ସୁଧୁରୁନି ଚାଇନା…ସୀମା ନିକଟରେ ଆରମ୍ଭ କଲା ସାମରିକ ଅଭ୍ୟାସ

ବେଜିଂ,୨୬।୨: ବେଜିଂ ଏବଂ ତାଇପେଇ ମଧ୍ୟରେ ପୂର୍ବରୁ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ପୁଣି ଥରେ ତାର ଦାଦାଗିରି ଦେଖାଇଛି। ଡ୍ରାଗନ ତାଇୱାନର ବହୁତ ନିକଟରେ କୌଣସି ସୂଚନା କିମ୍ବା ଚେତାବନୀ ବିନା ଲାଇଭ ଫାୟାର ସାମରିକ ତାଲିମ ଆରମ୍ଭ କରିଛି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବୁଧବାର ସକାଳ ୯ଟା ପୂର୍ବରୁ ତାଇୱାନ ଷ୍ଟ୍ରେଟ୍‌ରେ ୩୨ଟି ଚାଇନା ସାମରିକ ବିମାନର କାର୍ଯ୍ୟକଳାପ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ୨୨ଟି ବିମାନ ତାଇୱାନର ଉତ୍ତର ଏବଂ ଦକ୍ଷିଣ-ପଶ୍ଚିମ ଭାଗରେ ପାଟ୍ରୋଲିଂ କରୁଥିଲେ ଏବଂ ଚାଇନା ଯୁଦ୍ଧଜାହାଜ ସହିତ ମିଳିତ ଭାବରେ ‘ସଂଯୁକ୍ତ ଯୁଦ୍ଧ ପ୍ରସ୍ତୁତି ପାଟ୍ରୋଲିଂ’ କରୁଥିଲେ। ଚାଇନା ତାଇୱାନର କାଓସିଉଙ୍ଗ ଏବଂ ପିଙ୍ଗଟୁଙ୍ଗରୁ ପ୍ରାୟ ୪୦ ନଟିକାଲ ମାଇଲ ଦୂରରେ ଏହି ଅଭ୍ୟାସ ଆରମ୍ଭ କରିଥିଲା, ଯାହା ପାଇଁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା।

ତାଇୱାନ ସରକାର ଏହାକୁ ଅନ୍ତର୍ଜାତୀୟ ନିୟମର ସିଧାସଳଖ ଉଲ୍ଲଂଘନ ବୋଲି କହି ଏହାର କଡ଼ା ପ୍ରତିବାଦ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚାଇନାର ଏହି ଆକ୍ରମଣାତ୍ମକ କାର୍ଯ୍ୟ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିଛି। ଚାଇନା ରେଡିଓ ପ୍ରସାରଣ ମାଧ୍ୟମରେ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗରେ ନିଜର ଯୁଦ୍ଧାଭ୍ୟାସ ଘୋଷଣା କରିଥିଲା, ଯାହା ବିମାନ ଏବଂ ସମୁଦ୍ର ପରିବହନ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ।

ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ତାଇୱାନର ତଟରକ୍ଷୀ ବାହିନୀ ୮ ଜଣ ଚାଇନା ନାଗରିକଙ୍କୁ ନେଇ ଯାଉଥିବା ଏକ ଟୋଗୋ ପତାକା ଜାହାଜକୁ ଅଟକାଇଥିଲେ। ତାଇୱାନ ଅଭିଯୋଗ କରିଛି ଯେ ଜାହାଜଟି ଜାଣିଶୁଣି ସମୁଦ୍ର ତଳ ଟେଲିକମ କେବୁଲକୁ କ୍ଷତି ପହଞ୍ଚାଇଥିଲା। ଏହା ପରେ ଚାଇନା ରାଜନୈତିକ ଉଦ୍ଦେଶ୍ୟ ପାଇଁ ତାଇୱାନ ଘଟଣାକୁ ଅତିରଞ୍ଜିତ କରି ପ୍ରକାଶ କରୁଥିବା ଅଭିଯୋଗ କରିଥିଲା।

ପୂର୍ବରୁ ଚାଇନା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସମୁଦ୍ର ଅଞ୍ଚଳରେ ଲାଇଭ ଫାୟାର ଡ୍ରିଲ ମଧ୍ୟ କରିଥିଲା, ଯେଉଁଥିପାଇଁ ଡଜନ ଡଜନ୍‌ ବିମାନ ପ୍ରଭାବିତ ହୋଇଥିଲା। ଯଦିଓ ଅଷ୍ଟ୍ରେଲୀୟ ଅଧିକାରୀମାନେ ଏହାକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ବିବେଚନା କରି ନ ଥିଲେ। ହେଲେ ସେମାନେ କହିଥିଲେ ଯେ ଚାଇନା ସେମାନଙ୍କୁ ଏପରି ଅଭ୍ୟାସ ବିଷୟରେ ପୂର୍ବରୁ ଜଣାଇବା ଉଚିତ ଥିଲା। ଚାଇନା ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା ପୂର୍ବରୁ ସୁରକ୍ଷା ନୋଟିସ ଜାରି କରିସାରିଥିଲାଏବଂ ଅଷ୍ଟ୍ରେଲିଆ ଅନାବଶ୍ୟକ ଭାବରେ ଏହି ପ୍ରସଙ୍ଗକୁ ଉଡ଼ାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri