କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚ୍‌ଆର୍‌ସିରେ ମାମଲା

କଟକ,୨୨ା୨(କାର୍ତ୍ତିକ ସାହୁ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌)ରେ ବି.ଟେକ୍‌. ଛାତ୍ରୀ ମୃତ୍ୟୁକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ମାମଲା ରୁଜୁ ହୋଇଛି। ମାମଲାର ବିବରଣୀ ଅନୁସାରେ, ନେପାଳରୁ ଆସି କିଟ୍‌ରେ ବି.ଟେକ୍‌. ପଢୁଥିବା ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ ମୃତଦେହ ଗତ ରବିବାର ହଷ୍ଟେଲରୁ ମିଳିଥିଲା। କିଟ୍‌ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। ଏହି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଛାତ୍ରୀଛାତ୍ରମାନେ ଦାବି କରି ପ୍ରତିବାଦ ଜଣାଇଥିଲେ। ତେବେ ଏହି ଘଟଣାରେ ପ୍ରତିପକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। କିଟ୍‌ ପକ୍ଷରୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇ ନେପାଳର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷିତ ଭାବନା ସୃଷ୍ଟି ହେବାରୁ ସେମାନେ କ୍ୟାମ୍ପସ ଛାଡ଼ିଥିଲେ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ଭାରତ ଓ ନେପାଳ ମଧ୍ୟରେ ଘୃଣା, ଅସ୍ଥିରତା ଭାବ ସୃଷ୍ଟିକୁ ପ୍ରୋତ୍ସାହିତ କରିବ। କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଦିଆଯାଇଥିବା ଏତଲାର ସ୍ଥିତି ସଂକ୍ରାନ୍ତରେ ତଥ୍ୟ ଦେବା ନିମନ୍ତେ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ସେହିପରି କିଟ୍‌ର ଛାତ୍ରୀ ନିବାସର ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ ପ୍ରାର୍ଥନା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଭବିଷ୍ୟତରେ ନ ଘଟିବା ତଥା ନେପାଳ ବିଦ୍ୟାର୍ଥୀଙ୍କୁ କ୍ଷତିପୂରଣ ବାବଦରେ କିଟ୍‌ ପକ୍ଷରୁ ନିଶ୍ଚିତ କରିବାକୁ ମଧ୍ୟ ଆବେଦନରେ ଦର୍ଶାଯାଇଛି। ନେପାଳ ଛାତ୍ରୀଛାତ୍ରଙ୍କ ନିରାପତ୍ତା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ଏବଂ କ୍ୟାମ୍ପସ୍‌କୁ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଓ ପାଠପଢ଼ାକୁ ନେଇ କ’ଣ ପଦକ୍ଷେପ ରହିଛି ତାହା ଜଣାଇବାକୁ ଆବେଦନରେ ଆଇନଜୀବୀ ଶିବଶଙ୍କର ମହାନ୍ତି ଦର୍ଶାଇଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଓ କିଟ୍‌ ଶିକ୍ଷାନୁଷ୍ଠାନକୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri