Posted inଜାତୀୟ

Ranya Rao: ସୁନା ସ୍ମଗ୍‌ଲିଂ: କନ୍ନଡ଼ ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ(କର୍ନାଟକ),୬।୩: ଦୁବାଇରୁ ସୁନା ସ୍ମଗ୍‌ଲିଂ କରି ଆଣୁଥିବାବେଳେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଗତ ସୋମବାର ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ହାତରେ ଧରାପଡ଼ି ଗିରଫ ହୋଇଛନ୍ତି କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ(୩୨)। ବେଙ୍ଗାଲୁରୁସ୍ଥିତ ରାନ୍ୟାଙ୍କ ଘରେ ବୁଧବାର ଚଢ଼ାଉ ସମୟରେ ଡିଆର୍‌ଆଇ ବ୍ୟାପକ ସୁନା ଏବଂ ଟଙ୍କା ଜବତ କରିଛି, ଯାହାର ମୂଲ୍ୟ ଅନେକ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଅଭିନେତ୍ରୀ ରାନ୍ୟାଙ୍କ ସାବତ ବାପା ରାମଚନ୍ଦ୍ର ରାଓ ଜଣେ ବରିଷ୍ଠ ପୋଲିସ ଅଧିକାରୀ। ସେ କର୍ନାଟକ ପୋଲିସ ହାଉସିଂ କର୍ପୋରେଶନର ଡିଜିପି ଭାବେ କାର୍ଯ୍ୟରତ। ରାମଚନ୍ଦ୍ରଙ୍କ ପରିଚୟରେ ରାନ୍ୟା ବହୁ ସମୟରେ ବିମାନବନ୍ଦରରୁ ବିନା ଚେକିଂରେ ବାହାରି ଆସିବାରେ ସମର୍ଥ ହୋଇଥାନ୍ତି ବୋଲି ଡିଆର୍‌ଆଇ ଜାଣିବାକୁ ପାଇଛି। ସୁନା ସ୍ମଗ୍‌ଲିଂ ର଼୍ୟାକେଟ୍‌ ସହ ରାନ୍ୟାଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ଡିଆର୍‌ଆଇ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଦୁବାଇରୁ ଏମିରେଟ୍ସ ବିମାନରେ ଅଭିନେତ୍ରୀ ରାନ୍ୟା ସୁନା ସ୍ମଗ୍‌ଲିଂ କରି ଆଣୁଥିବା ଡିଆର୍‌ଆଇ ଅଧିକାରୀ ଖବର ପାଇଥିଲେ। ତଦନୁଯାୟୀ ବେଙ୍ଗାଲୁରୁ ବିମାନ ବନ୍ଦରରେ ଡିଆର୍‌ଆଇର ୪ଜଣ ଅଧିକାରୀ ପହଞ୍ଚତ୍ ରାନ୍ୟାଙ୍କ ଆସିବାକୁ ଅପେକ୍ଷା କରିଥିଲେ। ରାନ୍ୟାଙ୍କ ବିମାନ ଆସି ପହଞ୍ଚତ୍ବାପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ତାଙ୍କଠାରୁ ୧୪.୮ କିଲୋ ସୁନା ଜବତ କରାଯାଇଥିଲା। ସେ ତାଙ୍କ ପୋଷାକ ଏବଂ ପ୍ୟାଣ୍ଟ ବେଲ୍‌ଟରେ ସୁନା ବିସ୍କୁଟଗୁଡ଼ିକୁ ଲୁଚାଇ ଆଣୁଥିଲେ। ତାଙ୍କୁ ଗିରଫ କରାଯିବା ପରେ ବେଙ୍ଗାଲୁରୁସ୍ଥିତ ଡିଆର୍‌ଆଇ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିନେତ୍ରୀ ରାନ୍ୟା ବାରମ୍ବାର ଦୁବାଇ ଗସ୍ତ କରୁଥିବାରୁ ତାଙ୍କ ଉପରେ ଡିଆର୍‌ଆଇର ସନ୍ଦେହ ବଢ଼ିଥିଲା। ଏପରି କି ଗତ ୧୫ ଦିନରେ ସେ ୪ଥର ଦୁବାଇ ଗସ୍ତ କରିଛନ୍ତି। ତାଙ୍କ ବାପା ବରିଷ୍ଠ ପୋଲିସ ଅଧିକାରୀ ହୋଇଥିବାରୁ ସେ ବିମାନରୁ ଓହ୍ଲାଇବା ପରେ ପୋଲିସ କର୍ମଚାରୀଙ୍କୁ ଡାକି ସେମାନଙ୍କ ମାଧ୍ୟମରେ ବିମାନବନ୍ଦରରୁ ବାହାରକୁ ସହଜରେ ଆସୁଥିବାରୁ କେହି କିଛି ଜାଣିପାରୁ ନ ଥିଲେ। ବୁଧବାର ସେ ଭଡ଼ାରେ ରହୁଥିବା ଲାଭେଲେ ରୋଡ୍‌ସ୍ଥିତ ଫ୍ଲାଟରେ ଚଢ଼ାଉ କରାଯାଇଥିଲା। ସେଠାରୁ ୨.୦୬କୋଟି ଟଙ୍କାର ସୁନା ଏବଂ ୨.୬୭କୋଟି ନଗଦ ଟଙ୍କା ଜବତ କରାଯାଇଛି। ସେ ଉକ୍ତ ଘରକୁ ମାସିକ ୪.୫ଲକ୍ଷ ଟଙ୍କାରେ ଭଡ଼ାରେ ରହୁଥିବା ଜଣାପଡ଼ିଛି।

ସୂଚନାଥାଉ କି, ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଡିଜିପି ରାମଚନ୍ଦ୍ର ରାନ୍ୟାଙ୍କ ମା’ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ରାନ୍ୟା ଗିରଫ ହେବାପରେ ତାଙ୍କଠାରୁ ରାମଚନ୍ଦ୍ର ନିଜକୁ ଦୂରେଇ ରଖିବାକୁ ଚାହିଁଛନ୍ତି। ପ୍ରାୟ ୪ମାସ ହେଲା ଝିଅର ବିବାହ ପରଠାରୁ ସେ ତାଙ୍କ ସହ ସମ୍ପର୍କରେ ନାହାନ୍ତି ବୋଲି ରାମଚନ୍ଦ୍ର କହିଛନ୍ତି। ପ୍ରକାଶ ଯେ, ଅଭିନେତ୍ରୀ ରାନ୍ୟା କନ୍ନଡ଼ ସୁପରଷ୍ଟାର ସୁଦୀପଙ୍କ ସହ ଫିଲ୍ମ ମାଣିକ୍ୟରେ କାର୍ଯ୍ୟ କରିଛନ୍ତି। ସେ ଏକାଧିକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri