ଜାମିନ୍‌ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ

ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର ମାସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୃତକଙ୍କ ୩ ସାଙ୍ଗ ଗିରଫ ହୋଇ ଜେଲ୍‌ରେ ଥିଲେ। ଏହି ମାମଲା ବିଚାରାଧୀନ ଥିବାବେଳେ ୨ ଦିନ ତଳେ ସେମାନେ ଜାମିନ୍‌ରେ ମୁକୁଳି ରାଉରକେଲା ଫେରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ମୃତ ଶମ୍ଭୁଙ୍କ ପିତା, ମାତା ଓ ଭଉଣୀ ପ୍ରତିଶୋଧ ପରାୟଣ ହୋଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ରାତିରେ ସେମାନେ ଉକ୍ତ ଯୁବକଙ୍କୁ ମାରଣାସ୍ତ୍ର ସହ ପଥରରେ ଆକ୍ରମଣ କରିଥିବା ବେଳେ ବଞ୍ଚାଇବାକୁ ଆସିଥିବା ତାଙ୍କ ମା’ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଯୁବକଙ୍କ ପିତା ରାମବଲ୍ଲଭ ପ୍ରସାଦ ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ୩ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ ଘଡେଇ(୫୮), ଲକ୍ଷ୍ମୀଲତା ଘଡେଇ ଓ ମନୋରମା ଘଡେଇ। ସେମାନଙ୍କଠାରୁ ଧାରୁଆ ରଡ୍‌ ଓ ପଥର ଜବତ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୧୩/୨୫) ରୁଜୁ କରିଛି। ସେହିପରି ଆକ୍ରମଣର ଶିକାର ହୋଇଥିବା ଯୁବକ ଓ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ୨୦୨୩ରେ ପ୍ଲାଣ୍ଟସାଇଟ୍‌ ଥାନାରେ ଶମ୍ଭୁଙ୍କ ନିଖୋଜ ନେଇ ଏକ ମାମଲା (ନଂ.୬୧/୨୩) ରୁଜୁ ହୋଇଥିଲା। ୩ ଦିନ ପରେ ଶମ୍ଭୁଙ୍କ ମୃତଦେହ କୋରାପୁଟ ଜିଲା ପଟାଙ୍ଗୀରୁ ଉଦ୍ଧାର କରାଯାଇଥିଲା। ତେବେ ସେଠାକାର ପୋଲିସ ଏକ ମାମଲା (ନଂ.୧୩୬/୨୩) ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଟିମ୍ବରକଲୋନୀର ରାଜଦୀପକ ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଥିଲା। ସେବେଠାରୁ ଅଭିଯୁକ୍ତମାନେ ଜେଲ୍‌ରେ ଥିଲେ। ୨ଦିନ ତଳେ ରାଜଦୀପକ ଜାମିନ୍‌ରେ ଆସିଥିଲେ। ଏକମାତ୍ର ପୁଅର ହତ୍ୟା ଅଭିଯୁକ୍ତଙ୍କୁ ଦେଖିବା ପରେ ପ୍ରତିଶୋଧପରାୟଣ ହୋଇ ମୃତ ଶମ୍ଭୁଙ୍କ ପରିବାର ଲୋକେ ରାଜଦୀପକଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ପଥରରେ ଛେଚି ମାରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା।

ଏଥିରେ ରାଜ୍‌ଙ୍କ ମା’ ରେଣୁ ଦେବୀ ମଧ୍ୟ ଆହତ ହୋଇଥିଲେ। ଉଲ୍ଲେଖନୀୟ, ଗୌତମ ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ। ସେ ପତ୍ନୀ ଲକ୍ଷ୍ମୀଲତା, ପୁଅ ଶମ୍ଭୁ ଏବଂ ଝିଅ ମନୋରମାଙ୍କୁ ନେଇ ଟିମ୍ବରକଲୋନିରେ ରହୁଥିଲେ। ଜନ୍ମ ଦିନ ପାଳନ ପାଇଁ ଶମ୍ଭୁଙ୍କୁ ଟିମ୍ବରକଲୋନିର ୩ ଜଣ ଯୁବକ କୋରାପୁଟ ବୁଲାଇ ନେବା ପରେ ସେଠାରେ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri