ଇସ୍ରାଏଲ ଯୁଦ୍ଧ ଅନ୍ତରାଳେ

ଇସ୍ରାଏଲର ରାଜଧାନୀ ତେଲ୍‌ ଆଭିଭର ରାସ୍ତାରେ କଫି ଓ ବ୍ରେଡ୍‌ ରୋଲ୍‌ର ଆନନ୍ଦ ନେଉଥିବା ନାଗରିକମାନେ ସେମାନଙ୍କଠାରୁ ୬୯ କି.ମି. ଦୂରରେ ଥିବା ଗାଜାର ଲୋକଙ୍କ ଉପରେ ହେଉଥିବା ବୋମାମାଡ଼ ଓ ଗୁଳିଗୋଳା ବର୍ଷଣ ସମ୍ପର୍କରେ ଚିନ୍ତା କରିବା କଷ୍ଟକର। ପୃଥିବୀରେ ସମାଜ ଅଧିକ ସୁସଂଗଠିତ ଓ ଉନ୍ନତ ହେଉଥିବା ମନେ ହେଉଥିଲେ ମଧ୍ୟ ଅନ୍ୟମାନଙ୍କ ଯନ୍ତ୍ରଣାକୁ ପାସୋରିଯିବା ଏବେ ସହଜ ହୋଇଯାଇଛି। କହିବାର ଅର୍ଥ ଏହା ନୁହେଁ ଯେ, ଇସ୍ରାଏଲ ନାଗରିକମାନେ ଯୁଦ୍ଧ ସମ୍ପର୍କରେ ଜାଣୁନାହାନ୍ତି କି ଅନୁଭବ କରୁନାହାନ୍ତି। ସେମାନେ ସବୁବେଳେ ଟିଭିରେ ଗାଜାର ଧ୍ୱଂସଲୀଳା ଏବଂ ଏ ସମ୍ପର୍କିତ ତାଜା ଖବର ଦେଖିପାରୁଛନ୍ତି। ଯୁଦ୍ଧକୁ ନେଇ କ୍ରୋଧ, ଏହାକୁ ଜାରି ରଖିବାରେ ବେଞ୍ଜାମିନ ନେତାନ୍ୟାହୁଙ୍କ ପଦକ୍ଷେପ ଏବଂ ଇସ୍ରାଏଲ ଗଣତନ୍ତ୍ରର ନ୍ୟାୟପାଳିକା ଓ ଅନ୍ୟ ସଂସ୍ଥାଗୁଡ଼ିକୁ ଦୁର୍ବଳକରି ରଖିବାରେ ତାଙ୍କ ଚେଷ୍ଟାକୁ ସବୁଠି ବିଶେଷକରି ତେଲ୍‌ ଆଭିଭରେ ଲୋକେ ସ୍ପଷ୍ଟଭାବେ ଅନୁଭବ କରିପାରୁଛନ୍ତି।
ପ୍ରତିଦିନ ଯୁଦ୍ଧ ବିରୋଧୀ ପ୍ରତିବାଦ ବା ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏହା ବ୍ୟତୀତ ନେତାନ୍ୟାହୁଙ୍କ ଏକଚ୍ଛତ୍ରବାଦ ପଥରେ ବାଧା ଦେଉଥିବା ସରକାରୀ ଅଧିକାରୀମାନଙ୍କୁ ଚାକିରିରୁ ବାହାର କରିଦିଆଯିବା ବିରୋଧରେ ମଧ୍ୟ ପ୍ରତିବାଦ ହେଉଛି। ଲୋକେ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍‌ରେ ଥିବା ଚରମପନ୍ଥୀଙ୍କର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ସେମାନଙ୍କୁ ଫାସିବାଦୀ ଓ ଯୁଦ୍ଧ ଅପରାଧୀ ଭାବେ ଦେଖୁଛନ୍ତି। ଟ୍ରମ୍ପ ଓ ନେତାନ୍ୟାହୁଙ୍କ ମଧ୍ୟରେ କାହାର କାହା ଉପରେ ଅଧିକ ପ୍ରଭାବ ରହିଛି ତାହାକୁ ନେଇ ମଧ୍ୟ ଆଲୋଚନା ହେଉଛି। ଇସ୍ରାଏଲ ଡିଫେନ୍ସ ଫୋର୍ସର ଜଣେ ପୂର୍ବତନ ଫାଇଟର ପାଇଲଟ ମୋତେ କହିଥିଲେ, ସେ ଯୁଦ୍ଧରେ ଆଉ ଭାଗ ନେବେ ନାହିଁ ଏବଂ ସେ ଏ ବିଷୟକୁ ଗ୍ରହଣ କରନ୍ତି ନାହିଁ। ଅନ୍ୟ ଜଣେ କହିଥିଲେ,ତାଙ୍କ ପୁଅଙ୍କୁ ସେନାରେ ଯୋଗଦେବା ଲାଗି ଯଦି ଡାକନ୍ତି ତେବେ ସେ ଇସ୍ରାଏଲ ଛାଡ଼ିଚାଲିଯିବେ। ନୈରାଶ୍ୟ ମଧ୍ୟରେ ଥିବା ଜଣେ ଲେଖକଙ୍କ ସହ ମୁଁ ମଧ୍ୟ କଥା ହୋଇଥିଲି ଏବଂ ସେ କହିଥିଲେ, ଇସ୍ରାଏଲୀ, ଆରବୀୟ ଓ ଇହୁଦୀମାନଙ୍କ ମଧ୍ୟରେ ଥିବା ଘୃଣା ଯୋଗୁ ତାଙ୍କ ଦେଶ ଖଣ୍ଡ ବିଖଣ୍ଡିତ ହୋଇଯିବ। ଅନେକ ଯୁଦ୍ଧ ବିରୋଧୀ ପ୍ରତିବାଦକାରୀ ଏବଂ ଗଣତନ୍ତ୍ର ସପକ୍ଷବାଦୀ ଆକ୍ଟିଭିଷ୍ଟ ବାହାର ଦୁନିଆରୁ ଅଲଗା ହୋଇଯାଉଥିବା ଅନୁଭବ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ମନାକରିବା ହିଁ ଇସ୍ରାଏଲର କଳା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଥିବା ଅନ୍ତର୍ଜାତୀୟ ସମ୍ପର୍କକୁ ଛିନ୍ନ କରୁଛି। ଉଦାରବାଦୀ ଇସ୍ରାଏଲୀ ଅନୁଭବ କରନ୍ତି ଯେ, ଦେଶରେ ଶତ୍ରୁତାପୂର୍ଣ୍ଣ ଶକ୍ତି ଯଥା ନିଜ ସରକାର ଓ ଚରମ ଜାତୀୟତାବାଦୀ ସମର୍ଥକଙ୍କ ମଧ୍ୟରେ ସେମାନଙ୍କ ପ୍ରଭାବ ହ୍ରାସ ପାଉଛି। ପାଲେଷ୍ଟିନୀୟଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା କାର୍ଯ୍ୟକୁ ବିଶ୍ୱବାସୀ ନିନ୍ଦା କରୁଛନ୍ତି। ଏହା ନିଶ୍ଚିତ ଯେ, ଏଭଳି ଭାବନାକୁ ଭୁଲ୍‌ ବୁଝାଯାଉଛି କିମ୍ବା ଅଣଦେଖା କରାଯାଉଛି ।
ତେବେ ଇସ୍ରାଏଲରେ ହେଉଥିବା ଯୁଦ୍ଧ ବିରୋଧୀ ଏବଂ ଗଣତନ୍ତ୍ର ସପକ୍ଷବାଦୀ ସବୁ ପ୍ରଦର୍ଶନରେ ପ୍ରଭାବ ନ ଥିବା ସ୍ପଷ୍ଟ ହେଉଛି। ‘ସରକାର ପଣବନ୍ଦୀଙ୍କୁ ଫେରାଇ ଆଣୁ ’ଲେଖା ଥିବା ବ୍ୟାନରଗୁଡ଼ିକ ସବୁଠି ଦେଖାଯାଉଛି। ଇସ୍ରାଏଲ ରାଜନୀତିର ବାମ ଓ ଦକ୍ଷିଣପନ୍ଥୀ ଲୋକେ ହଳଦିଆ ରିବନ୍‌ ପିନ୍ଧୁଛନ୍ତି। ତେଲ୍‌ ଆଭିଭ ମୁଜିୟମ ଅଫ୍‌ ଆର୍ଟ ବାହାରେ ଲଗାଯାଇଥିବା ଚିତ୍ରକଳା ବ୍ୟଥିତ ଇସ୍ରାଏଲୀଙ୍କର ପଣବନ୍ଦୀ ସମ୍ପର୍କିତ ଭାବନାକୁ ପ୍ରକାଶ କରୁଛି, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କର ଗାଜା ଟନେଲ ମଧ୍ୟରେ ମୃତ୍ୟୁ ହୋଇସାରିଲାଣି।
ଟେଲିଭିଜନ ଆଲୋଚନା କାର୍ଯ୍ୟକ୍ରମରେ ଲୋକମାନେ ଯୁଦ୍ଧ ଜାରି ରହିବାକୁ ନିନ୍ଦା କରୁଛନ୍ତି। କାରଣ ଏହା ଯୋଗୁ ଅବଶିଷ୍ଟ ଇସ୍ରାଏଲୀ ପଣବନ୍ଧୀଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି ସେମାନେ ଭାବୁଛନ୍ତି। ପ୍ରଦର୍ଶନ ବେଳେ ଯଦିଓ ଗାଜାର ଧ୍ୱସ୍ତ ବିଧ୍ୱସ୍ତ ଘର ଓ ରାସ୍ତାର ଛବି ଦେଖାଯାଉଛି , ତଥାପି ସେଥିରେ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ, ଗୁରୁତର ଆହତ କିମ୍ବା ଘରୁ ବାହାର କରିଦିଆଯାଉଥିବା ତଥା ଭୋକିଲାଙ୍କ ଚିତ୍ର ନାହିଁ। ଇସ୍ରାଏଲର ଖବରକାଗଜ ହାରେଜ ଏବେ ସୁଦ୍ଧା ଏସବୁ ସମ୍ପର୍କିତ ରିପୋର୍ଟ ପ୍ରକାଶ କରୁଛି। କିନ୍ତୁ ଏହାକୁ ଇସ୍ରାଏଲ ଜନସଂଖ୍ୟାର ପ୍ରାୟ ୪ ପ୍ରତିଶତ ନାଗରିକ ପଢ଼ନ୍ତି। ଅବଶିଷ୍ଟ ଲୋକ ପାଲେଷ୍ଟନୀୟଙ୍କ ଯନ୍ତ୍ରଣା ସମ୍ପର୍କରେ ଚିନ୍ତା କରୁନାହାନ୍ତି ଏବଂ ଏଭଳି ଘଟୁଛି ବୋଲି ସେମାନେ ବିଶ୍ୱାସ ନ କରିବା ବି ସ୍ବାଭାବିକ। ସବୁଠୁ ଖରାପ ବିଷୟ ହେଉଛି, ଏହି ବିଷୟକୁ ଉତ୍‌ଥାପନ କରିବାକୁ ଅନେକ ଇସ୍ରାଏଲୀ ଚାହଁୁନାହାନ୍ତି ଏବଂ ସେମାନେ ଏହାକୁ ଇହୁଦୀ ବିରୋଧୀ ବୋଲି ସୂଚିତ କରୁଛନ୍ତି। ଜେରୁଜେଲମରେ ଏକ ଯୁଦ୍ଧ ବିରୋଧୀ ପ୍ରଦର୍ଶନ ସମ୍ପର୍କରେ ଶୁଣିଥିଲି, ଯେଉଁଠାରେ ପୀଡ଼ିତ ପାଲେଷ୍ଟିନୀୟଙ୍କ ବିଷୟରେ ଆଲୋଚନା ଆରମ୍ଭ କରିବାକୁ ଯାଉଥିବା ଜଣେ ପ୍ରଦର୍ଶନକାରୀଙ୍କଠାରୁ ମାଇକ୍ରୋଫୋନ ଛଡ଼ାଇନିଆଯାଇଥିଲା।
ଜେରୁଜେଲମ୍‌ରେ ମୁଁ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତିଙ୍କୁ ଭେଟିଥିଲି। ସେ ନେତାନ୍ୟାହୁଙ୍କର ତଥା ଯୁଦ୍ଧର ତୀବ୍ର ବିରୋଧୀ। ସେ ଆରବୀୟ ଭାଷା କହନ୍ତି ଓ ଗରିବଙ୍କ ପାଇଁ ଏକ ଦାତବ୍ୟ ସଙ୍ଗଠନ ଆରମ୍ଭ କରିଛନ୍ତି। ତାଙ୍କର ଏହି ସେବା କାର୍ଯ୍ୟ ଆରବୀୟଙ୍କୁ ଲାଭ ଦେଇଛି କି ନାହିଁ ବୋଲି ତାଙ୍କୁ ମୁଁ ଯେତେବେଳେ ପଚାରିଲି ସେତେବେଳେ ସେ ଦୀର୍ଘ ଶ୍ୱାସନେଇ କହିଲେ, ସେ ଚାହଁିଥିଲେ ଏହା ସମ୍ଭବ ହୋଇଥାନ୍ତା। ତା’ପରେ ସେ ବୁଝାଇଲେ ଯେ, ପାଲେଷ୍ଟିନୀୟମାନେ ଶାନ୍ତି ଚାହାନ୍ତି ବୋଲି କହିଥିଲେ। କିନ୍ତୁ ସେମାନେ ସମସ୍ତେ ୭ ଅକ୍ଟୋବର ୨୦୨୩ ରେ ହତ୍ୟା ଓ ଅପହରଣ ହୋଇଥିବା ୧୨,୦୦୦ ଇସ୍ରାଏଲୀଙ୍କ ଘଟଣାକୁ ସମର୍ଥନ କରିଥିଲେ। ସେହିଦିନ ଯାହା ଘଟିଥିଲା ତାହା ଇହୁଦୀମାନଙ୍କ ଗଣହତ୍ୟାକୁ ସ୍ମରଣ କରାଇଦେଇଥିଲା। ଏଭଳି ଲୋକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା କେବେ ସମ୍ଭବ ହୋଇପାରେ?
ଏହି ଦୃଷ୍ଟିକୋଣକୁ ଧର୍ମାନ୍ଧତା କିମ୍ବା ବର୍ଣ୍ଣବୈଷ୍ଣମ୍ୟ ଭାବି ସହଜରେ ଅସ୍ବୀକାର କରାଯାଇପାରିବ ନାହିଁ। ତାଙ୍କ ଦୃଷ୍ଟିକୋଣ ଇସ୍ରାଏଲରେ ବ୍ୟାପକ ଭାବେ ଶେୟାର କରାଯାଇଛି। ପାଲେଷ୍ଟିନୀୟଙ୍କ ଉପରେ ଇସ୍ରାଏଲୀଙ୍କ ଦମନ ଓ ସେମାନଙ୍କ ଉତ୍ପୀଡ଼ନ ପ୍ରତି ଉଦାସୀନତା ପଛରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। କିନ୍ତୁ ୭ ଅକ୍ଟୋବର ଦୁଃଖଦ ଘଟଣାକୁ ଏଡ଼ାଇଯିବା ବୋକାମି। ଏଭଳି କ୍ରୂରତାକୁ ନେଇ ଇସ୍ରାଏଲର ଇହୁଦୀମାନେ ବହୁ ଶତାବ୍ଦୀର ଉତ୍ପୀଡ଼ନ, ହତ୍ୟା ଓ ଅପମାନକୁ ସ୍ମରଣକଲେ ହିଁ ସେମାନେ ଶେଷରେ ସୁରକ୍ଷିତ ରହିବେ ବୋଲି ନିଶ୍ଚିତ କରିଛନ୍ତି। ଏପରିକି ଯଦି ନେତାନ୍ୟାହୁ ଜଣେ କମ୍‌ ନିରାଶବାଦୀ ନେତା ଭାବେ ତାଙ୍କ ସରକାର ବଜାୟ ରଖିବା ପାଇଁ ଯୁଦ୍ଧ ଜାରି ରଖିଥିବା କୁହାଯାଉଛି। ହେଲେ ସରକାର ବାହାରେ ଦୁର୍ନୀତି ଓ ହେରଫେର ମାମଲାରେ ବିଚାରର ସମ୍ମୁଖୀନ ହେବେ ଏବଂ ସମ୍ଭବତଃ ଦୋଷୀ ହୋଇପାରନ୍ତି। ରାଜନୈତିକ ପତନକୁ ଦୃଷ୍ଟିରେ ରଖି ସେ ଇହୁଦୀଙ୍କ ଉତ୍ପୀଡ଼ନର ଦୀର୍ଘ କାହାଣୀକୁ ବ୍ୟବହାର କରିବାରେ ସେ ଇସ୍ରାଏଲର ଏକମାତ୍ର ପ୍ରଧାନମନ୍ତ୍ରୀ ନୁହନ୍ତି। ୧୯୬୧ରେ ଡାଭିଡ୍‌ ବେନ ଗୁରିଅନ୍‌ ଏଭଳି କରିଥିଲେ। କିନ୍ତୁ ନେତାନ୍ୟାହୁ ତାଙ୍କ ପୂର୍ବାଧିକାରୀଙ୍କ ତୁଳନାରେ ଅଧିକ କରିଛନ୍ତି। ପାଲେଷ୍ଟିନୀୟ ବିଶେଷକରି ହମାସ୍‌ ଇହୁଦୀଙ୍କ ଅସ୍ତିତ୍ୱ ପ୍ରତି ବିପଦ ଏବଂ ସେ ହିଁ ଦ୍ୱିତୀୟ ଗଣହତ୍ୟାରୁ ସେମାନଙ୍କୁ ରକ୍ଷା କରିପାରିବେ ବୋଲି ଏକ ଧାରଣାକୁ ଅଧିକ ବ୍ୟାପକ କରିଛନ୍ତି। କିନ୍ତୁ ଅକ୍ଟୋବର ୭ ଆକ୍ରମଣ ଘଟଣା ନେତାନ୍ୟାହୁଙ୍କ ଲୋକପ୍ରିତା ହ୍ରାସର କାରଣ ହୋଇଛି। କିନ୍ତୁ ଇହୁଦୀ ଅସ୍ତିତ୍ୱ ପ୍ରତି ବିପଦ ରହିଛି ବୋଲି ତାଙ୍କର ଯେଉଁ ଦୃଷ୍ଟିକୋଣ ରହିଛି ତାହାକୁ ଅଧିକାଂଶ ଇସ୍ରାଏଲୀ ପ୍ରଚାର କରୁଛନ୍ତି। ତେବେ ବଞ୍ଚିବାର ସଂଗ୍ରାମରେ ଶତ୍ରୁ ପ୍ରତି ଦୟାର କୌଣସି ସ୍ଥାନ ନାହିଁ।

ଇଆନ୍‌ ବୁରୁମା
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri