Posted inରାଜ୍ୟ

ଶଙ୍ଖଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଭାଜପା ସହ ହେବ ମେଣ୍ଟ!

ଭୁବନେଶ୍ୱର,୪ା୪: ଶଙ୍ଖ ଭବନରେ ଶୁକ୍ରବାର ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିବାବେଳେ ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଏକ ବଡ଼ ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଭାଜପା ଏବଂ ବିଜେଡି ମେଣ୍ଟ କାଏମ ରହିଛି। ସୋସିଆଲ ମିଡିଆ ‘ଏକ୍ସ’ରେ ରାଜ୍ୟ କଂଗ୍ରେସ ଏପରି ପ୍ରତିକ୍ରିୟା ଦେଇଛି। ଗତକାଲି ରାଜ୍ୟ ସଭାରେ ଓ୍ବକ୍‌ଫ ବିଲ ଭୋଟିଂକୁ ନେଇ କଂଗ୍ରେସ ଏପରି ଅଭିଯୋଗ ଆଣିଛି। ବିବେକ ଅନୁସାରେ ଭୋଟିଂ କରିବାକୁ ବିଜେଡି ନିଜ ଏମ୍‌ପିଙ୍କୁ କହିଥିଲା। ବିଲ୍‌ ସପକ୍ଷରେ ବିଜେଡିର ବରିଷ୍ଠ ଏମ୍‌ପି ସସ୍ମିତ ପାତ୍ର ଭୋଟ୍‌ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଗଠବନ୍ଧନ କାଏମ ରହିଛି। ପରସ୍ପର ମଧ୍ୟରେ ସଲାସୁତରା କରି ଓଡ଼ିଶାର ଜନତାଙ୍କୁ ଠକିବାକୁ ଚାହୁଁଛନ୍ତି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି।

ସୂଚନା ଥାଉକି, ଓ୍ବକଫ୍‌ ବିଲ୍‌ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ୍‌ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସା ବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ୍ବକଫ୍‌ ବିଲ୍‌କୁ ନେଇ ତାଙ୍କ ‘ଏକ୍ସ’ରେ କରିଥିବା ପୋଷ୍ଟ ଦେଖିବା ପରେ ପୁଣି ଥରେ ବିଜେଡି ଆଭିମୁଖ୍ୟକୁ ନେଇ ସବୁଆଡୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଜଣଙ୍କ ସ୍ବାର୍ଥକୁ ରକ୍ଷା କରିବା ଲାଗି ବିଜେଡିକୁ ରାଜ୍ୟ ସଭାରେ ଆଉ ଥରେ ବିକ୍ରି କରିଦିଆଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଲାଣି। ନିକଟରେ ଜଣେ ମହିଳା ଆଇଏଏସ୍‌ ଅଫିସର ଭିଆର୍‌ଏସ୍‌ ନେଇଛନ୍ତି, ଯିଏ ବିଜେଡି ସରକାର ସମୟରେ ବହୁ କ୍ଷମତାଶାଳୀ ଥିଲେ। ତାଙ୍କ ଭିଆର୍‌ଏସ୍‌ ଆବେଦନକୁ କେନ୍ଦ୍ରର ଏନ୍‌ଡିଏ ସମର୍ଥିତ ଭାଜପା ସରକାର କିନ୍ତୁ ତୁରନ୍ତ ଗ୍ରହଣ କରିନେଇଛନ୍ତି, ଯାହା ରାଜ୍ୟ ଭାଜପାର ବହୁ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବା କଥା କୁହାଯାଉଛି। କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା, ସେଠାରୁ ଫେରିବା ମାତ୍ରେ ଉକ୍ତ ମହିଳା ଆଇଏଏସ୍‌ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ ତୁରନ୍ତ ଗ୍ରହଣ କରାଯିବା ବିଷୟ ସମସ୍ତେ ଅଳ୍ପ ବହୁତେ ବୁଝୁଥିଲେ। ହେଲେ ବର୍ତ୍ତମାନ ରାଜ୍ୟ ସଭାରେ ବିଜେଡି ଓ୍ବକଫ୍‌ ବିଲ୍‌ ବିରୋଧରେ ଯିବ ନାହିଁ ବୋଲି ବୁଲେଇ ବଙ୍କେଇ କହିବା ପରେ ନବୀନଙ୍କ ଦିଲ୍ଲୀ ଯିବାଠାରୁ ଭିଆର୍‌ଏସ୍‌ ଆବେଦନ ଗ୍ରହଣର ତତ୍ତ୍ୱକୁ ଏକ ପ୍ରକାର ପ୍ରମାଣିତ କରୁଛି ବୋଲି କୁହାଗଲାଣି। କିଛିଦିନ ତଳେ ଚେନ୍ନାଇଠାରେ ଡିଏମ୍‌କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ସୀମା ପୁନଃ ନିର୍ଦ୍ଧାରଣ କ୍ରିୟାନୁଷ୍ଠାନ କମିଟିର ବୈଠକ ହୋଇଥିଲା। ଏଥିରେ ଓଡ଼ିଶାରୁ ବିଜେଡି ଯୋଗ ଦେଇଥିଲା। ଏହି ବୈଠକ ପରେ ବିଜେଡି ପ୍ରଥମ ଥର ଲାଗି ନିଜର ଆଭିମୁଖ୍ୟ ବଦଳାଇଲା ବୋଲି ଶୁଣିବାକୁ ମିଳିଲା। ହେଲେ ଦିନ କେଇଟା ନ ଯାଉଣୁ ବିଜେଡି ଶାସନରୁ ଯିବା ଲାଗି ଯେଉଁ ଜଣେ ବ୍ୟକ୍ତିଙ୍କୁ ସମଗ୍ର ଓଡ଼ିଶା ଦୋଷ ଦେଉଛି ତାଙ୍କ ସ୍ତ୍ରୀଙ୍କ ସୁରକ୍ଷା ନବୀନଙ୍କ ପାଇଁ ପୁଣି ପ୍ରାଥମିକତା ହୋଇଯାଇଛି ବୋଲି ରାଜନୈତିକ ମହଲରେ ଆଉ ଥରେ କୁହାକୁହି ଆରମ୍ଭ ହେଲାଣି। ନବୀନଙ୍କ ପାଇଁ ଦଳୀୟ କର୍ମୀ ଏବଂ ସହଯୋଗୀଙ୍କ ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାହା ବଦଳରେ ଗୋଟିଏ ବ୍ୟକ୍ତିର ସନ୍ତୁଷ୍ଟି ଯଥେଷ୍ଟ ଅଧିକ ଗୁରୁତ୍ୱ ରଖୁଥିବା କଥା ସ୍ପଷ୍ଟ ବୁଝାପଡୁଛି।
ସୂଚନାଯୋଗ୍ୟ, ଲୋକ ସଭାରେ ବୁଧବାର ବିଳମ୍ବିତ ରାତିରେ ଓ୍ବକଫ୍‌ ବିଲ୍‌ ପାରିତ ହୋଇଯାଇଛି। ୧୨ ଘଣ୍ଟା ଧରି ଏହି ବିଲ୍‌ ଉପରେ ଆଲୋଚନା ହେବା ପରେ ଭୋଟ କରାଯାଇଥିଲା। ବିଲ୍‌ ସପକ୍ଷରେ ୨୮୮ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୨୩୨ଟି ଭୋଟ ପଡ଼ିଥିଲା। ଅର୍ଥାତ୍‌ ଲୋକ ସଭାରେ ଶାସକ ଏବଂ ବିରୋଧୀଙ୍କ ଭିତରେ ଦୂରତା ମାତ୍ର ୫୬କୁ ଖସି ଆସିଲାଣି। ହେଲେ ଏଭଳି ସମୟରେ ବିଜେଡି ଲୋକ ସଭାରେ ସମ୍ପୂର୍ଣ୍ଣ ଜିରୋ ହୋଇସାରିଛି। ଏ ପର୍ଯ୍ୟନ୍ତ ବିଜେଡି ମୁଣ୍ଡରେ ବୁଦ୍ଧି ଉଦୟ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ସସ୍ମିତ ଏହା ଉପରେ କହିଥିଲେ, ବିଲ୍‌ ଉପରେ ବିରୋଧୀଙ୍କ ପ୍ରସ୍ତାବକୁ ଗୃହରେ ଗ୍ରହଣ କରାଯାଉଛି ନା ନାହିଁ ତା’ ଉପରେ ବିଚାରକରିବା ପରେ କ’ଣ ନିଷ୍ପତ୍ତି ହେବ ତାହା ସ୍ଥିର କରାଯିବ। ହେଲେ ଗୁରୁବାର ସସ୍ମିତ ଉଲ୍ଲେଖ କରିଛନ୍ତି, ଏହି ବିଲ୍‌କୁ ବିବେକ ଅନୁସାରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ଉପରେ କୌଣସି ହୁଇପ୍‌ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେଡିର କେତେଜଣ ରାଜ୍ୟ ସଭା ସଦସ୍ୟଙ୍କ ସହ ଧରିତ୍ରୀ ପକ୍ଷରୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ସସ୍ମିତ ମନଇଚ୍ଛା ଏହା କହିଥିବେ। ଦଳରୁ ପଚାରି ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଟେଲିଫୋନ୍‌ ଉଠାଇଲେ ନାହିଁ। ଅର୍ଥାତ୍‌ ସେମାନଙ୍କ ଭିତରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଏହି କଥାରୁ ବୁଝାପଡୁଛି। ସସ୍ମିତ ନିଜ ମନରୁ ଏହି ନିଷ୍ପତ୍ତି ବାହାରକୁ ଛାଡ଼ି ନ ଥିବା କଥା ଜାଣିବା ପରେ ପ୍ରତିକ୍ରିୟା ରଖିବାକୁ କହୁଥିବା ବିଜେଡିର ଅନ୍ୟ ଏମ୍‌ପିମାନେ ଚୁପ୍‌ହୋଇଯିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri