ଲୋକଙ୍କ ଅଭିଯୋଗ ଶୁଣ, ଜଳଛତ୍ର ଖୋଲ, କାର୍ଯ୍ୟରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ: ଆକ୍ସନରେ ଉପଜିଲାପାଳ

ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଆଗାମୀ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଉମାଶଙ୍କର ବେହେରା ବୈଠକରେ ଅଧକ୍ଷତା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଉପଖଣ୍ଡ ସ୍ତରରେ ଯେଉଁ ଜନବସତିରେ ପିଇବା ପାଣିରେ ଅଭାବ ପରିଲଖିତ ହେଉଛି ସେଠି ଯଥାଶୀଘ୍ର ପିଇବା ପାଣି ଯୋଗାଇବା ବ୍ୟବସ୍ଥା ହେଉ। ହ୍ୟାଣ୍ଡ ଟ୍ୟୁବଲ ଆବଶ୍ୟକତା ଅନୁସାରେ ଖୋଳାଯାଉ। ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଉ। ଯେଉଁଠି ପାଣି ସୁବିଧା ନାହିଁ ସେଠୀ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ଉପଜିଲାପାଳ ବେହେରା ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପଖଣ୍ଡ ସ୍ତରରେ ଥିବା ସମସ୍ତ ହ୍ୟାଣ୍ଡ ଟ୍ୟୁବଲ ଗୁଡ଼ିକୁ ଯାଞ୍ଚ କରାଯାଉ। ଯେଉଁଠି ମରାମତି ଆବଶ୍ୟକ ତାହାକୁ ତୁରନ୍ତ କରାଯାଉ। ଭୂତଳ ଜଳସ୍ତର ହ୍ରାସ ଯୋଗୁ କୂଅଗୁଡ଼ିକରେ ପାଣି କମିଯାଇଛି। ତେଣୁ ଯେଉଁଠି ବ୍ଲିଚିଂ ପାଉଡର ଆବଶ୍ୟକ ସେଠି ପାଉଡର ପକାଯାଉ। ପାଣି ସମସ୍ୟା ନେଇ ଜନସାଧାରଣ ଯେଉଁ ଅଭିଯୋଗ ଆଣୁଛନ୍ତି ତାହାର ତୁରନ୍ତ ସମାଧାନ କରାଯାଉ । ଯଦି କୌଣସି କର୍ମଚାରୀ ଜନସାଧାରଣଙ୍କୁ ସେବା ଯୋଗାଇବାରେ ଅବହେଳା କରନ୍ତି ତେବେ ସଂମ୍ପୃକ୍ତ କର୍ମଚାରୀଙ୍କ
ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ବେହେରା ପରୋକ୍ଷରେ ତାହା କହିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ପାନୀୟଜଳ ଯୋଗାଣ ବିଭାଗର ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ ସମେତ ଭଞ୍ଜନଗର, ଆସିକା, ପୋଲସରା, ହିଞ୍ଜିଳିକାଟୁର ସହାୟକ ନିର୍ବାହୀ ଯନ୍ତ୍ରୀ, ଭଞ୍ଜନଗର ଓ ଆସିକା ଜନସ୍ବାସ୍ଥ୍ୟ ବିଭାଗ ସହାୟକ ନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ । ଅନ୍ୟପଟେ ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଆଜି କାର୍ଯ୍ୟାଳୟ ସମ୍ମୁଖରେ ଜଳ ଛତ୍ର ଖୋଲାଯାଇଛି। ଉପଖଣ୍ଡରେ ପ୍ରାୟ ଜଳ ଛତ୍ର ଖୋଲି ନଥିବା ବେଳେ ଦକ୍ଷୀଣ ଘୁମୁସର ବନଖଣ୍ଡ ଏହି କ୍ଷେତ୍ରରେ ବହୁତ ଆଗୁଆ। ବିଭାଗର ଏହିଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri