବିଜୁ ଜନତା ଦଳର ଭବିଷ୍ୟତ ଭିକେ ପାଣ୍ଡିଆନଙ୍କ ଆଗରେ ପଛରେ ଘୁରି ବୁଲୁଛି। ସେ ଯେମିତି ଚାହିଁବେ ଦଳର ଭବିଷ୍ୟତ ସେପରି ହେବ। କାରଣ ଦଳର ଅଧେ ନେତା ପାଣ୍ଡିଆନଙ୍କ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ଓ୍ବକ୍‌ଫ ବିଲ୍‌ରେ ଭୋଟିଂ ଦଳର ଆଭିମୁଖ୍ୟକୁ ଗାଳମାଳିଆ କରିଦେଇଛି।

ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଗଣେଶ୍ୱର ବେହେରା, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ଘଡେଇ ଆଦି ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ସେମାନେ ଦଳରେ କାହାର ପତିଆରା ଚାଲିଛି ତାହା ପ୍ରକାଶ କରିବା ସହିତ ନବୀନଙ୍କୁ ସାମ୍ନାକୁ ଆସିବାକୁ କହିଛନ୍ତି।

ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ସପକ୍ଷବାଦୀ ନେତାମାନେ ମଧ୍ୟ ସାମ୍ନାକୁ ଆସିଛନ୍ତି। ରାଜ୍ୟସଭା ଏମପି ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ଏବଂ ସୁଭାଶିଷ ଖୁଣ୍ଟିଆ, ସୁବାଷ ସିଂହ ଆଦି ଓକିଲାତି କରିଛନ୍ତି।

ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ଲେଖିଛନ୍ତି ଏମପି ନିରଞ୍ଜନ ବିଶି। ”ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ବୋଲି ସେ ଲେଖିଛନ୍ତି। କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କରିଥିବା ସେ କହିଛନ୍ତି।” ସେହିପରି ଦେବାଶିଷଙ୍କ ମନ୍ତବ୍ୟକୁ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ”ରାଜନୀତିରୁ ୧୦ ମାସ ହେଲା ଅବସର ନେଇ ସାରିଛନ୍ତି ପାଣ୍ଡିଆନ। କିଛି ନ୍ୟସ୍ତ ସ୍ବାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଛନ୍ତି। ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ।”

ସେପଟେ ୱାକ୍‌ଫ ସସ୍‌ପେନ୍ସରେ ନୂଆ ଟୁଇଷ୍ଟ ଆଣିଛନ୍ତି ସାଂସଦ ଶୁଭାଶିଷ ଖୁଣ୍ଟିଆ । ନବୀନ ଦଳର ନେତା ତାଙ୍କ ନିର୍ଦ୍ଦେଶରେ ସବୁ ହୁଏ ବୋଲି ସେ କହିଛନ୍ତି।

ସେପଟେ କଟକ ମେୟର ସୁବାସ ସିଂ ଦେବାଶିଷଙ୍କୁ ନିନ୍ଦା ଓ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିଛନ୍ତି। ସେ କହିଛନ୍ତି, ”ଦେବାଶିଷ ବାବୁଙ୍କ କଥା ନ କହିଲେ ଭଲ, କିଏ ଅଧିକାର ଦେଲା। ପାର୍ଟି ଫୋରମ୍‌ରେ ନ କହି ଗଣମାଧ୍ୟମରେ କାହିଁକି କହିଲେ। ପାଣ୍ଡିଆନଙ୍କୁ ନିନ୍ଦିତ କରିବା ଅର୍ଥ ବିଜେଡିକୁ ଦୁର୍ବଳ କରିବା। ଗୋଟିଏ IAS ଅଫିସର ଖୋଜି ପାଆନ୍ତୁ, ଯିଏ ରାତି ୪ରୁ କାମ କରନ୍ତି। ମିଡିଆରେ ବାଇଟ୍‌ ଦେଇ ଦେବାଶିଷ ବାବୁ ବିଭ୍ରାନ୍ତି ଚାହୁଁଛନ୍ତି। ଭୋଟ ନ ଦେଇ କକ୍ଷ ତ୍ୟାଗ କରିବା ଅର୍ଥ କଣ ବୁଝି ପାରୁ ନାହାନ୍ତି। ଦଳ ନବୀନ ବାବୁଙ୍କ ନେତୃତ୍ବରେ ମଜଭୂତ ହୋଇ ରହିଛି। ସେହିପରି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମଧ୍ୟ ସୁବାଷ ସମାଲୋଚନା କରିଛନ୍ତି। ସେ ବିଜେଡିରେ ନାହାନ୍ତି, କଣ ଦଳ ବାବଦରେ କହିବେ ବୋଲି କହିଛନ୍ତି।”

ତେବେ ରାଜ୍ୟ ସଭା ଏମପି ସସ୍ମିତ ପତ୍ର ରାଜ୍ୟସଭାରେ ଓ୍ବକ୍‌ଫ ବିଲ୍‌ ସପକ୍ଷରେ ଭୋଟ ଦେବା ପରେ ଏହି ବିବାଦ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ବିଲ୍‌ ଭୋଟିଂ ସମୟରେ ଏମପି ମାନେ ନିଜ ବିବେକ ଅନୁଯାୟୀ ଭୋଟ ଦେଇପାରିବେ,ଏଥିପାଇଁ ଦଳ ପକ୍ଷରୁ କୌଣସି ହୁଇପ୍ ଜାରି ହୋଇ ନ ଥିବା ଏକ୍ସ ‘ରେ ପୋଷ୍ଟ କରି କହିଥିଲେ। ଏହାପରେ ସେ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ। କିଛି ଏମପି ବିଲ୍ ବିପକ୍ଷରେ ମଧ୍ୟ ଭୋଟ ଦେଇଥିଲେ।

ତେବେ ଏହି ଘଟଣା ସାମ୍ନାକୁ ଅନେକ ବରିଷ୍ଠ ନେତା ଖାଲାଖୋଲି ସସ୍ମିତଙ୍କୁ ସମାଲୋଚନା କରିବା ସହିତ ତାଙ୍କର ଏପ୍ରକାର ନିଷ୍ପତ୍ତି ନେବାର ଓୌକାତ ନଥିବା କଥା କହିଥିଲେ। ଦଳର ବରିଷ୍ଠ ନେତା ବଦ୍ରି ପାତ୍ର କହିଥିଲେ ଯେ, ଏଭଳି ନିଷ୍ପତ୍ତି ନେବାର ସାହସ ସସ୍ମିତଙ୍କର ନାହିଁ। ଦଳ ସମଦୂରତା ନୀତି ରଖି ଚାଲୁଥିଲା, ନିଷ୍ପତ୍ତି ଅନୁରୂପ ହେଲାନି, କିଏ ଗୋଟେ ଖେଳ କଲା। କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ। ତଦନ୍ତରେ ଜଣାପଡ଼ିବ କାହା ନିର୍ଦେଶରେ ଏଭଳି ହେଲା। ଦଳ ଏବେ ବିଶ୍ବାସ ସଙ୍କଟରେ ବୋଲି ବଦ୍ରି କହିଛନ୍ତି।

ଏହାପରେ ବଡ଼ ବିସ୍ଫୋରଣ ଘଟାଇଥିଲେ ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସସ୍ମିତ ଭିଲେନ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି ବୋଲି କହିଛନ୍ତି। ଦୁଇ ଦୁଇଟି ମିଟିଂରେ ନବୀନ ବିଲ୍‌କୁ ବିରୋଧ କରିବୁ କହିଥିଲେ। ପୁଣି କାହିଁକି ନିଷ୍ପତ୍ତି ବଦଳିଗଲା, ନବୀନ ବାବୁ ବିଚାର କରିବା କଥା। ସସ୍ମିତ ଭିଲେନ ନୁହଁନ୍ତି, ସସ୍ମିତ ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ ବୋଲି ଦେବାଶିଷ କହିଛନ୍ତି।

ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଓ୍ବକ୍‌ଫ ବିଲକୁ ନେଇ ସେ କହିଛନ୍ତି ”କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା ସେ ସମ୍ପର୍କରେ ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର। ସବୁ କଥା ନବୀନ ଜାଣିଛନ୍ତି। ସେ ସାମ୍ନାକୁ ଆସି ଦଳରୁ ଦ୍ୱନ୍ଦ୍ୱ ଦୂର କରନ୍ତୁ। ଏହି ଘଟଣାକୁ ନେଇ ବିଜେଡି ବ୍ୟାକ୍‌ ଫୁଟ୍‌କୁ ଚାଲିଗଲା। ନବୀନ ସତ କଥା କ’ଣ କୁହନ୍ତୁ। ପ୍ରକୃତରେ ଦଳରେ କ’ଣ ଘଟିଛି ତାହା ନବୀନ ହିଁ କହିପାରିବେ।”

ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, ”ଏକା ସସ୍ମିତ ନହନ୍ତି, ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନର ବେଗ ଅଧିକ ରହିଛି। ଏଥିରେ ଦଳ ଯେ, କ୍ଷତି ସହିବନି ତାହାକୁ ଆମେ ଅସ୍ବୀକାର କରିବା ନାହିଁ। ଉକ୍ତ ଘଟଣାର ଅନୁଧ୍ୟାନ କରାଯିବ। କୌଣସି ବ୍ୟକ୍ତିଙ୍କର ସାହସ ନାହିଁ ଯେ, କି ଦଳର ନିଷ୍ପତ୍ତି ବଦଳାଇ ଦେଇପାରିବେ।”

ଗଣେଶ୍ୱର ବେହେରା କହିଛନ୍ତି, ”ବିଲ୍‌କୁ ସମର୍ଥନ କରି ସସ୍ମିତ ଦଳ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ଏମ୍‌ପିଙ୍କଠାରୁ ଏଭଳି ଆଶା କରାଯାଉ ନ ଥିଲା। ଦଳର ପରାମର୍ଶ ନ ନେଇ ନିଷ୍ପତ୍ତି ନେବାର କ୍ଷମତା ସସ୍ମିତଙ୍କର ନାହିଁ। ରାଜ୍ୟ ସଭାରେ ସସ୍ମିତ ଏକାକୀ, ସ୍ବାଧୀନ ଭାବେ ନିଷ୍ପତ୍ତି ନେଇଛନ୍ତି। ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରୁଥିବା ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।”


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

ପ୍ରମିଳାଙ୍କ ଘରେ ଏମିତି କ’ଣ ହେଲା? ନବୀନ ନିବାସ ମୁହାଁ ହେଲେ ବରିଷ୍ଠ ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୦।୧: ନବୀନ ନିବାସରେ ବଡ଼ ହଲଚଲ। ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି ପରେ ଅଚାନକ ନବୀନ ନିବାସରୁ...

ପ୍ରମିଳାଙ୍କ ଘରେ ବୈଠକ ପରେ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିସ୍ଫୋରଣ, କହିଲେ ନିଜକୁ ବାଘ…

ଭୁବନେଶ୍ବର, ୨୦|୧ : ପ୍ରମିଳା ମଲ୍ଲିକଙ୍କ ଘରେ ପୁଣିଥରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ...

ବରଗଡ଼ରେ କଂଗ୍ରେସର ଚାଷୀ ସମାବେଶ: ଧାନବିକ୍ରି ଅବ୍ୟବସ୍ଥା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ଖରିଫ୍ ଧାନବିକ୍ରି ବ୍ୟବସ୍ଥା ବାଟବଣା ହୋଇ ପଡିଛି। ଟୋକନ କଟକଣା, ଧାନ ଉଠାଣରେ ଶିଥିଳତା, କଟନୀଛଟନୀ ଆଦି ସମସ୍ୟା ଯୋଗୁ ଅନେକ...

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri