ବ୍ୟବସାୟ ନୁହେଁ, ସାଲିସ୍‌ବିହୀନ ଶିକ୍ଷାକୁ ପ୍ରାଧାନ୍ୟ

ଯୁବୋଦୟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ସମ୍ବଲପୁରରେ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। କଟକରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ଦିଲ୍ଲୀରେ ଏମ୍‌ବିଏ କରିବା ପରେ ସେଠାରେ ଏକ କମ୍ପାନୀରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମମାଟିରେ ଓଡ଼ିଶାରେ କିଛି କରିବାକୁ ଚାହଁୁଥିଲେ। ଅମ୍ବରୀଶଙ୍କ ଜେଜେବାପା ଜଣେ ଶିକ୍ଷକ ହୋଇଥିବାବେଳେ ତାଙ୍କଠାରୁ ଅନେକ ସଫଳ ଆଇପିଏସ୍‌, ଆଇଏଏସ୍‌ ଅଫିସରଙ୍କ ଆତ୍ମଜୀବନୀ ଶୁଣି ଅମ୍ବରୀଶ ବଡ଼ ହୋଇଥିଲେ। ସେହିପରି ନିଜ ମା’ଙ୍କର ଉପଦେଶକୁ ପାଥେୟ କରି ସମାଜକୁ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ

ପ୍ର-ଆପଣଙ୍କ ବ୍ୟବସାୟିକ ଯାତ୍ରା କିଭଳି ରହିଛି?
ଉ- ଯୁବପିଢ଼ିଙ୍କ ବିକାଶ ପାଇଁ ଶିକ୍ଷା କ୍ଷେତ୍ରରେ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲି। ବିଶେଷକରି କଳାହାଣ୍ଡି, ବଲାଙ୍ଗୀର ଏବଂ କୋରାପୁଟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଚାହୁଁଥିଲି। ୧୯୯୮ରେ ଏନ୍‌ଆଇଆଇ ଲିମିଟେଡ୍‌ର ବିଜନେଶ୍‌ ପାର୍ଟନର ଭାବେ ପ୍ରଥମେ ବଲାଙ୍ଗୀର ଓ ପରେ ବ୍ରହ୍ମପୁରରେ ଏନ୍‌ଆଇଆଇଟି ସେଣ୍ଟର ପ୍ରତିଷ୍ଠା କରିଥିଲୁ। ୨୦୦୬ରେ ପଶ୍ଚିମ ଓଡ଼ିଶାରେ ବିସିଏ, ବିବିଏ ଓ ଏମ୍‌ଏସ୍‌ଡବ୍ଲ୍ୟୁ ଭଳି ବୈଷୟିକ ଶିକ୍ଷା ଦେବା ଆରମ୍ଭ କରିଥିଲୁ। ୨୦୦୯ରେ ବଲାଙ୍ଗୀରରେ ଏକ +୨ ବିଜ୍ଞାନ ମହାବିଦ୍ୟାଳୟ ଆରମ୍ଭ କଲି ଏବଂ ଧୀରେ ଧୀରେ ଆଇଆଇଟି ଏବଂ ମେଡିକାଲ କୋଚିଂ କ୍ଷେତ୍ରରେ ବ୍ୟବସାୟ ବିସ୍ତାର କରିଥିଲି। ବର୍ତ୍ତମାନ ଆମେ ପ୍ରତିବର୍ଷ ଶତାଧିକ ଏମ୍‌ବିବିଏସ୍‌ ଏବଂ ପ୍ରାୟ ୫୦ ଆଇଆଇଟି ତଥା ଏନ୍‌ଆଇଟିରେ ଶିକ୍ଷାଲାଭ ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିପାରୁଛୁ। ୨୦୧୮ରେ ସିବିଏସ୍‌ଇ ଶାଖା ଖୋଲିବା ସହ ୨୦୨୨ରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଆମେ ଶିକ୍ଷାନୁଷ୍ଠାନ ବିସ୍ତାର କରିଥିଲୁ।
ପ୍ର- ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ କିପରି ଆକୃଷ୍ଟ କରିଥା’ନ୍ତି? ଆଗକୁ କ’ଣ ଯୋଜନା ରହିଛି?
ଉ- +୨ ବିଜ୍ଞାନରେ ପ୍ରଥମବର୍ଷର ପରୀକ୍ଷାଫଳରୁ ହିଁ ଅନବରତ ଭାବେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଯୁବୋଦୟର ଛାତ୍ରୀଛାତ୍ର ସ୍ଥାନ ପାଇଥା’ନ୍ତି। ପ୍ରଥମ ସୁଯୋଗରେ ହିଁ ଛାତ୍ରୀଛାତ୍ର ଆଇଆଇଟି, ଏନ୍‌ଆଇଟି ତଥା ସରକାରୀ ମେଡିକାଲ କଲେଜରେ ସ୍ଥାନ ପାଇଥା’ନ୍ତି। ଏହିପରି ଧାରାକୁ ପ୍ରବର୍ତ୍ତନ କରିବାରେ ଯୁବୋଦୟ ସମଗ୍ର ରାଜ୍ୟରେ ଅଗ୍ରଣୀ ଭୂମିକା ବହନ କରିଛି। ବୋର୍ଡ ପରୀକ୍ଷା ହେଉ କି ପ୍ରବେଶିକା ପରୀକ୍ଷା, ଯୁବୋଦୟର ଛାତ୍ରୀଛାତ୍ରଙ୍କ ଅପୂର୍ବ ସଫଳତା ହିଁ ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିପାରିଛି। ଉତ୍ତମ ବ୍ୟବହାର, ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଦ୍ୱାରା ଅଭିଭାବକ ଓ ଛାତ୍ରୀଛାତ୍ର ଆକର୍ଷିତ ହୋଇଥା’ନ୍ତି। ଏମ୍‌ବିବିଏସ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପରେ ଏବେ ଆଇଆଇଟି କ୍ଷେତ୍ରରେ ଯୁବୋଦୟର ଶିକ୍ଷାନୁଷ୍ଠାନ ସମ୍ପ୍ରସାରଣ ଯୋଜନା ରହିଛି। ବିଶେଷକରି ଆର୍ଥିକ ଅନଗ୍ରସର ପିଲାଙ୍କୁ ଗୁଣାତ୍ମକ ଆଇଆଇଟି କୋଚିଂ ପ୍ରଦାନ ପାଇଁ ଚେଷ୍ଟା କରାଯାଉଛି।
ପ୍ର- ଉତ୍ତମ ଶିକ୍ଷା ଓ ବ୍ୟବସାୟରେ କିପରି ସମନ୍ବୟ ରକ୍ଷା କରିପାରନ୍ତି?
ଉ- ମୋ ମା’ ପ୍ରିୟଲତା ଦାଶ ସମାଜ ପାଇଁ କିଛି କରିବା ଲାଗି ପ୍ରେରଣା ଦେଇଥା’ନ୍ତି। ମୁଁ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସବୁବେଳେ ଗୁରୁତ୍ୱ ଦେଇଆସିଛି। ଜୀବନରେ ଖୁସି ରହିବା ପାଇଁ ଏକ ଘର, ଏକ ପରିବାର ସହ କିଛି ମୌଳିକ ଆବଶ୍ୟକତା ପୂରଣ ହେଉଥିବା ଦରକାର। ସେସବୁ ମୋ ପାଖରେ ଅଛି। ତେଣୁ ଅଧିକ ଧନୀ ହେବା ଆଶା ମୋର ନାହିଁ। ମୁଁ ବ୍ୟବସାୟ ସମ୍ପ୍ରସାରଣ ନୁହେଁ, ଶିକ୍ଷାର ସମ୍ପ୍ରସାରଣକୁ ପ୍ରାଧାନ୍ୟ ଦିଏ।
ପ୍ର- ନୂତନ ଜାତୀୟ ଶିକ୍ଷା ନୀତି ଉପରେ ଆପଣଙ୍କର କ’ଣ ମତ ରହିଛି?
ଉ-ନୂତନ ଶିକ୍ଷାନୀତି ଲାଗୁ କରାଗଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ବହୁତ ସମୟ ଲାଗିବ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶିକ୍ଷକ ତଥା ଶିକ୍ଷା ବିଭାଗର କର୍ମଚାରୀମାନେ ପ୍ରକୃତ ପଦ୍ଧତି ବର୍ତ୍ତମାନ ଯାଏ ଜାଣନାହାନ୍ତି। ଏହି ବ୍ୟବସ୍ଥାର ସଫଳତା କେବଳ ଏହାର କାର୍ଯ୍ୟକାରିତା ଉପରେ ନିର୍ଭର କରୁଛି।
ପ୍ର- ଶିକ୍ଷା ବ୍ୟବସ୍ଥାରେ କେଉଁ ସବୁ ଆହ୍ବାନ ରହିଛି? ଶିକ୍ଷାକ୍ଷେତ୍ରରେ ଏଆଇର ଭୂମିକାକୁ କିପରି ଦେଖୁଛନ୍ତି?
ଉ-ଶିକ୍ଷା ବ୍ୟବସ୍ଥାରେ ସରକାର ଓ ଘରୋଇ କ୍ଷେତ୍ରରେ ଯେଉଁ ବ୍ୟବଧାନ ରହୁଛି, ତାହା ବର୍ତ୍ତମାନ ପାଇଁ ଏକ ବଡ଼ ଆହ୍ବାନ। ଏହି ବ୍ୟବଧାନ ଦୂର ହେବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଅନେକ ସୁଧାର ଆସିପାରିବ। ଏଆଇ ହେଉଛି ଆଣବିକ ଶକ୍ତିି ପରି। ଆମ ଉପରେ ନିର୍ଭର କରେ ଆମେ ତାକୁ କିପରି ବ୍ୟବହାର କରୁଛେ। ଏଆଇ ବ୍ୟବହାର କରି ଛାତ୍ରୀଛାତ୍ର ଅନେକ କ୍ଷେତ୍ରରେ ଉପକୃତ ହେଉଥିବାବେଳେ ଏହାର ଦୁରୁପଯୋଗ ଦ୍ୱାରା ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ପ୍ର-ଛାତ୍ର ସମାଜକୁ ଆପଣଙ୍କର କ’ଣ ବାର୍ତ୍ତା ରହିବ?
ଉ-ଏକ ଗୀତ ଅଛି ‘ରୁକ୍‌ ଜାନା ନହିଁ ତୁ କହିଁ ହାର୍‌କେ’। ତେଣୁ ଛାତ୍ରୀଛାତ୍ରଙ୍କୁ କହିବି ସେମାନେ ନିଜର ଭବିଷ୍ୟତ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଥରେ ନିଷ୍ପତ୍ତି ନେବା ପରେ ସମସ୍ୟା ଆସିଲେ ଅଧାରେ ଅଟକି ନ ଯାଇ ଲକ୍ଷ୍ୟ ପ୍ରାପ୍ତି ପାଇଁ ଲାଗି ପଡ଼ନ୍ତୁ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri