Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଜନିତ ବୈଷୟିକ ସୁଖ, ସମୃଦ୍ଧିରୁ ଖୁସିରହିବେ। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।
ବୃଷ
ବୃଷ
ପାରିବାରିକ କ୍ଷେତ୍ରର ଅସ୍ଥିରତା କର୍ମକ୍ଷେତ୍ର ଉପରେ କୁପ୍ରଭାବ ପକାଇ ପାରିବ ନାହିଁ। ଯାହା କଥା ଚିନ୍ତା କରୁଛନ୍ତି ସେହି ଲୋକଟି ଆଜି ହଠାତ୍‌ ଆପଣଙ୍କ ନିକଟକୁ ଆସିଯିବ। କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବାଲ୍ୟବନ୍ଧୁ ସାହାଯ୍ୟ କରିବେ। ମୃଗଶିରା ନକ୍ଷତ୍ର ଈର୍ଷାପରାୟଣ ବ୍ୟକ୍ତିମାନେ ଦେଖେଇ ଶିଖେଇ ବହୁତ କଥା କହିପାରନ୍ତି।
ମିଥୁନ
ମିଥୁନ
ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପାରୁ ସମ୍ଭାବ୍ୟ ଅସ୍ବାଭାବିକ ପରିସ୍ଥିତିକୁ ସଜାଡି ନେବାରେ ସମର୍ଥ ହେବେ। ଆରଦର୍‌ରା ନକ୍ଷତ୍ର ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ଖୋଜି ନ ପାଇବାରୁ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ତ ସମସ୍ୟା ମୁକାବିଲା କରି ସଫଳତା ହାସଲ କରି ପାରିବେ। ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପତିଆରା ବୃଦ୍ଧି ହେତୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିପାରନ୍ତି। ବିଭିନ୍ନ ପ୍ରତିବନ୍ଧକଜନିତ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଗୃହ ସଜ୍ଜାରେ ମନୋନିବେଶ କରିବେ। ପୁନର୍ବସୁ ନକ୍ଷତ୍ର ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ପ୍ରତ୍ୟେକ କାମକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବାକୁ ପ୍ରଯନତ୍ କରି ସଫଳ ହେବେ। ଗୋପନୀୟ କାର୍ଯ୍ୟକଳାପ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିପାରେ। କାହାକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମଘା ନକ୍ଷତ୍ର ଯାତ୍ରା ସମୟରେ ଅସାବଧାନତା ବଶତଃ ଦ୍ରବ୍ୟନଷ୍ଟ ଘଟିପାରେ।
କନ୍ୟା
କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଠିକ୍‌ ରହିବ। ଚିତ୍ରା ନକ୍ଷତ୍ର ସାହାଯ୍ୟ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ କ୍ଷେତ୍ରରେ ଅନୁକୂଳ ପରିବେଶ ଅଭାବରୁ ଚିନ୍ତାପ୍ରକଟ କରିପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଉତ୍ସବ ଅନୁଷ୍ଠାନରେ ଯୋଗଦେଲେ ସମ୍ମାନିତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଟେନ୍ସନ୍‌ ଲାଗିରହିବାରୁ ଛୋଟ ଛୋଟ କଥାରେ ବିରକ୍ତ ହେବେ। ସ୍ବାତୀ ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ମାନସିକ ଚାପ ବୃଦ୍ଧିଜନିତ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ବନ୍ଧୁଙ୍କ ବ୍ୟବହାର ମନକୁ ନ ପାଇବାରୁ ଅଶାନ୍ତ ମନ ନେଇ ଚଳିବାକୁ ହେବ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ।
ବିଛା
ବିଛା
 ପ୍ରତ୍ୟେକ କାମରେ ସମସ୍ୟା ବୃଦ୍ଧି ପାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ନିଜର ଅସଫଳତାର କାରଣ ଖୋଜିବାକୁ ଯାଇ ଭାବପ୍ରବଣତାରେ ନିଜକୁ ହଜାଇ ଦେବେ। ସବୁ ଆଡକୁ ନଜର ନ ଦେଇ କାମକଲେ ଅସୁବିଧାରେ ପଡିବେ। ଅନୁରାଧା ନକ୍ଷତ୍ର ପାରିବାରିକ ଜୀବନରେ ଉଚିତ ବୁଝାମଣା ଯୋଗୁ ଖୁସି ଅନୁଭବ କରିପାରନ୍ତି।
ଧନୁ
ଧନୁ
ପୂର୍ବଷାଢ଼ା ନକ୍ଷତ୍ରର ପଡ଼ୋଶୀଙ୍କ ସହ ମିତ୍ରତା ବୃଦ୍ଧି ପାଇବା କାରଣରୁ ମନ ଖୁସି ରହିବ। କାର୍ଯ୍ୟ ସାଧନ ପରିପ୍ରେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଅନ୍ୟମନସ୍କତା କାରଣରୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି। ପାରିବାରିକ ଅସ୍ଥିରତା ବନ୍ଧୁମାନଙ୍କ ସାହାଯ୍ୟରୁ ଦୂରୀଭୂତ ହୋଇଯିବ।
ମକର
ମକର
ପାରିବାରିକ ଦୃଷ୍ଟିକୋଣରୁ ଖୁସିରେ ରହିଲେ ମଧ୍ୟ ମାନସିକ ସି୍ଥରତା ରହି ନ ପାରେ। ଶ୍ରବଣା ନକ୍ଷତ୍ର ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ ଅଶୁଭ ଖବର ପାଇ ବିଚଳିତ ହେବେ। ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଗବେଷଣା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେଇ ଖୁସି ମନାଇବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟାବସ୍ଥା ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। କାର୍ଯ୍ୟରେ ଅସଫଳତା କାରଣରୁ ଗୃହ, ଭୂମି, ଗାଡ଼ି ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ଧନିଷ୍ଠା ନକ୍ଷତ୍ର ସକାଶେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିପାରେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ନିଜର ମତ ପରିବର୍ତ୍ତନ କରିବା କଥା ଚିନ୍ତା କରିପାରନ୍ତି।
ମୀନମୀନ

କର୍ମକ୍ଷେତ୍ରରେ କଠିନ ପରିଶ୍ରମଜନିତ ସାମୟିକ ଦୁର୍ବଳତା ଅନୁଭବ କରିବେ। ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳିବ। ରେବତୀ ନକ୍ଷତ୍ରର ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ସାୟାହ୍ନେ ଟେନସନ୍‌ ବଢିଯିବ। ସାମାଜିକ ସ୍ତରରେ ନିଜେ ଜଳି ଅନ୍ୟମାନଙ୍କ ହିତ ସାଧନ ଚିନ୍ତା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri