ଜନସେବାରୁ ରାଜନୈତିକ ସଫଳତା ମିଳିଛି: ସୁଦର୍ଶନ

ସମ୍ବଲପୁର ଜିଲା ରେଙ୍ଗାଲି ବିଧାନସଭା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ସୁଦର୍ଶନ ହରିପାଲ ବିଧାୟକ ହୋଇଛନ୍ତି। ବିଜେଡି ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ୧ ହଜାର ୬୩୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ତାଙ୍କୁ ୭୩ ହଜାର ୪୨୦ ଖଣ୍ଡ ଭୋଟ ମିଳିଥିବା ବେଳେ ନାଉରୀଙ୍କ ସପକ୍ଷରେ ୭୧ ହଜାର ୭୮୮ ଖଣ୍ଡ ଭୋଟ ପଡ଼ିଥିଲା।
ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକ କଲାମାଟି ପଞ୍ଚାୟତ ବାବୁବନ୍ଧ ଗାଁରେ ୧୯୮୧ରେ ତାଙ୍କ ଜନ୍ମ। ସୁଦର୍ଶନଙ୍କ ପିତା ତେଜରାଜ ହରିପାଲ ଏବଂ ମାତା ପାତ ହରିପାଲ ମୂଲମଜୁରି କରି ପରିବାର ପୋଷଣ କରୁଥିଲେ। ବାବୁବନ୍ଧରେ ରାଜପଥ କଡ଼ରେ ଥିବା ତାଙ୍କ ଘର ରାଜପଥ ସମ୍ପ୍ରସାରଣରେ ଭାଙ୍ଗି ଦିଆଗଲା। ତା’ପରେ ବଡ଼ କଷ୍ଟରେ ଜିଲାର ଗୋଶାଳାରେ ଆସି ରହିଥିଲେ। ବାବୁବନ୍ଧରେ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ସୁଦର୍ଶନ ବୈଜାମଣ୍ଡା ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଏହାପରେ ଗୋଶାଳା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ପରେ ସେ ଜ୍ୟୋତି ବିହାର ଜୁନିୟର କଲେଜରୁ ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ବୁର୍ଲା ଏନ୍‌ଏସି ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ। ହେଲେ ପରିବାରିକ ସମସ୍ୟା ଯୋଗୁ ସେ ପାଠ ଛାଡ଼ି କଲାମାଟି ପଞ୍ଚାୟତରେ କମ୍ୟୁନିଟି ମୋବିଲାଇଜର ଭାବେ ଯୋଗଦେଇଥିଲେ। ତା’ ସହ ଛାତ୍ରୀଛାତ୍ରଙ୍କୁ ଟିଉସନ କରିବା ଆରମ୍ଭ କରିଥିଲେ। ୨୦୦୭ରେ ହିଣ୍ଡାଲକୋରେ ଏକ ଠିକା ସଂସ୍ଥା ଅଧୀନରେ ସୁପରଭାଇଜର ଭାବେ ଯୋଗଦେଇଥିଲେ। ବିଜେଡି ପ୍ରତି ତାଙ୍କର ଆକର୍ଷଣ ଯୋଗୁ ସେ ଦଳରେ ଯୋଗଦେଇଥିଲେ। ବିଜେଡିର ପୋଷ୍ଟର ଲଗାଇବା କାମରୁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ ଯାତ୍ରା। ୨୦୧୨ରେ ସେ ଧନକଉଡ଼ା ବ୍ଲକ୍‌ ପାଇଁ ବିଜେଡିର ଡିଜିଟାଲ ମିଡିଆ ସଂଯୋଜକ ହୋଇଥିେଲେ। ୨୦୨୨ରେ ଜିଲା ପରିଷଦ ନିର୍ବାଚନରେ ଭାଜପାର ଗଡ଼ କୁହାଯାଉଥିବା ଗୋଶାଳା ଅଞ୍ଚଳ ପାଇଁ ବିଜେଡି ଏକ ସ୍ବଚ୍ଛ ଚେହେରା ଖୋଜୁଥିଲା। ସାମାଜିକ କାର୍ଯ୍ୟ କରୁଥିବା ସୁଦର୍ଶନଙ୍କୁ ଜିଲା ପରିଷଦ ଟିକେଟ ମିଳିଥିଲା। ସେ ଜିଲାପରିଷଦ ସଦସ୍ୟ ଭାବେ ବିଜୟୀ ହେବାପରେ ଜନସମ୍ପର୍କକୁ ଆହୁରି ସୁଦୃଢ଼ କରିଥିଲେ। ୨୦୨୪ ନିର୍ବାଚନରେ ତତ୍କାଳୀନ ଭାଜପା ବିଧାୟକ ନାଉରୀ ନାୟକଙ୍କ ସମ୍ମୁଖରେ ଅନେକେ ପୁରୁଣା ନେତାଙ୍କୁ ତଉଲିବା ପରେ ସୁଦର୍ଶନଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରିଥିଲା।
ବିଧାୟକ କହନ୍ତି
ବିଜେଡିରୁ ଟିକେଟ ପାଇବା ନେଇ ପୂର୍ବରୁ ଚିନ୍ତା କରି ନ ଥିଲି ବୋଲି ସୁଦର୍ଶନ କହିଛନ୍ତିି। ବିଧାୟକ ହେବାପରେ ମୁଁ ସାପ୍ତାହିକ ରୁଟିନ୍‌ ତିଆରି କରି ପୂରା ନିର୍ବାଚନମଣ୍ଡଳୀ ବୁଲୁଛି। ଗୋଶାଳାରେ ଲୋକଙ୍କ ସୁବିଧା ପାଇଁ ମାଗଣାରେ ଅନଲାଇନ୍‌ ଆବେଦନ କରିବା ବ୍ୟବସ୍ଥା କରିଛି। ଆଗକୁ ବିଧାନସଭା କ୍ଷେତ୍ରର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବ। ଗାଁ ଗାଁରୁ ବୁର୍ଲା ଭିମ୍‌ସାର ମେଡିକାଲକୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେଣୁ ଭିମସାରରେ ଜଣେ ଯୁବକଙ୍କୁ ରୋଗୀମାନଙ୍କୁ ସହଯୋଗ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ପ୍ରତି ସପ୍ତାହରେ ବିଭିନ୍ନ ଗାଁକୁ ଯାଇ ଲୋକମାନଙ୍କ ଅସୁବିଧା ବୁଝୁଛି। ବିଭିନ୍ନ ବିଦ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟରେ ତଦାରଖ କରୁଛି। ଲୋକଙ୍କ ସହ ଜନସମ୍ପର୍କକୁ ସୁଦୃଢ଼ କରିପାରିଥିବାରୁ ଲୋକମାନେ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ମୋତେ ଅବଗତ କରୁଛନ୍ତି। ସେଥିପାଇଁ ‘ସମର୍ଥ’ ମାନସିକ ରୋଗୀ ନିର୍ଯାତନା ମାମଲା ପର୍ଦ୍ଦାଫାଶ କରିବା ସହ ସେମାନଙ୍କ ଉଦ୍ଧାର କରିବାରେ ସଫଳ ହୋଇପାରିଛି। ଯୁବକଙ୍କୁ ଶିଳ୍ପସଂସ୍ଥାରେ ନିଯୁକ୍ତି ପାଇଁ ଦୃଢ଼ ଦାବି କରୁଛି। ଲୋକଙ୍କ ସେବାରୁ ରାଜନୈତିକ ସଫଳତା ପାଇଥିବା ସେ କହିଛନ୍ତି।
ସ୍ତ୍ରୀ ନିଶା ହରିପାଲ ଜଣେ ଗୃହିଣୀ। ବଡ଼ ପୁଅ ସପ୍ତମ ଏବଂ ସାନପୁଅ ପ୍ରଥମ ଶ୍ରେଣୀରେ ପଢୁଛନ୍ତି।
– ରିପୋର୍ଟ: ଭବାନୀ ଶଙ୍କର ଭୋଇ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri