କିଏ କବାଟ ତ କିଏ ଲୁଟି ନେଉଛି ଇଟା…ୟୁନୁସ୍‌ଙ୍କ ଚେତାବନୀ ସତ୍ତ୍ୱେ ଶେଖ ମୁଜିବୁର ରେହମାନଙ୍କ ଘରୁ ଲୁଟ୍‌ପାଟ୍‌ ଜାରି

ଢାକା,୭।୨:ବାଂଲାଦେଶର ଧାନମଣ୍ଡିର ରୋଡ୍‌ ୩୨ରେ ଅବସ୍ଥିତ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ଘର ଏକ ଭୂତକୋଠିରେ ପରିଣତ ହୋଇଗଲାଣି। ପୋଡ଼ାଜଳା ଏବଂ ଲୁଟପାଟ ପରେ ଲୋକମାନେ ଏବେ ଧ୍ୱଂସପ୍ରାପ୍ତ ଐତିହାସିକ ଘରୁ ଲୁହା ରଡ୍‌ କାଟି ନେଉଛନ୍ତି। ସେମାନେ ସେହି ଭୁଶୁଡ଼ି ପଡ଼ିଥିବା ଘରର ଇଟା ମଧ୍ୟ ଛଡ଼ାଇ ନେଉଛନ୍ତି। ବୁଧବାର ରାତିରେ ଘରର ଏକ ଅଂଶ ଭାଙ୍ଗିଦେବା ପରେ ସ୍ଥାନୀୟ ଲୋକମାନେ ଘରର ଆସବାବପତ୍ର ଏବଂ ଦ୍ୱାର ମଧ୍ୟ ନେଇଯାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ରେହମାନଙ୍କ ଘର ଲୁଟ୍‌ ଘଟଣାକୁ କଡ଼ା ସମାଲୋଚନା କରିଥିଲେ। ଭାରତ ସରକାର ମଧ୍ୟ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହି ନିନ୍ଦା କରିଥିଲେ। ଏହାପରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶୁକ୍ରବାର ମଧ୍ୟ ସେଠାରେ ଲୁଟ୍‌ପାଟ୍‌ ଜାରି ରହିଛି।

ବାଂଲାଦେଶ ଗଣମାଧ୍ୟମ ‘ପ୍ରଥମ ଆଲୋ’ର ଏକ ରିପୋର୍ଟରେ କୁହାଯାଇଛି ଯେ ଶୁକ୍ରବାର ଅପରାହ୍ନ ସୁଦ୍ଧା ଜଣେ ବ୍ୟକ୍ତି ବଙ୍ଗବନ୍ଧ ମୁଜିବୁରଙ୍କ ଘରୁ ପ୍ରାୟ ଛଅ କିଲୋଗ୍ରାମ ଲୁହା ରଡ ନେଇଯାଇଛନ୍ତି। ସେ ତାଙ୍କ ସହିତ ଏକ କରତ ଆଣିଥିଲେ। ସେ ସକାଳଠାରୁ ସେହି କରତରେ ରଡ୍‌ଗୁଡ଼ିକୁ କାଟୁଥିବା ଦେଖାଯାଇଥିଲା।

ଗଣମାଧ୍ୟମ ପ୍ରଶ୍ନରେ ଉକ୍ତ ବ୍ୟକ୍ତି କହିଥିଲେ ଯେ ମୁଜିବୁରଙ୍କ ଘରୁ କଟା ହୋଇଥିବା ରଡ୍‌ଗୁଡ଼ିକୁ ବଜାରରେ ବିକ୍ରି କରିବେ। ଯେହେତୁ ସେ ଜଣେ ଦିନମଜୁରିଆ ଶ୍ରମିକ, ସେହି ଟଙ୍କାରେ ତାଙ୍କ ପୁରା ପରିବାରକୁ କିଛି ଭଲ ଖାଦ୍ୟ ଖୁଆଇପାରିବେ। ଆଉ ଜଣେ ମହିଳା ଭଙ୍ଗା ଲୁହା ଖଣ୍ଡରେ ଭର୍ତ୍ତି ଏକ ବ୍ୟାଗ୍‌ ଧରି ଆସିଥିଲେ। ସେ କହିଥିଲେ ଯେ ସେ ଲୁହା ଖଣ୍ଡଗୁଡ଼ିକୁ ଦୋକାନରେ ବିକ୍ରି କରିବେ। କିଛି ଲୋକ ଏବେ ବି ଭଗ୍ନାବଶେଷରୁ ଗୋଟା ଇଟା ଖୋଜୁଛନ୍ତି। ସେଗୁଡ଼ିକୁ ସଂଗ୍ରହ କରି ଘରକୁ ନେଇଯାଉଛନ୍ତି।

କହିରଖୁଛୁ, ବୁଧବାର ରାତିରେ ହିଁ ଧାନ ମଣ୍ଡିର ୩୨ ନମ୍ବର ଘର ଭଙ୍ଗା କାମ ଆରମ୍ଭ ହୋଇଥିଲା। ଏହା ଆଜି ବି ଜାରି ରହିଛି। ପ୍ରଦର୍ଶନକାରୀମାନେ ଛଅ ମହଲା କୋଠାରେ ଅବସ୍ଥିତ ବଙ୍ଗବନ୍ଧ ସ୍ମାରକୀ ସଂଗ୍ରହାଳୟରେ ପ୍ରଥମେ ପ୍ରବେଶ କରିଥିଲେ। ସେହି ସଂଗ୍ରହାଳୟକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ସୂଚନା ଅନୁଯାୟୀ ସଂଗ୍ରହାଳୟରେ ଅନେକ ମୂଲ୍ୟବାନ ଏବଂ ଦୁର୍ଲଭ ପୁସ୍ତକ ରହିଛି। ତାଙ୍କୁ ଲୁଟ କରାଯାଇଥିବା ଅଭିଯୋଗ ହୋଇଛି। କିଛି ଲୋକ ରିକ୍ସା ଡାକି ବଡ଼ ବଡ଼ କାର୍ଟନ ପୁସ୍ତକ ନେଇଯାଇଛନ୍ତି। ମୁଜିବୁରଙ୍କ ସ୍ମୃତିରେ ପରିପୂର୍ଣ୍ଣ ପୁସ୍ତକ ବ୍ୟତୀତ, ସଂଗ୍ରହାଳୟରେ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଲିଖିତ ପୁସ୍ତକ ମଧ୍ୟ ଥିଲା। ସେମାନଙ୍କୁ ମଧ୍ୟ ଲୁଟ୍‌ କରି ନିଆଯାଇଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri