Posted inଖେଳ

ଧୋନୀଙ୍କ ଭଳି ଖେଳୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ରାଗିଗଲେ ଆକାଶ ଅମ୍ବାନୀ; ପ୍ରତିକ୍ରିୟା Viral

ନୂଆଦିଲ୍ଲୀ,୫।୪: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି। ଦଳ ଏହି ସିଜନରେ ୩ ମୁକାବିଲା ହାରି ସାରିଛି। ଏପ୍ରିଲ ୪ରେ ଲକ୍ଷ୍ନୌ ବିପକ୍ଷରେ ମୁମ୍ବାଇ ୧୨ ରନ୍‌ରେ ପରାଜିତ ହୋଇଥିଲା। ହେଲେ ଏହି ମ୍ୟାଚ୍‌ ମୁମ୍ବାଇ ଜିତିପାରେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଲକ୍ଷ୍ନୌ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ବୋଲିଂ ଯୋଗୁ ମୁମ୍ବାଇ ପରାଜିତ ହୋଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଚେଷ୍ଟା କରିଥିଲେ। ହେଲେ ସେ ଦଳକୁ ଜିତାଇପାରି ନ ଥିଲେ। ଅନ୍ତିମ ଓଭରରେ ୨୨ ରନ ଆବଶ୍ୟକତା ଥିଲା। ତେବେ ଏହି ଓଭରରେ ଏଭଳି କିଛି ଘଟିଥିଲା ଯାହାକୁ ନେଇ ଫ୍ରାଞ୍ଚାଇଜ ମାଲିକ ଆକାଶ ଅମ୍ବାନୀ ରାଗି ଯାଇଥିଲେ। ଏବେ ତାଙ୍କର ପ୍ରତିକ୍ରିୟା ଭାଇରାଲ ହେଉଛି।

ମୁମ୍ବାଇକୁ ଅନ୍ତିମ ୬ ବଲ୍‌ରେ ୨୨ ରନ୍‌ର ଆବଶ୍ୟକତା ଥିଲା। ଲକ୍ଷ୍ନୌ ଅଧିନାୟକ ଋଷଭ ପନ୍ତ ଆବେଶ ଖାନଙ୍କୁ ବୋଲିଂ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ଓଭରରେ ପାଣ୍ଡ୍ୟା ଧୋନୀଙ୍କ ପରି ତାଙ୍କ ଦଳକୁ ଜିତାଇବାକୁ ଚେଷ୍ଟା କରିଥିଲେ, ଯାହାକୁ ଆକାଶ ଅମ୍ବାନୀ ପସନ୍ଦ କରିନଥିଲେ। ହାର୍ଦ୍ଦିକ ପ୍ରଥମ ୨ଟି ବଲରେ ୮ ରନ କରିଥିଲେ। ତଥାପି ୪ଟି ବଲ୍‌ରେ ୧୪ ରନ୍‌ର ଆବଶ୍ୟକ ଥିଲା। ଏହିଠାରୁ ମୁମ୍ବାଇ ପାଖରେ ମ୍ୟାଚ ଜିତିବାର ସୁଯୋଗ ଥିଲା। କିନ୍ତୁ ସେ ତୃତୀୟ ବଲ୍‌ରେ ଭଲ ଖେଳିପାରି ନ ଥିଲେ। ଏହା ଡିପ୍‌ ବ୍ୟାକୱାର୍ଡ ସ୍କୋୟାର ଲେଗ୍‌କୁ ଚାଲିଯାଇଥିଲା। ନନ-ଷ୍ଟ୍ରାଇକରେ ଠିଆ ହୋଇଥିବା ମିଚେଲ ସାଣ୍ଟନର ୧ ରନ ପାଇଁ ଦୌଡ଼ିଥିଲେ। ଏଠାରେ ହାର୍ଦ୍ଦିକ ଧୋନୀ ଯାହା କରନ୍ତି ତାହା କରିଥିଲେ। ସେ ଅନ୍ୟ ପାର୍ଶ୍ୱରେ ଠିଆ ହୋଇଥିବା ମିଚେଲ ସାଣ୍ଟନରଙ୍କୁ କ୍ରିଜର ଅଧାରୁ ଫେରାଇ ଦେଇଥିଲେ। ଏହା ଦେଖି ଆକାଶ ରାଗି ଯାଇଥିଲେ।

 

ତୃତୀୟ ବଲରେ ଗୋଟିଏ ବି ସିଙ୍ଗଲ ନ ନେବା ଯୋଗୁ ମୁମ୍ବାଇ କ୍ଷତି ସହିଥିଲା। ଚତୁର୍ଥ ବଲ୍‌ରେ ଆଭେଶ ଖାନ ଏକ ଚମତ୍କାର ୟର୍କର ମାରିଥିଲେ, ଯେଉଁଥିରେ ପାଣ୍ଡ୍ୟା କୌଣସି ରନ କରିପାରି ନଥିଲେ। ଏହିପରି, ମ୍ୟାଚ୍ରେ ବାକି ଥିବା ଶେଷ ଆଶା ମଧ୍ୟ ଶେଷ ହୋଇଗଲା, କାରଣ ମୁମ୍ବାଇକୁ ଜିତିବା ପାଇଁ ୨ ବଲରେ ୧୪ ରନ କରିବାକୁ ପଡ଼ିଥିଲା। ଯଦି ପାଣ୍ଡ୍ୟା ୨ଟି ଛକା ମାରିଥାନ୍ତେ, ତେବେ ମୁମ୍ବାଇ ୧ ରନରେ ମ୍ୟାଚ ହାରି ଯାଇଥାନ୍ତା। ତଥାପି ପରବର୍ତ୍ତୀ ୨ଟି ବଲ୍‌ରେ ମାତ୍ର ୧ ରନ ହୋଇଥିଲା।

ଅନ୍ୟପକ୍ଷରେ ଯଦି ପାଣ୍ଡ୍ୟା ତୃତୀୟ ବଲ୍‌ରେ ସାଣ୍ଟନରଙ୍କୁ ଷ୍ଟ୍ରାଇକ ଦେଇଥାନ୍ତେ, ତେବେ ତାଙ୍କ ପାଖରେ ମ୍ୟାଚ ଜିତିବା କିମ୍ବା ଟାଇ କରିବାର ସୁଯୋଗ ରହିଥାନ୍ତା, ଯାହା ସେ କରି ନ ଥିଲେ। ହାର୍ଦ୍ଦିକଙ୍କ ନିଜ ଉପରେ ଥିବା ଆତ୍ମବିଶ୍ୱାସ ସଫଳ ହୋଇ ନ ଥିଲା। ଦୁଇଟି ଡଟ୍‌ ବଲ ଖେଳିବା ଯୋଗୁ ମୁମ୍ବାଇ ବିଜୟ ଦୌଡ଼ରୁ ସମ୍ପୂର୍ଣ୍ଣ ବାହାର ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri