୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା ବିଭାଗକୁ ଅନ୍ଧାରରେ ରଖି ବ୍ଲକ୍‌ ଶିକ୍ଷା ବିଭାଗର ଅବ୍ୟବସ୍ଥାର ନଜିର ରହିଛି। କୋରାପୁଟ ଜିଲାର ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ଥିବା ପଟ୍ଟାଙ୍ଗି ବ୍ଲକରେ ଛାତୀଛାତ୍ରଙ୍କ ନଁାରେ ହରିଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ବ୍ଲକ ଅଧୀନ ଅମ୍ପାବାଲି ପଞ୍ଚାୟତରେ ଥିବା ସୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୩୪ ଛାତ୍ରୀଛାତ୍ରଙ୍କୁ ଜଣେ ମାତ୍ର ଶିକ୍ଷକ ପାଠ ପଢ଼ାଉଛନ୍ତି। ଏହିପରି ଅବ୍ୟବସ୍ଥା ବ୍ଲକ୍‌ ଶିକ୍ଷା ବିଭାଗର ଅଧିକାରୀ ଓ ସିଆରସିସିଙ୍କ ଦୃଷ୍ଟିରେ ଥିଲେ ସୁଦ୍ଧା କୌଣସି ସମାଧାନର ବାଟ ବାହାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦଶହରା ଛୁଟି ପୂର୍ବରୁ ବି.ମାମା କୁମାରୀ ସୁବୁଦ୍ଧି ବିଦ୍ୟାଳୟରେ ନୂତନ କରି ଯୋଗ ଦେବା ପରଠାରୁ ଏଯାଏ ଅନୁପସ୍ଥିତ ରହିଛନ୍ତି। ସେହିପରି ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଜଣେ ଶିକ୍ଷକ ରଞ୍ଜିତ ସେଠୀ ୨୦୨୪ ନଭେମ୍ବରରୁ ଅନ୍ୟତ୍ର ବ୍ଲକ୍‌କୁ ଡେପୁଟେସନ୍‌ରେ ଚାଲିଯାଇଛନ୍ତି। ଏହିପରି ସମସ୍ୟା ଭିତରେ କୌଣସି ଟ୍ରେନିଂ ପଡିଲେ ଶିକ୍ଷକ ବେଣୁଧର ରାଉତଙ୍କୁ ଯିବାକୁ ପଡୁଥିବା ଓ ତାଙ୍କ ସ୍ଥାନରେ ସିଆରସିସି ଅନ୍ୟ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଏହି ସ୍କୁଲକୁ ଡେପୁଟେଶନରେ ଆଣି କାମ ଚଳାଇ ଦେଇଥାନ୍ତି। କିନ୍ତୁ ବିଦ୍ୟାଳୟ ଦାୟିତ୍ୱରେ ରହିବା ଶିକ୍ଷକ ରାଉତଙ୍କ କୌଣସି ବ୍ୟକ୍ତିଗତ କାମ ପଡିଲେ ସେଦିନ ବିଦ୍ୟାଳୟ ବନ୍ଦ କରିବାକୁ ପଡୁଛି। ଏହି ସ୍ଥିତିରେ ଶିକ୍ଷକ ରାଉତ ମାର୍ଚ୍ଚ ୨୬ରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ନେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ କରି ବ୍ଲକ ଶିକ୍ଷାଧିକାରୀଙ୍କୁ ମୁଖ୍ୟ ଅତିଥି କରି ଡାକିଥିଲେ। କିନ୍ତୁ ଶିକ୍ଷାଧିକାରୀଙ୍କ ଅବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବ୍ଲକ୍‌ରେ ଶିକ୍ଷାର ଅବ୍ୟବସ୍ଥାକୁ ନେଇ ଆଦିବାସୀ ଜନପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ସେମାନେ କହିଛନ୍ତି।
ଏ ସମ୍ପର୍କରେ ଅମ୍ପାବାଲି କ୍ଲଷ୍ଟର୍‌ର ସିଆରସିସି ଅଜିତ ତରିଆଙ୍କୁ ପଚାରିବାରୁ ବିଦ୍ୟାଳୟ ସମସ୍ୟା ନେଇ ଅବଗତ ଅଛୁ। ସମସ୍ୟା ସମ୍ପର୍କରେ ବ୍ଲକ୍‌ ଶିକ୍ଷା ବିଭାଗ ସହ ଆଲୋଚନା କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri