Posted inଖେଳ

IND vs NZ Final: ଚାମ୍ପିଅନ୍ସ ଟ୍ରଫିରେ ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ବିରାଟ କୋହଲି: କରିପାରନ୍ତି ଏହି ବଡ଼ ରେକର୍ଡ

ଦୁବାଇ,୮।୩: ବିରାଟ କୋହଲିଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ଅଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଶେଷ ମ୍ୟାଚ୍‌ରେ କୋହଲି କ୍ରିସ ଗେଲଙ୍କ ଗୋଟିଏ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ରବିର ଦୁବାଇରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ।

ଚାମ୍ପିଅନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ସର୍ବାଧିକ ରନ ସ୍କୋର କରିବାରେ କ୍ରିସ ଗେଲ ଶୀର୍ଷରେ ଅଛନ୍ତି। ଗେଲ ୧୭ଟି ମ୍ୟାଚ ଖେଳି ୭୯୧ ରନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୩ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏବେ କୋହଲି ଏହି ରେକର୍ଡ ଭାଙ୍ଗି ପାରିବେ।

ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିବାରେ କୋହଲି ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କୋହଲି ୧୭ଟି ମ୍ୟାଚ ଖେଳି ୭୪୬ ରନ କରିଛନ୍ତି। ସେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଯଦି ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍‌ରେ ୪୫ ରୁ ଅଧିକ ରନ କରନ୍ତି, ତେବେ ସେ କ୍ରିସ ଗେଲଙ୍କୁ ପଛରେ ପକାଇଦେବେ।

୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିବାରେ ବିରାଟ କୋହଲି ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି। କୋହଲି ୪ଟି ମ୍ୟାଚ୍‌ରେ ୨୧୭ ରନ କରିଛନ୍ତି।

ଟିମ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ। ଭାରତ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

ବାଂଲାଦେଶକୁ ଅଡୁଆରେ ପକାଇଲା ICC, ବିସିବି ପାଖରେ ଏବେ କେବଳ ଗୋଟିଏ ରାସ୍ତା

ନୂଆଦିଲ୍ଲୀ,୧୯।୧: ବାଂଲାଦେଶ ଟି-୨୦ ବିଶ୍ୱକପ ବିବାଦରେ ସବୁ ଦିଗରୁ ଘେରି ରହିଥିବା ପରି ମନେ ହେଉଛି, ଯାହା ଫଳରେ ଆଇସିସିର ଦାବି ପାଳନ କରିବା ବ୍ୟତୀତ...

ଟି୨୦ ବିଶ୍ୱକପ୍‌ ବିବାଦ: ବାଂଲାଦେଶ ଆଗରେ ଏହି ସର୍ତ୍ତ ରଖିଲା ଆଇସିସି

ବେଙ୍ଗାଲୁରୁ,୧୯।୧- ଆସନ୍ତା ଫେବୃଆରୀରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ବାଂଲାଦେଶ ଦଳ ଅଂଶଗ୍ରହଣ କରିବ କି ନାହିଁ, ସେ ନେଇ ଲାଗି ରହିଥିବା ଅନିଶ୍ଚିତତା ଜାରି...

ରିଙ୍କୁ ସିଂହଙ୍କ ବିରୋଧରେ FIR ଦାବି: ଦେବଦେବୀଙ୍କ ଅପମାନ ଅଭିଯୋଗରେ ଉତ୍ତେଜନା

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଅଡୁଆରେ ପଡ଼ିଛନ୍ତି। ସନାତନ ଧର୍ମ ଏବଂ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri