ଆଜି ଜାଗର: ଝଲସୁଛି ଶୈବପୀଠ

କଟକ,୨୬।୨(ଶିଳ୍ପା ପ୍ରିୟଦର୍ଶିନୀ): ବୁଧବାର ଜାଗର ଯାତ୍ରା ବା ମହାଶିବରାତ୍ରୀ। ଏଥିପାଇଁ କଟକ ଜିଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରଙ୍ଗିନ୍‌ ଆଲୋକମାଳାରେ କଟକର ଗଡ଼ଗଡ଼େଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠ ଝଲସିଉଠୁଛି। କେତେକ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି।
କଟକ ଗଡ଼ଗଡ଼େଶ୍ୱର ମନ୍ଦିରରେ ମଙ୍ଗଳବାର ରାତି ୩ଟା ୪୦ ମିନିଟ୍‌ରୁ ଦ୍ୱାର ଫିଟାଯାଇ ଠାକୁରଙ୍କ ନୀତିକାନ୍ତି ହୋଇଛି। ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରଛନ୍ତି। ପାଞ୍ଚପ୍ରହର ରୁଦ୍ରାଭିଷେକ ଓ ସନ୍ଧ୍ୟାରେ ମହାଆଳତୀ କରାଯିବ। ସେହିପରି ହରିହର ଭେଟ ସହ ଅନ୍ୟାନ୍ୟ ନୀତି କରାଯାଇ ରାତି ୧୨ଟାରୁ ସାଢେ ୧୨ଟା ମଧ୍ୟରେ ମହାଦୀପ ଉଠିବ। ଏହି ଅବସରରେ ଗଡ଼ଗଡ଼େଶ୍ୱର ମହାଦେବ ହେରିଡ଼େଟାରୀ ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ମନ୍ଦିରର ପୂଜକ ବିଶ୍ୱରଞ୍ଜନ ପଣ୍ଡା କହିଛନ୍ତି।
କଟକ ବିଡ଼ାନାସୀ ଚହଟାଘାଟ ନିକଟରେ ଥିବା ଚହଟେଶ୍ୱର ମନ୍ଦିରରେ ମଙ୍ଗଳବାର ରାତି ୪ଟାରୁ ପହଡ଼ ଖୋଲିଯାଇ ନୀତିକାନ୍ତି ଶେଷ ହୋିଥିଲା। ମଧ୍ୟାହ୍ନରେ ଠାକୁରଙ୍କୁ ଭୋଗ ଲାଗି କରାଯାଇ ପହଡ଼ ପଡ଼ିଥିଲା। ସନ୍ଧ୍ୟାରେ ଚାରି ପ୍ରହର ପୂଜା ସହ ଅନ୍ୟାନ୍ୟ ନୀତି କରାଯାଇ ହରିହର ଭେଟ କରାଯିବ। ରାତି ୨ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।
କଟକ ବକ୍ସିବଜାରସ୍ଥିତ ଅମରେଶ୍ୱର ମନ୍ଦିରରେ ଜାଗରରେ ଶିବଲିଙ୍ଗରେ ୧କିଗ୍ରା ୬ଶହ ଗ୍ରାମ୍‌ର ଚାନ୍ଦିର ମୁକୁଟ ଶୋଭା ପାଇଥାଏ। ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ପରେ ଭକ୍ତମାନେ ଦର୍ଶନ କରିଥିଲେ। ରାତିରେ ଅନ୍ୟାନ୍ୟ ନୀତି ସହ ବଡ଼ସିଂହାର ବେଶ ଓ ହରିହର ଭେଟ ନୀତି ସମ୍ପନ୍ନ ହେବ। ଭୋର ୫ଟାରେ ମନ୍ଦିର ଉପରକୁ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।
କଟକ ଯୋବ୍ରା ପାରେଶ୍ୱର ସାହିରେ ଥିବା ପାରେଶ୍ୱର ମନ୍ଦିରରେ ଜାଗର ପାଇଁ ଠାକୁରଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା। ଏଠାରେ ଠାକୁରଙ୍କ ହରିହର ଭେଟ ମୁଖ୍ୟ ଆକର୍ଷଣ ପାଲଯିଥାଏ। ଏଥିରେ ବହୁ ସାଧୁସନ୍ଥ ଯୋଗଦେଇଥାନ୍ତି। ରାତି ସାଢେ ୨ଟାରୁ ୩ଟା ମଧ୍ୟରେ ଏଠାରେ ମହାଦୀପ ଉଠିବ ବୋଲି ଜଣାପଡିଛି।
ମହାଶିବରାତ୍ରି ପାଇଁ କଟକ ସାଆନ୍ତସାହିସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଭଜନ ସମାରୋହ ଅନୁଷ୍ଠିତ ହେବ। ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ପରେ ରାତି ୩ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ରାତି ୧୨ଟାରେ ଚାନ୍ଦିନୀଚୌକସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ଓ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିରରେ ମହାଦୀପ ଉଠିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri