ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ ହୋଇଛନ୍ତି। ୨୧୮ ଭୋଟରୁ ସେ ୧୪୯ ଭୋଟ ପାଇ ତାଙ୍କ ନିକଟତମ ପ୍ରାର୍ଥୀ ମନୋରଞ୍ଜନ ରାଉତରାୟଙ୍କୁ ୫୬ ଭୋଟରେ ହରାଇଛନ୍ତି।

ସେହିପରି ଟି.ପି.ସାଇରାଜୂ ୧୧ ଭୋଟ ପାଇଥିବା ବେଳେ ୨ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅଶ୍ୱିନୀ ପଟ୍ଟନାୟକ କହିଛନ୍ତି। ପୂର୍ବରୁ ଅପ୍ରତିଦ୍ବନ୍ଦି ଭାବେ ଓକିଲ ସଂଘର ଉପସଭାପତି କୃଷ୍ଣ ସିଂ, ସମ୍ପାଦକ ଭାବେ ସୁନୀଲ କୁମାର ଜେନା, କୋଷଧକ୍ଷ କାମାକ୍ଷୀ କୁମାର ମାଝୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘର କାର୍ଯ୍ୟକାରୀ ସଦସ୍ୟ ଭାବେ ଲିଙ୍ଗରାଜ ବେହେରା, ନଳିନୀ କାନ୍ତ ସେନାପତି ଓ ସଞ୍ଜୀବ କୁମାର ଜେନା ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଅଧିକାରୀ ପଟ୍ଟନାୟକ କହିଛନ୍ତି।

ସେହିପରି ସେମିଳିଗୁଡା ଜେଏମ୍‌ଏଫସି କୋର୍ଟ ପରିସରରେ ସେମିଳିଗୁଡା ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି। ରାଜେଶ କୁମାର ବେହେରା ନିର୍ବାଚନ ପରିଚାଳନା କରିଥିଲେ। ସେମିଳିଗୁଡା ଓକିଲ ସଂଘର ମୋଟ ୪୨ ସଦସ୍ୟଙ୍କ ମଧ୍ୟରୁ ୩୫ ସଦସ୍ୟ ମତଦାନ କରିଥିବା ନିର୍ବାଚନ ଅଧିକାରୀ ବେହେରା ସୂଚନା ଦେଇଛନ୍ତି।

ସଂଘର ସଭାପତି ପଦ ପାଇଁ ବସନ୍ତ କୁମାର ନନ୍ଦ, କୃତ୍ତିବାସ ରାଉତ ଓ ସନ୍ତୋଷ କୁମାର ଦାସ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଦିଲୀପ କୁମାର ମିଶ୍ର ଓ ସୌଭାଗିନୀ ପରିଜା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। କୃତ୍ତିବାସ ୧୭ ଭୋଟରେ ସଭାପତି ଭାବେ ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି। ଦିଲୀପ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।
ସଂଘ ପକ୍ଷରୁ କେବଳ ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା।

କୋରାପୁଟ କୋଟପାଡ଼ ପ୍ରଥମ ଶ୍ରେଣୀ କୋର୍ଟ କାର୍ଯ୍ୟାଳୟରେ ଓକିଲ ସଂଘ ନିର୍ବାଚନ ପ୍ରଥମଥର ଭୋଟ ମାଧ୍ୟମରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସମସ୍ତ ଆଇନଜୀବୀଙ୍କ ସହମତିରେ ସଦସ୍ୟମାନେ ନିର୍ବାଚିତ ହେଉଥିବା ବେଳେ ଚଳିତଥର ଆଶାୟୀ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ପଙ୍କଜ ପାତ୍ର ଓ ଅଜିତ ପଟ୍ଟନାୟକଙ୍କୁ ହରାଇ ଆଇନଜୀବୀ ମଣି ପ୍ରସାଦ ପଟ୍ଟନାୟକ ସଭାପତି, ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କୁ ବାଦ୍‌ ଦେଇ ମୁକ୍ତେଶ୍ୱର ନାୟକ ସମ୍ପାଦକ, ଉପସଭାପତି ପାଇଁ ସୁଧୀର ମହାନ୍ତି ଓ ଏସ୍‌. ଚନ୍ଦ୍ର ରାଓ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ସୁଧୀର ବିଜୟୀ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri