ମଧ୍ୟାହ୍ନଭୋଜନରେ ପ୍ରତି ଅଣ୍ଡା ପିଛା ଦିଆଯାଉଛି ଏତିକି ଟଙ୍କା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ):ରାଜ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ସରକାରଙ୍କ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ (ମଧ୍ୟାହ୍ନ ଭୋଜନ) କାର୍ଯ୍ୟକ୍ରମରେ ଉପକୃତ ହେଉଛନ୍ତି। ଏହି କ୍ରମରେ ଛାତ୍ରୀଛାତ୍ର କିପରି ପୋଷଣଯୁକ୍ତ ଖାଦ୍ୟ ଖାଇବେ ସେ ନେଇ ସରକାର ପଦକ୍ଷେପ ନେଉଛନ୍ତି। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଦିଆଯାଉଥିବା ଅଣ୍ଡା ପ୍ରତି ଦର ୫ଟଙ୍କା ଦେବାପାଇଁ ସ୍ଥିର କରାଯାଇଛି ବୋଲି ଯେଉଁ ପ୍ରସଙ୍ଗ ଉଠିଛି ତାହା ଠିକ୍‌ ନୁହେଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ କହିଛନ୍ତି। ୨୦୨୪ ଡିସେମ୍ବର ୧ଠାରୁ ପ୍ରତି ଅଣ୍ଡା ପିଛା ୬ଟଙ୍କା ପ୍ରଦାନ କରାଯାଉଛି। ଏଥିସହ ବର୍ତ୍ତମାନ ବିଦ୍ୟାଳୟରେ ସପ୍ତାହକୁ ୨ଥର ବୁଧବାର ଓ ଶନିବାର ଦିନ ଛାତ୍ରୀଛାତ୍ରଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି। ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମୁଣ୍ଡପିଛା ପଡିର ମୂଲ୍ୟ କେନ୍ଦ୍ରସରକାର ନିର୍ଦ୍ଧାରଣ କରିବା ସହ ରାଜ୍ୟ ସରକାର ନିର୍ଦ୍ଧାରିତ ପଡିର ଅଂଶ ପ୍ରଦାନ କରିଥାନ୍ତି। ଏତଦ୍‌ବ୍ୟତୀତ ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଅତିରିକ୍ତ ପଡି ଖର୍ଚ୍ଚ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri