Posted inଖେଳ

ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍‌ବେଶଙ୍କ ପାଉଣାରୁ ୫୦% କଟିଲା 

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍‌ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ସେ ଏପରି ଏକ ଭୁଲ କରିଥିଲେ ଯେଉଁଥିଲାଗି ବିସିସିଆଇ ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି।
୪ ଏପ୍ରିଲରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ପନ୍ତଙ୍କୁ ସ୍ଲୋ ଓଭର ରେଟ୍‌ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେଣୁ ବୋର୍ଡ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଅନ୍ୟପକ୍ଷରେ, ନିଜ ଘାତକ ପ୍ରଦର୍ଶନରେ ମୁମ୍ବାଇକୁ ପରାସ୍ତ କରିଥିବା ଦିଗବେଶ ରାଠିଙ୍କୁ ନୋଟବୁକ୍‌ ସେଲିବ୍ରେସନ କରିବା ପାଇଁ ପୁଣି ଥରେ ଦଣ୍ଡିତ କରାଯାଇଛି।
IPL ୨୦୨୫ରେ ବ୍ୟାଟ୍ସମ୍ୟାନ ଭାବରେ ପନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି। ଏପର୍ଯ୍ୟନ୍ତ ସେ ୪ଟି ମ୍ୟାଚ୍‌ରେ କେବଳ ୧୯ ରନ କରିପାରିଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ସ୍ଲୋ ଓଭର ରେଟ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯିବା ଚିନ୍ତାର ବିଷୟ ପାଲଟିଛି।
କେବଳ ଏତିକି ନୁହେଁ ଦିଗ୍‌ବେଶ ରାଠିଙ୍କୁ ତାଙ୍କ ମ୍ୟାଚ୍‌ ଫିର ୫୦ ପ୍ରତିଶତ ଜରିମାନା କରାଯାଇଛି। ଅର୍ଥାତ ଏତେ ଟଙ୍କା ତାଙ୍କ ପକେଟରୁ କଟିଯିବ। ଏହି ଜରିମାନା ବ୍ୟତୀତ, LSG ଖେଳାଳିଙ୍କ ଆକାଉଣ୍ଟରେ ୨ ଡିମେରିଟ ପଏଣ୍ଟ ମଧ୍ୟ ଯୋଡା ଯାଇଛି। ମ୍ୟାଚ ରେଫରି ଦିଗବେଶଙ୍କୁ ଲେବଲ ୧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯଦି ଜଣେ ଖେଳାଳି ଲେବଲ ୧ ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେହି କ୍ଷେତ୍ରରେ ମ୍ୟାଚ ରେଫରିଙ୍କ ନିଷ୍ପତ୍ତି ବୈଧ ଏବଂ ଚୂଡ଼ାନ୍ତ ହେବ।
ଏବେ ତାଙ୍କର ମୋଟ ଡିମେରିଟ ପଏଣ୍ଟ ୩ ହୋଇଯାଇଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗଙ୍କୁ ମଧ୍ୟ ସମାନ ଭୁଲ ପାଇଁ ୧୨ ଲକ୍ଷ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri