Posted inଫୁରସତ

ପ୍ରେମରେ ବିଫଳ ହୋଇ ବ୍ରେକ୍‌ଅପ୍‌ ହୋଇଥିଲେ ମିଳିବ ନିଯୁକ୍ତି

ବେଙ୍ଗାଲୁରୁ,୨।୩: ବେଙ୍ଗାଲୁରୁ ସ୍ଥିତ ମନିଟରିଂ ଏବଂ କନ୍ସଲ୍ଟିଂ କମ୍ପାନୀ ‘ଟପ୍‌ମେଟ୍‌’ ପକ୍ଷରୁ ଚିଫ୍‌ ଡେଟିଂ ଅଫିସର ପଦ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି। ତେବେ ଏହି ନିଯୁକ୍ତି କୌଣସି ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ପାଇଁ ନୁହେଁ, ବରଂ ପ୍ରେମରେ ବିଫଳ ହୋଇ ବ୍ରେକ୍‌ଅପ୍‌ର ସମ୍ମୁଖୀନ ହୋଇଥିବା କିମ୍ବା ଅନ୍‌ଲାଇନ ଡେଟିଂରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। କେବଳ ସେହି ଲୋକମାନେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ, ଯେଉଁମାନେ ଜୀବନରେ ଅତି କମ୍‌ରେ ଥରେ ବ୍ରେକ୍‌ଅପ୍‌ ଯନ୍ତ୍ରଣା ଦେଇ ଗତି କରିଛନ୍ତି ଏବଂ ସର୍ବନିମ୍ନ ୩ ଜଣଙ୍କୁ ଡେଟ୍‌ କରିଛନ୍ତି।
ଟପ୍‌ମେଟ୍‌ କମ୍ପାନୀର ମାର୍କେଟିଂ ଲିଡ୍‌ ନିମିଶା ଚନ୍ଦା ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରେମୀଯୁଗଳଙ୍କୁ ପରାମର୍ଶ ଦେବା ପାଇଁ ‘ଟପ୍‌ମେଟ୍‌’ କମ୍ପାନୀ ଚିଫ୍‌ ଡେଟିଂ ଅଫିସର ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ସେ କହିଛନ୍ତି। ଅତି କମ୍‌ରେ ଜଣକ ସହ ବ୍ରେକ୍‌ଅପ୍‌ ଓ ୩ ଜଣକ ସହ ଡେଟିଂ ଅଭିଜ୍ଞତା ଥିବା ବ୍ୟକ୍ତି ହିଁ ଚିଫ୍‌ ଡେଟିଂ ଅଫିସର ପଦ ପାଇଁ ଆବେଦନ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାକୁ ନିଶ୍ଚିତ କରିବାକୁ କମ୍ପାନୀ ପକ୍ଷରୁ ଆବେଦନକାରୀ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରେମ କାହାଣୀ ସମ୍ବନ୍ଧରେ ପଚରାଯିବ। ସେହିପରି ଆବେଦନକାରୀ ପ୍ରାର୍ଥୀମାନଙ୍କୁ ସମସ୍ତ ନୂତନ ଡେଟିଂ ନିୟମ ବିଷୟରେ ଅବଗତ ରହିବାକୁ ପଡ଼ିବ। ଏହି ନିଯୁକ୍ତି ସୁଯୋଗକୁ ନେଇ ନିମିଶା କରିଥିବା ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଏହି ପୋଷ୍ଟରେ ବିଭିନ୍ନ ମଜାଳିଆ କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri