Posted inଜାତୀୟ

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ମୋଦି କହିଲେ, ଫିଟ୍‌ ରହିବାକୁ ହେଲେ ତେଲର ବ୍ୟବହାର କମ୍‌ କରନ୍ତୁ

ନୂଆଦିଲ୍ଲୀ,୭।୪: ସୋମବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଏବଂ ସ୍ଥୂଳକାୟତା ବା ମୋଟାପଣ ଏଡାଇବାକୁ ନିବେଦନ କରିଛନ୍ତି। ସେ କହିଥିଲେ ଯେ ବ୍ୟକ୍ତିଗତ ଫିଟନେସକୁ ପ୍ରାଥମିକତା ଦେବା ଦ୍ୱାରା ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ମିଳିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱ ସ୍ବାସ୍ଥ୍ୟ ଦିବସରେ, ଆସନ୍ତୁ ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତା ପ୍ରକାଶ କରିବା। ଆମ ସରକାର ସ୍ବାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କ୍ଷେତ୍ରରେ ନିବେଶ କରିବା ଜାରି ରଖିବ। ଉତ୍ତମ ସ୍ବାସ୍ଥ୍ୟ ହେଉଛି ଯେକୌଣସି ସମୃଦ୍ଧ ସମାଜର ମୂଳଦୁଆ।
ଏକ ଭିଡିଓ ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ ପୁରୁଣା କଥାକୁ ମନେ ପକାଇ ଦେଇଥିଲେ ଯେ ସ୍ବାସ୍ଥ୍ୟ ହେଉଛି ପରମ ସୌଭାଗ୍ୟ ଏବଂ ପରମ ସମ୍ପତ୍ତି ଏବଂ ଭାରତରେ ବଢି ଚାଲିଥିବା ମୋଟାପଣ ସଙ୍କଟ ଉପରେ ଚିନ୍ତା ପ୍ରକାଶ କରିଥିଲେ।
ସେ କହିଥିଲେ, ଆଜିକାଲି ଆମର ଜୀବନଶୈଳୀ ଆମ ସ୍ବାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ପାଲଟିଛି। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ୪୪ କୋଟିରୁ ଅଧିକ ଭାରତୀୟ ମୋଟାପଣର ଶିକାର ହେବେ। ଏହା ଚିନ୍ତାର ବିଷୟ, ଏହା ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଏହା ମଧ୍ୟ କହିଛନ୍ତି ଯେ ତେଲ ବ୍ୟବହାର ହ୍ରାସ କରିବା ଭଳି ସୁସ୍ଥ ଖାଦ୍ୟ ଅଭ୍ୟାସ ଗ୍ରହଣ କରିବା କେବଳ ଏକ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ ବରଂ ଏହା ଆମର ସାମାଜିକ ଦାୟିତ୍ୱ ମଧ୍ୟ।
ସେ ଏହି ସମସ୍ୟାକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ ଏବଂ ଏକ ସରଳ ପରାମର୍ଶ ଦେଇଥିଲେ: ମୁଁ ଆଜି ଆପଣଙ୍କଠାରୁ ଏକ ପ୍ରତିଶ୍ରୁତି ନେବାକୁ ଚାହୁଁଛି ଯେ ଆମେ ସମସ୍ତେ ଆମର ରନ୍ଧନ ତେଲ ୧୦ ପ୍ରତିଶତ ହ୍ରାସ କରିବା ଉଚିତ। ଏହା ମୋଟାପଣ ହ୍ରାସ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ।
ସେ ଲୋକମାନଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀରେ ନିୟମିତ ଶାରୀରିକ କାର୍ଯ୍ୟକଳାପ ବେ ଯୋଗ ଓ ବ୍ୟାୟାମ ଯୋଡ଼ିବାକୁ ମଧ୍ୟ ଉତ୍ସାହିତ କରିଥିଲେ।
ଏହା ବ୍ୟତୀତ, ଆମକୁ ବ୍ୟାୟାମକୁ ଆମ ଜୀବନଶୈଳୀର ଏକ ଅଂଶ କରିବାକୁ ପଡିବ ବୋଲି ସେ କହିଥିଲେ। ଯଦି ଆମେ ନିଜକୁ ଫିଟ ରଖିବା, ତେବେ ଏହା ବିକଶିତ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri