Posted inଖେଳ

ଓ୍ବାଲର୍‌ଡ ବକ୍ସିଂ କପ୍‌ରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ,୬ା୪: ବ୍ରାଜିଲର ଫଜ ଡୋ ଆଇଗୁଆକୁଠାରେ ଅନୁଷ୍ଠିତ ଓ୍ବାଲର୍‌ଡ ବକ୍ସିଂ କପ୍‌ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରମାନେ ୬ ପଦକ ଜିତିଛନ୍ତି। ପଦକ ତାଲିକାରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ସହିତ ୪ ବ୍ରୋଞ୍ଜ ରହିଛି।

ହିତେଶ ପ୍ରଥମ ଭାରତୀୟ ଭାବେ ଓ୍ବାଲର୍‌ଡ ବକ୍ସିଂ (ଡବ୍ଲ୍ୟୁବି) ଦ୍ୱାରା ଆୟୋଜିତ ଏଲିଟସ୍ତରୀୟ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୭୦ କେଜି ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲ ପୂର୍ବରୁ ତାଙ୍କ ପ୍ରତିପକ୍ଷ ବକ୍ସର ଇଂଲଣ୍ଡର ଓଡେଲ କମରା ଆହତ ସମସ୍ୟା ଯୋଗୁ ଓହରି ଯାଇଥିଲେ।

ଅଭିନାଶ ଜମ୍ବାଲ ୬୫ କେଜି କ୍ୟାଟେଗୋରୀ ଫାଇନାଲରେ ସ୍ଥାନୀୟ ଫେଭରାଇଟ ୟୁରି ରେଇଜ୍‌ଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଯଦୁମଣି ସିଂ ମାନଦେଙ୍ଗବାମ (୫୦ କେଜି), ମନୀଷ ରାଠୋର (୫୫ କେଜି), ସଚିନ (୬୦ କେଜି) ଓ ବିଶାଲ (୯୦ କେଜି) ବ୍ରୋଞ୍ଜ ପଦକ ଜିତିଛନ୍ତି।

ହିତେଶ ତାଙ୍କ ସଫଳତା ଲାଗି ଟୁର୍ନାମେଣ୍ଟ ପୂର୍ବରୁ ବ୍ରାଜିଲରେ ଅନୁଷ୍ଠିତ ୧୦ ଦିନିଆ ପ୍ରସ୍ତୁତି କ୍ୟାମ୍ପକୁ ଶ୍ରେୟ ଦେଇଛନ୍ତି। ଏହି କ୍ୟାମ୍ପ ଜରିଆରେ ମୁଁ ଅନେକ କିଛି ଶିଖିବାକୁ ପାଇଥିଲି। ଏହି ଟୁର୍ନାମେଣ୍ଟ ଆମକୁ ଶୀର୍ଷସ୍ତରରେ ଖୁବ୍‌ ଭଲ ପ୍ଲାଟଫର୍ମ ଯୋଗାଇଥିଲା ବୋଲି ସେ କହିଛନ୍ତି। ଓ୍ବାଲର୍‌ଡ ବକ୍ସିଂ କପ୍‌ ଲାଗି ଭାରତ ଏକ ୧୦ ଜଣିଆ ପୁରୁଷ ଦଳ ପଠାଇଥିଲା। ପ୍ୟାରିସ ଅଲିମ୍ପିକ୍ସ ପରେ ଏହା ଭାରତୀୟ ବକ୍ସରଙ୍କ ଲାଗି ପ୍ରଥମ ଶୀର୍ଷସ୍ତରୀୟ ଟୁର୍ନାମେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri